ଆଜି ଆମେ ସମସ୍ତେ ଏକବିଂଶ ଶତାବ୍ଦୀରେ ପହଞ୍ଚିଲେଣି। ବର୍ତ୍ତମାନ ଯୁଗରେ ଆମେ କିଛି ବି କରିବା ସମ୍ଭବ ନୂଆ ଜ୍ଞାନ କୌଶଳ, ବିଜ୍ଞାନ ବଳରେ ଦୁନିଆର କୌଣସି ସ୍ଥାନରେ ମଧ୍ୟ କିଛି ବି କରିବା ସମ୍ଭବ ହୋଇପାରୁଛି। କିନ୍ତୁ ଏପରି ଏକ ସମୟ ଥିଲା, ଯେତେବେଳେ ଏହା ବିଷୟରେ ଭାବିବା ମଧ୍ୟ ଅସମ୍ଭବ ହୋଇଥିଲା। ଏବେ ତ ଯିଏ ଯେତେ ଦୂରରେ ଥାଉ କଥା ହେବା ପାଇଁ ଫୋନ ରହିଛି। କିନ୍ତୁ ସେତେବେଳେ ଲୋକଙ୍କ ମଧ୍ୟରେ ଆଦାନ ପ୍ରଦାନ କରିବାର ଏକମାତ୍ର ମାଧ୍ୟମ ଥିଲା ଚିଠି। ଚିଠି ମାଧ୍ୟମରେ ହିଁ ନିଜର ପ୍ରିୟଜନଙ୍କ ସହିତ ମଣିଷ ଜଡିତ ହୋଇ ରହିପାରୁଥିଲା। ଭାରତୀୟ ଡାକ ସେବା୧.୫୫ ଲକ୍ଷରୁ ଅଧିକ ଡାକଘର ସହିତ ଦୁନିଆର ସବୁଠାରୁ ବଡ ଡାକ ପ୍ରଣାଳୀ ରହିଛି। କିନ୍ତୁ କ’ଣ ଆପଣ ଜାଣନ୍ତି କି, କେବେ ଏହି ଡାକ ସେବା ଆରମ୍ଭ ହୋଇଥିଲା, ଏହାର ଇତିହାସ କ’ଣ ?
ଭାରତୀୟ ଡାକ ସେବା ୧୬୬ ବର୍ଷ ପୂର୍ବେ ଏକ ଏପ୍ରିଲ ୧୮୫୪ରେ ସ୍ଥାପିତ ହୋଇଥିଲା। କିନ୍ତୁ ପ୍ରକୃତରେ ଏହା ୧୮୫୪ ମସିହାରେ ଅକ୍ଟୋବର ମାସରେ ହୋଇଥିଲା। ସେତେବେଳେ ଭାରତୀୟ ଭାଇସରୟ ଲଡ ଡେଲାହାଉସୀ ଏହି ସେବାର ଆରମ୍ଭ କରିଥିଲେ। ସେତେବେଳେ ଇଷ୍ଟ ଇଣ୍ଡିଆ କମ୍ପାନୀ ଅନ୍ତର୍ଗତ ୭୦୧ ଡାକଘରକୁ ମିଶାଇ ଭାରତୀୟ ଡାକ ବିଭାଗର ସ୍ଥାପନା ହୋଇଥିଲା।
ଏହା ପୂର୍ବରୁ ଲର୍ଡ କ୍ଲାଇବ ୧୭୬୬ ମସିହାରେ ଭାରତରେ ଡାକ ବ୍ୟବସ୍ଥା ଆରମ୍ଭ କରିଥିଲେ। ଏହା ପୂର୍ବରୁ ବଙ୍ଗଳାର ଗଭର୍ଣ୍ଣର ବୋରିନ ହେଷ୍ଟିଙ୍ଗସ ୧୭୭୪ରେ କଲିକତାରେ ଏକ ପ୍ରଧାନ ଡାକଘର ବନାଇଥିଲେ। କିନ୍ତୁ ଏହି ସେବା ସାମରିକ ଏବଂ ବ୍ୟାପାରିକ ଲୋକଙ୍କ ହିତ ପାଇଁ ଥିଲା। କିନ୍ତୁ ଦେଶ ସ୍ୱାଧୀନ ହେବା ପରେ ଭାରତୀୟଙ୍କ ସୁଖ- ଦୁଃଖର ସାଥୀ ହୋଇଗଲା।
୧୮୫୪ରେ ଭାରତରେ ରେଳ ଡାକ ସେବା ଆରମ୍ଭ ହୋଇଥିଲା। ଦେଶରେ ଡାକ ଏବଂ ଟେଲିଗ୍ରାଫର ଆରମ୍ଭ ଦୁଇଟି ଅଲଗା ଅଲଗା ବିଭାଗରେ ଆରମ୍ଭ ହୋଇଥିଲା। ସମାନ୍ତରାଳ ଭାବେ ଏହାର ବିକାଶ ମଧ୍ୟ ହୋଇଥିଲା। ୧୯୧୪ରେ ପ୍ରଥମ ବିଶ୍ୱ ଯୁଦ୍ଧ ସମୟରେ ଏହି ଦୁଇ ବିଭାଗର ବିଲୟ କରାଯାଇଥିଲା।
ଏହାପରେ ଭାରତରେ ୧୮୭୭ରେ ବିପିପି ଏବଂ ପାର୍ସଲ ସେବା ଆରମ୍ଭ ହୋଇଥିଲା। ସେହିପରି ୧୮୭୯ରେ ପୋଷ୍ଟକାର୍ଡ ଆରମ୍ଭ ହୋଇଥିଲା। ଟେଲିଫୋନ ଏବଂ ମୋବାଇଲ ଆସିବା ଯୋଗୁଁ ବେଶୀ କ୍ଷତିଗ୍ରସ୍ତ ହେଲା ଟେଲିଗ୍ରାଫ। ଶେଷର ଏହି ସେବା ୨୦୧୬ରେ ସମାପ୍ତ ହେଲା।