Below header

୪ ମାସ ପରେ ଫେରି ପାଇଲେ ଚୋରି ବାଇକ୍‌, ପୋଲିସକୁ ଜଣାଇଲେ ଧନ୍ୟବାଦ

ଜଣେ ଯୁବକ ଗୋଟିଏ ନୀଳ କଳା ମିଶା ବାଇକକୁ ଧରି କୋଳେଇ ଗେଲ କରି ପକାଉ ଥାନ୍ତି l ଟିକେ ତନ୍ନ ତନ୍ନ କରି ଦେଖି ପକାଉ ଥାନ୍ତି । ଆଉ ପାଟିରେ ଗୋଟାଏ ଶଦ୍ଦ ଆଜ୍ଞା ମୋ ବାଇକ ପାଇଗଲି l ମୋର ଏଇ ବାଇକ ପାଇ ଭାରି ଖୁସି l ଆଉ ମୁହଁରେ ଖିଲି ଖିଲିଆ ହସ l

ଅପରାହ୍ନ ସମୟ, କ୍ୟାପିଟାଲ ଥାନା ପରିସରରେ କେତେ ଜଣ ପୋଲିସ କର୍ମଚାରୀ ଗୋଟିଏ ଗୋଟିଏ କରି ବାଇକ ନେଇ କ୍ୟାପିଟାଲ ଥାନା ପଛରେ ରଖୁ ଥାନ୍ତି l ଧାଡି ଧାଡି କରି ଗୋଟି ଗୋଟି ବାଇକ ରଖି ଚାଲିଗଲେ l କାହିଁକି ନା କିଛି ସମୟ ଆଗରୁ ଏହି ଚୋରି ହୋଇଥିବା ବାଇକ ଗୁଡିକ ଥାନା ଆଗରେ ସଜେଇ ରଖା ହୋଇଥିଲା l ଚୋର ମଧ୍ୟ ଧରା ହୋଇଥିଲା ଆଉ ସେହି ଚୋରକୁ ନେଇ ଗାଡି ନିକଟରେ ଡେମୋ କରାଉଥିଲେ l ସେ କେମିତି ଗାଡି ଚୋରି କରୁଥିଲା l କିଛି ସମୟ ଚାଲିଗଲା ପରେ l ପଛ ପାଖରେ ଧାଡି କରି ରଖା ଯାଇଥିବା ବାଇକ ଗୁଡିକ ନିକଟରେ ଦେଖି ମିଳିଥିଲା ଏମିତି କିଛି ଦୃଶ୍ୟ ଯାହା ଆମକୁ କିଛି କ୍ଷଣ ପାଇଁ ଭାବ ପ୍ରବଣ କରିଥିଲା ।

ଜଣେ ଯୁବକ ଗୋଟିଏ ନୀଳ କଳା ମିଶା ବାଇକକୁ ଧରି କୋଳେଇ ଗେଲ କରି ପକାଉ ଥାନ୍ତି l ଟିକେ ତନ୍ନ ତନ୍ନ କରି ଦେଖି ପକାଉ ଥାନ୍ତି । ଆଉ ପାଟିରେ ଗୋଟାଏ ଶଦ୍ଦ ଆଜ୍ଞା ମୋ ବାଇକ ପାଇଗଲି l ମୋର ଏଇ ବାଇକ ପାଇ ଭାରି ଖୁସି l ଆଉ ମୁହଁରେ ଖିଲି ଖିଲିଆ ହସ l ମନ ଖୁସିରେ ପାଦ ଆଉ ତାଙ୍କର ତଳେ ଲାଗୁନଥାଏ l ଆମେ ଉକ୍ତ ଯୁବକଙ୍କୁ ଦେଖି ମନରେ ଅଲଗା ପ୍ରକାର ଧାରଣା ଆସିଲା l ତଥାପି ପ୍ରକୃତ ଘଟଣାକୁ ପରଖିବା ପାଇଁ ଟିକିଏ ଆମେ ପଚାରିଲୁ ଭାଇ କଣ ହୋଇଛି l ଏତେ ଖୁସି କଥା କଣ ? ଯୁବକ ଜଣଙ୍କ ଗଦ୍ ଗଦ୍ କଣ୍ଠରେ କହିଲେ l ମୋ ଗାଡିଟି ତିନି ଚାରିମାସ ପରେ ପାଇଲି l ଆମେ ଆଶ୍ଚର୍ଯ୍ୟ ନ ହୋଇ ପୁଣି ପଚାରିଲୁ କଣ ହୋଇଥିଲା ଗାଡିକୁ l ଯୁବକ ଜଣଙ୍କ ଗୋଟି ଗୋଟି କରି କହିଲେ ସବୁ କାହାଣୀ l

