Below header

ହିଟଲର ଶାସନ ବେଳର ଭୟଙ୍କର ଘଟଣା ଆପଣଙ୍କ ହୃଦୟ ଥରାଇଦେବ, ମଣିଷଙ୍କ ଛାଲରେ ତିଆରି ହେଉଥିଲା ଫଟୋ ଆଲବମ୍‌!

ଜର୍ମାନୀର ନାଜି ଶାସନ ବା ଆଡଲଫ୍‌ ହିଟଲରଙ୍କ ଶାସନ କ୍ରୁରତା ପାଇଁ ସାରା ଦୁନିଆରେ ପରିଚିତ। ଗ୍ୟାସ୍‌ ଚାମ୍ବର ହେଉ କି ଫାୟାରିଂ ସ୍କ୍ଵାର୍ଡ ସାମ୍ନାରେ ଛିଡ଼ା କରି ଲୋକଙ୍କୁ ମୃତ୍ୟୁମୁଖରେ ପକାଉଥିବା ଏହି ଶାସକଙ୍କର ଆଉ ଏକ ଘୃଣ୍ୟ ଚେହେରା ପୁଣି ଥରେ ସାମ୍ନାକୁ ଆସିଛି। ହିଟଲରଙ୍କ ଅମଳରେ ଏଭଳି ଅନେକ ଗୁପ୍ତ ଅଣ୍ଡରଗ୍ରାଉଣ୍ଡ ଚାମ୍ବର ବିଷୟରେ ଜଣାପଡ଼ିଛି ଯେଉଁଠାରେ କଏଦୀଙ୍କୁ ପ୍ରାଣବାୟୁ ଉଡ଼ିବା ଯାଏଁ ରଖି ନିର୍ଯାତନା ଦିଆଯାଉଥିଲା।

hitler2

ଶତ୍ରୁଙ୍କ ବିନାଶ ପାଇଁ ହିଟଲର ତିଆରି କରିଥିବା କ୍ୟାମ୍ପ ମଧ୍ୟରେ ଏକ ବୁଚେନ୍‌ଓ୍ଵାଲ୍ଡ ମଧ୍ୟ ଥିଲା। ପୋଲାଣ୍ଡର Auschwitz-Birkenau ରେ ମେମୋରିଆଲ ଓ ମ୍ୟୁଜିୟମ୍‌ରେ ନାଜିଙ୍କ କ୍ରୁରତାର ଏକ ପ୍ରମାଣ ଛାତି ଥରାଇ ଦେବା ଭଳି ରହିଛି। ଏହା ଏକ ଫଟୋ ଆଲବମ୍‌। ଏହା କୌଣସି ସାଧାରଣ ଆଲବମ୍‌ ନୁହେଁ, ଏହି ଆଲବମ୍‌ର କଭର ମଣିଷଙ୍କ ଛାଲରେ ତିଆରି ହୋଇଛି। ଏହାକୁ ପୋଲାଣ୍ଡର ଜଣେ ଗବେଷକ ଖୋଜିବାହାର କରିଥିଲେ।

