Below header

ବିଧାୟକ ଦେବୀ ମିଶ୍ରଙ୍କ ଘରେ CBI ରେଡ୍‌, ଦେବୀ କହିଲେ, ରେଡ୍ ନୁହେଁ ତଦନ୍ତ

ଭୁବନେଶ୍ୱର (କେନ୍ୟୁଜ୍‌) : ବରିଷ୍ଠ ବିଜେଡି ନେତା ଦେବୀ ମିଶ୍ରଙ୍କ ଘରେ ସିବିଆଇ। ବିଧାୟକ ଦେବୀ ମିଶ୍ରଙ୍କ ଘରେ ସିବିଆଇ ରେଡ୍‌। ୟୁନିଟ-୧ ସ୍ଥିତ ବାସଭବନରେ ଚଢ଼ାଉ କରିଛି ସିବିଆଇ। ସି-ସୋର ଚିଟଫଣ୍ଡ ଲିଙ୍କରେ ରେଡ ଚାଲିଥିବା ସୂଚନା ମିଳିଛି। ଭୁବନେଶ୍ୱର ବାସଭବନ ସହ କଟକ ଜିଲ୍ଲା ବଡମ୍ବା ନରସିଂହପୁର ବାସଭବନରେ ମଧ୍ୟ ଏକକାଳୀନ ଚଢ଼ାଉ କରାଯାଇଛି।

DEBI MISHRA ପଯ୍ୟର୍ଟନ ମନ୍ତ୍ରୀ ଥିବାବେଳେ ତାଙ୍କ ସମୟରେ ମହାନଦୀରେ ସି-ସୋରର ବୋଟିଂ ପ୍ରୋଜେକ୍ଟ ଏବଂ କଟକ ସହରରେ ଏକ ରେଷ୍ଟୁରାଣ୍ଟ ପାଇଁ ସେ ଅନୁମତି ଦେଇଥିଲେ। ଏହାସହିତ ଖୋର୍ଦ୍ଧା ଜିଲ୍ଲା ଅଟ୍ରି ଠାରେ ଏକ ସରକାରୀ ଗେଷ୍ଟ ହାଉସ ପାଇଁ ମଧ୍ୟ ଅନୁମତି ଦେଇଥିଲେ।

ତେବେ ଏ ନେଇ ଦେବୀ ମିଶ୍ର କହିଛନ୍ତି ଯେ ”ମୋ ଘରେ ସିବିଆଇ ରେଡ୍ ହେଉନାହିଁ, ତଦନ୍ତ ଚାଲିଛି । ମୁଁ ତଦନ୍ତରେ ସହଯୋଗ କରୁଛି ।2013 ମସିହାରୁ ତଦନ୍ତ ଚାଲିଛି। ନୌବିହାର ପ୍ରସଙ୍ଗରେ ସିବିଆଇ ତଦନ୍ତ କରୁଛି। ମନ୍ତ୍ରୀ ଭାବେ ସରକାରଙ୍କ ଯାହା ନିଷ୍ପତି ଥିଲା ମୋର ନିଜସ୍ୱ ନୁହେଁ।ସେମାନେ ବି ପୂର୍ବରୁ ବିଭାଗରୁ ଫାଇଲ ନେଇଛନ୍ତି। ଆଗରୁ ବି ପଚାରିଛନ୍ତି।କାଗଜ ପତ୍ର ଖୋଜିଥିଲେ ଦେଖିବା ପରେ ଗଲେ। ନୌବିହାର କେଶରେ ପଚାରିବାକୁ ଆସିଥିଲେ।ସବୁ ସିବିଆଇ ପାଖରେ ପୂର୍ବରୁ ଅଛି।କିଛି ପୁରୁଣା କାଗଜପତ୍ର ଦେଖିଲେ। ଆମେ ସହଯୋଗ କରିଆସୁଛୁ।ଆଗରୁ ମୋତେ ନୋଟିସ ହୋଇଥିଲା। ଆଗରୁ ହଜାର ହୋଇଥିଲି।ସବୁବେଳେ ସହଯୋଗ କରିଛି।କାହିଁକି ଏବେ ସିବିଆଇ ଆସିଲା ପ୍ରସଙ୍ଗରେ କହିଲେ ଘଟଣା ପ୍ରବାହ କହିବ କଣ ପାଇଁ ହୋଇଛି। ଯାହା ପୁରୁଣା କାଗଜ ଥିଲା । ଯାହା ନେବା କଥା ନେଲେ। ୭ ବର୍ଷ ହେବ ସହଯୋଗ କରିଆସିଛି।”

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.