ଯୁବକ ଜଣଙ୍କ ଘର ଢେଙ୍କାନାଳ ରେ l ସେ ଗୋଟିଏ ହସ୍ପିଟାଲର କର୍ମଚାରୀ l ଦିନକର ଘଟଣା ପରିବାର ସମସ୍ତେ ଏହି ବାଇକ ନେଇ ପୁରୀ ବୁଲି ଯାଇଥିଲେ l ପୁରୀ ବୁଲା ବୁଲି କରି ଗୋଟିଏ ହୋଟେଲ ସାମ୍ନାରେ ଗାଡି ରଖି ଯାଇଥାନ୍ତି ଖାଇବାକୁ l ହୋଟେଲ ଭିତରୁ ଆସି ବାହାରେ ଦେଖନ୍ତି ତ ଗାଡି ନଥିଲା l ପୁରୀରେ ଚାରିଆଡେ ବହୁତ ଖୋଜା ଖୋଜି ପରେ ନପାଇ ନିରାଶ ହୋଇ ଢେଙ୍କାନାଳ ଫେରି ଗଲେ ପୁରା ପରିବାର l ଟ୍ରେନ ଧରି ଘରକୁ ଫେରିଲେ ମନ କଷ୍ଟ ହେଉଥାଏ l କିନ୍ତୁ କାହାକୁ କହିବେ ସେହି ଯନ୍ତ୍ରଣା ବିଷୟରେ l ଚୁପଚାପ ରହିଲେ ଜଗନ୍ନାଥଙ୍କୁ ଡାକିଲେ l ଦୀର୍ଘ ଦୁଇ ତିନି ମାସ ପରେ ଭୁବନେଶ୍ୱର କ୍ୟାପିଟାଲ ପୋଲିସ ଷ୍ଟେସନରୁ ଖବର ଗଲା କି ଆପଣଙ୍କ ବାଇକ ମିଳିଛି ଆସନ୍ତୁ l ଯୁବକ ରମ୍ୟ ନାୟକଙ୍କ ଖୁସି କହିଲେ ନସରେ l ସିଧା ଭୁବନେଶ୍ୱରରେ ଆସି ପହଞ୍ଚିଲେ l ଯେତେବେଳେ ନିଜ ଗାଡି ଦେଖନ୍ତି ଖୁସିରେ ବିଭୋର ହୋଇ ଯାଇଥିଲେ l ସତରେ ଜଗନ୍ନାଥ ଅଛନ୍ତି ଆଉ କ୍ୟାପିଟାଲ ଥାନା ପୋଲିସ ଭାଇଙ୍କୁ ଅଶେଷ ଅଶେଷ ଧନ୍ୟବାଦ କହି ଭାରି ଖୁସି ବ୍ୟକ୍ତ କରୁଥିଲେ l ଥରେ କୁହନ୍ତୁ ତ ଦେଖି ସାରା ପରିବାର ଯେତେବେଳେ ପୁରୀ ଯାଇଥିଲେ

ସେମାନଙ୍କ ଗାଡି ଚୋରି ହୋଇଯାଉଛି l ଏଭଳି କ୍ଷେତ୍ରରେ ସାରା ପରିବାର କେତେ ଅସୁବିଧାର ସମ୍ମୁଖୀନ ହୋଇଥିବେ l ଯାହାର ବି ଗାଡି ଚୋରି ହେଉଛି ସେମାନେ କେତେ କଷ୍ଟରେ ଥିବେ ଏକଥା ଚୋରି କରିବା ପୂର୍ଵରୁ ଥରେ ଭାବନ୍ତିନି l ତେବେ ଯେଉଁ ମାନେ ଗାଡି ରଖୁଛନ୍ତି କିଛି କାମରେ ବ୍ୟସ୍ତ ରହୁଛନ୍ତି ଟିକିଏ ସାବଧାନ ଆଉ ସତର୍କ ରୁହନ୍ତୁ l ତା ଛଡା ଏହି ବାଇକ ଚୋର କୁ ଚିହ୍ନି ରଖନ୍ତୁ ଆପଣଙ୍କ ଅଞ୍ଚଳରେ ଦେଖିଲେ ସନ୍ଦେହ ଲାଗିଲେ ପୋଲିସକୁ ଖବର ଦିଅନ୍ତୁ l

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.