ଲକ୍‌ଡାଉନ୍‌ରେ ଖେଳାଳିଙ୍କୁ ଟ୍ରେନିଂ ପାଇଁ ମିଳିପାରେ ଅନୁମତି, ଖେଳମନ୍ତ୍ରୀ କଲେ ଘୋଷଣା

କରୋନା ଭାଇରସ୍‌ ଯୋଗୁ ଗତ ତିନି ମାସ ହେବ ଦେଶରେ କୌଣସି କ୍ରୀଡ଼ା ପ୍ରତିଯୋଗିତା ଆୟୋଜିତ ହୋଇନାହିଁ। କିନ୍ତୁ ସରକାର ସଙ୍କେତ ଦେଇ କହିଛନ୍ତି ଯେ ମେ ୧୮ରୁ ଆରମ୍ଭ ହେବାକୁ ଥିବା ଲକ୍‌ଡାଉନ୍‌ ୪.୦ ବେଳେ ଖେଳାଳିଙ୍କୁ କେତେକ ଛାଡ଼ ମିଳିପାରେ। ଏଥିସହ ଖେଳ ସହ ଜଡ଼ିତ ଗତିବିଧି ପୁନର୍ବାର ଆରମ୍ଭ ହେବା ସମ୍ଭାବନା ମଧ୍ୟ ବଢ଼ିଛି। ତେବେ ଏହି କୋହଳ କେବଳ ଟୋକିଓ ଅଲମ୍ପିକ ପାଇଁ ଉନ୍ନୀତ ହୋଇଥିବା ଖେଳାଳିଙ୍କୁ ମିଳିବ ନା କ୍ରିକେଟର ଓ ଅନ୍ୟ ଖେଳକୁ ମଧ୍ୟ ମିଳିବ ସେ ନେଇ ଜଣାପଡ଼ିନାହିଁ।

Olympics: "No Plan B" if Tokyo Olympics can't start in 2021: Coates

ଏହି ବୈଠକରେ କେନ୍ଦ୍ରୀୟ ଖେଳ ମନ୍ତ୍ରୀ କିରଣ ରିଜିଜୁ ହିମା ଦାସ, ନୀରଜ ଚୋପ୍ରା ଓ ଏମ୍‌ଡି ଏନ୍‌ସ ଭଳି ଆଗଧାଡ଼ିର ଖେଳାଳିଙ୍କ କଥାବାର୍ତ୍ତା ହୋଇଛନ୍ତି। କିରଣ ରିଜିଜୁ ଖେଳାଳିଙ୍କୁ ଭରସା ଦେଇ କହିଛନ୍ତି ଯେ ଖୁବ୍‌ଶୀଘ୍ର ତାଙ୍କ ଟ୍ରେନିଂ ଆରମ୍ଭ ହେବ। ଏନେଇ ସେ ପ୍ରାୟ ୪୦ ଜଣଙ୍କ ସହ କଥା ହୋଇଛନ୍ତି। ସବୁ ଖେଳାଳି କହିଛନ୍ତି ଯେ ସ୍ପୋର୍ଟସ ଅଥରିଟି ଅଫ୍‌ ଇଣ୍ଡିଆ ବେଙ୍ଗାଲୁରୁ ଓ ପଟିଆଲା ପରିସରରେ ଟ୍ରେନିଂ ଆରମ୍ଭ କରାଯାଉ।

Indian Athletes Pin Hope On New Sports Minister Kiren Rijiju ...

ତେବେ ଏନେଇ କ୍ରୀଡ଼ା ମନ୍ତ୍ରୀ କହିଛନ୍ତି ଯେ ମେଡିକାଲ ଏମରଜେନ୍ସି ସ୍ଥିତିରେ ସେ ଏକୁଟିଆ କୌଣସି ନିଷ୍ପତ୍ତି ନେଇପାରିବେ ନାହିଁ। ଗୃହ ମନ୍ତ୍ରଣାଳୟ ସହ ମିଶି ତାଙ୍କୁ କାମ କରିବାକୁ ପଡ଼ିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.