hitler2

ତାଙ୍କୁ ଏହି ଆଲବମ୍‌ ଏକ ପୁରୁଣା ବଜାରରୁ ମିଳିଥିଲା। ଏହି ଗବେଷକଙ୍କ ନାମ ପାବେଲ କ୍ରେଜାଚେକୋସ୍କି। ପରେ ସେ ଏହାକୁ ମ୍ୟୁଜିୟମ୍‌କୁ ଦାନ କରିଦେଇଥିଲେ। ସେ ଏନେଇ ଗଣମାଧ୍ୟମକୁ କହିଥିଲେ ଯେ ତାଙ୍କ ଆଲବମ୍‌ରୁ ଦୁର୍ଗନ୍ଧ ଆସୁଥିଲା। ସେ ଏହାକୁ ଧ୍ୟାନ ଦେଇ ଦେଖିବା ବେଳକୁ ଏଥିରେ ମଣିଷ ଚମଡ଼ା ଥିବା ଦେଖିବାକୁ ପାଇଥିଲେ। ଏଥିରେ ମଣିଷଙ୍କ ରୁମ ମଧ୍ୟ ଦିଶୁଥିଲା। କେବଳ ଏତିକି ନୁହେଁ ଚର୍ମରେ ହୋଇଥିବା ଟାଟୁ ବି ନଜର ଆସୁଥିଲା। ଏହି ଆଲବମ୍‌ର ପରୀକ୍ଷା ନିରୀକ୍ଷା କରାଯିବା ପରେ ଜଣାପଡ଼ିଥିଲା ଯେ ଏହାର କଭର ମଣିଷ ଚମଡ଼ାରେ ତିଆରି। ଏହି କଭର ଦ୍ୱିତୀୟ ବିଶ୍ୱଯୁଦ୍ଧ ବେଳେ କରାଯାଇଥିଲା। ଏହି ତଥ୍ୟ ମିଳିବା ପରେ ପୁଣିଥରେ ହିଟଲରଙ୍କ କ୍ରୁରତା ବିଷୟରେ ଜଣାପଡ଼ିଥିଲା, ଯାହା ଦ୍ୱାରା ଲକ୍ଷାଧିକ ଲୋକ ପ୍ରଭାବିତ ହୋଇଥିଲେ।

hitler4

ମଣିଷ ଚମଡ଼ାରେ ତିଆରି ହୋଇଥିବା ଏହି ଆଲବମ୍‌ରେ ୧୦୦ରୁ ଊର୍ଦ୍ଧ୍ୱ ଫଟୋଗ୍ରାଫ୍‌ ରହିଛି। ଏହି ସ୍କିନ୍‌କୁ ଏକ କାର୍ଡବୋର୍ଡରେ ଲଗାଯାଇଛି। ଏଥିରେ ଲାଗିଥିବା ସମସ୍ତ ଫଟୋ ପୋଷ୍ଟକାର୍ଡ ସାଇଜ୍‌ର। ତେବେ ତାଙ୍କୁ ଯେତେବେଳେ ଏହି ଆଲବମ୍‌ ମିଳିଥିଲା ସେତେବେଳେ ଏହା ଉପରେ ଧୂଳିର ଏକ ଆସ୍ତରଣ ଜମି ଯାଇଥିଲା। କୁହାଯାଉଛି ଯେ ଏହି ଆଲବମ୍‌ ଲୋକଙ୍କ ଉପରେ ଅତ୍ୟାଚାର କରୁଥିବା ଲୋକଙ୍କୁ ପୁରସ୍କାର ସ୍ୱରୂପ ଦିଆଯାଉଥିଲା।

hitler9

ସେଠାରୁ ଏହି ଆଲବମ୍‌ ଏକ ଗେଷ୍ଟହାଉସ୍‌ ଚଳାଉଥିବା ଦମ୍ପତିଙ୍କ ନିକଟକୁ ଆସିଥିଲା ଓ ତା’ ପରେ ପୁରୁଣା ମାର୍କେଟକୁ। ବର୍ତ୍ତମାନ ଏହି ଆଲବମ୍‌ ମ୍ୟୁଜିୟମ୍‌ରେ ରଖାଯାଇଥିବା ସବୁଠାରୁ ଦାମୀ ଜିନିଷ ମଧ୍ୟରୁ ଗୋଟିଏ, ଯାହା ବିଶ୍ୱଯୁଦ୍ଧ ବେଳର ଭୟଙ୍କର କାହାଣୀକୁ ବଖାଣୁଛି। ହିଟଲର ଶାସନ ବେଳେ ମଣିଷଙ୍କ ଚମଡ଼ାରେ ପର୍ସ ମଧ୍ୟ ତିଆରି କରାଯାଉଥିବା ଜଣାଯାଇଛି।

hitler6

ସୂଚନାଯୋଗ୍ୟ ଯେ ନାଜିମାନେ ନିଜ ଡେଥ୍‌ କ୍ୟାମ୍ପରେ ପ୍ରାୟ ୩ ଲକ୍ଷ ଲୋକଙ୍କୁ ରଖିଥିଲେ। ସେଥିମଧ୍ୟରୁ ୫୬ ହଜାର ଲୋକ ବଞ୍ଚିଯାଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.