Below header

ଜମିବାଡ଼ି ବିବାଦକୁ କେନ୍ଦ୍ରକରି ଘଟିଲା ଅଘଟଣ, ପୁଅର ଶାବଳ ମାଡ଼ରେ ଚାଲିଗଲା ମା’ର ଜୀବନ

ଯାଜପୁର ଟାଉନ(କେନ୍ୟୁଜ): ଜମିବାଡ଼ି ବିବାଦକୁ କେନ୍ଦ୍ରକରି ପୁଅର ଶାବଳ ମାଡ଼ରେ ମାର ମୃତ୍ୟୁ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଯାଜପୁର ଜିଲ୍ଲା ପାଣିକୋଇଲି ଥାନା ରଙ୍ଗରଙ୍ଗା ଗ୍ରାମରେ । ଏହି ଗ୍ରାମର ଲବଙ୍ଗ ସାହୁ ଏବଂ ତାଙ୍କ ପୁଅ ସୁବାଷଙ୍କ ମଧ୍ୟରେ ଜମିବାଡିକୁ ନେଇ ବିବାଦ ଲାଗି ରହିଥିଲା। ତେବେ ଗତକାଲି ରାତିରେ ଉଭୟ ମା ଓ ପୁଅ ମଧ୍ୟରେ ଝଗଡା ଲାଗିଥିଲା,ଏଥିରେ ଉତ୍ୟକ୍ତ ହୋଇ ପୁଅ ଏକ ଶାବଳରେ ମାର ମୁଣ୍ଡକୁ ପିଟି ଦେଇଥିଲା ଫଳରେ ସେ ଗୁରୁତର ଆହତ ହୋଇଥିଲେ ।

ସୂଚନା ମୁତାବକ ସ୍ଥାନୀୟ ପଡୋଶୀ ତାଙ୍କୁ ଗୁରୁତର ଅବସ୍ଥାରେ ଯାଜପୁର ମେଡିକାଲରେ ଭର୍ତ୍ତି କରିବା ପରେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏନେଇ ମୃତ ଲବଙ୍ଗଙ୍କ ଝିଅ ବାସନ୍ତୀ ଥାନାରେ ଅଭିଯୋଗ କରିବା ପରେ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.