ଅନିଶ୍ଚିତତା ଭିତରେ ଚାଲିଛି ବାରିପଦାର ଶ୍ରୀ ଶ୍ରୀ ହରିବଳଦେବ ଜୀଉଙ୍କ ରଥଯାତ୍ରା ପାଇଁ ରଥ ନିର୍ମାଣ, ଖାଲି ସରକାରଙ୍କ ନିଷ୍ପତ୍ତିକୁ ଅପେକ୍ଷା

ମୟୁରଭଞ୍ଜ: କରୋନା ପାଇଁ ସାରା ବିଶ୍ବ ପ୍ରଭାବିତ । ଏହା ଭିତରେ ଅନିଶ୍ଚିତତା ଭିତରେ ବଳିପଡିଯିବାକୁ ବସିଛି ଅନେକ ପରମ୍ପରା । ଯାହା ଯୁଗ ଯୁଗ ଧରି ଚାଲିଆସୁଛି । ତେବେ କରୋନା କଟକଣା ସତ୍ୱେ ବାରିପଦାର ଶ୍ରୀ ଶ୍ରୀ ହରିବଳ ଦେବ ଜୀଉଙ୍କ ରଥଯାତ୍ରା ପାଇଁ ବେଶ ଚଳଚଞ୍ଚଳ ହୋଇ ଉଠିଛି ରଥଖଳା । ଆରମ୍ଭ ହୋଇଛି ରଥନିର୍ମାଣ । ସମସ୍ତ ମହାରଣା ଓ କାରିଗର ଲାଗି ପଡିଛନ୍ତି ରଥ ନିର୍ମାଣ କାର୍ଯ୍ୟରେ । ରଥଯାତ୍ରା ହେବାକୁ ନେଇ ଅନିଶ୍ଚିତତା ଦେଖାଦେଇଥିବାବେଳେ ରଥ ନିର୍ମାଣ କାର୍ଯ୍ୟ ସଠିକ ସମୟରେ ଶେଷ କରିବାକୁ ତତ୍ପର ରଥ ମହାରଣା ।

ratha chakaଶ୍ରୀକ୍ଷେତ୍ର ପୁରୀ ଭଳି ବିଶ୍ୱ ପ୍ରସିଦ୍ଧ ବାରିପଦା ରଥଯାତ୍ରା ମଧ୍ୟ ଅନିଶ୍ଚିତତା ମଧ୍ୟରେ । ତଥାପି ପ୍ରଶାସନର ଉଦ୍ୟମରେ ଆରମ୍ଭ ହୋଇଛି ରଥ ନିର୍ମାଣ । ସାମାଜିକ ଦୂରତା ମାନି ମାସ୍କ ପିନ୍ଧି ରଥ ନିର୍ମାଣ କାର୍ଯ୍ୟରେ ରଥ ମହାରଣା । ଅକ୍ଷୟ ତୃତୀୟା ଠାରୁ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ତିନି ରଥର ଗୋଟିଏ ଲେଖାଏଁ ଅଖରେ ଚକ ଲାଗି କାର୍ଯ୍ୟ ଶେଷ ହୋଇଛି । ଚାଲିଛି ଚକ ନିର୍ମାଣ । ଚକଡା ଗଡା ହେବା ସହ ରଥନିର୍ମାଣ ପାଇଁ ପ୍ରସ୍ତୁତ ମହାରଣା । ଏଭଳି ବାଦ ବିବାଦ ଓ କଟକଣା ମଧ୍ୟରେ ସଠିକ ସମୟରେ ସମସ୍ତ କାର୍ଯ୍ୟ ଶେଷ କରିବାକୁ ଅଣ୍ଟା ଭିଡିଛନ୍ତି ରଥ ମହାରଣା ।

ratha workଅନ୍ୟପଟେ ପ୍ରଶାସନ ମଧ୍ୟ ସଜାଗ । ରାଜ୍ୟ ସରକାରଙ୍କ ନିଷ୍ପତ୍ତି ମୁତାବକ ସମସ୍ତ କାର୍ଯ୍ୟ ସମ୍ପାଦନା କରାଯାଉଥିବା କହିଛନ୍ତି ବାରିପଦା ଉପ ଜିଲ୍ଲାପାଳ ତଥା ଦେବତ୍ତୋର ଅଧିକାରୀ । ୪୦ରୁ ଉର୍ଦ୍ଧ କାରିଗର ଲାଗିଛନ୍ତି ରଥ ନିର୍ମାଣରେ । ସଠିକ ସମୟରେ ରଥ ନିର୍ମାଣ କାର୍ଯ୍ୟ ଶେଷ କରି ସରକାରଙ୍କ ନିଷ୍ପତ୍ତିକୁ ଅପେକ୍ଷା କରିବାକୁ ପଡିବ ବୋଲି ସେ କହିଛନ୍ତି । ଏଭଳି ଘଡିସନ୍ଧି ମୁହୁର୍ତ୍ତରେ ରଥଯାତ୍ରା କିଭଳି ସମ୍ପନ୍ନ ହେବ ତାକୁ ହିଁ ଅପେକ୍ଷା ।

chakaଅପରପଟେ ଆଜି ହରିବଳଦେବ ଜୀଉ ମନ୍ଦିର ସେବାୟତମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦେଇଛନ୍ତି। ଲକଡାଉନ ଯୋଗୁ ସେବାୟତ ରୋଜଗାର ହରାଇଥିବା କହିଛନ୍ତି । ପରିବାର ପ୍ରତିପୋଷଣ ପାଇଁ ସରକାରୀ ସାହାଯ୍ୟ ଦାବି କରି ଅଭିଯୋଗ କରିଥିଲେ ମଧ୍ୟ କିଛି ସୁଫଳ ମିଳିନାହିଁ । ତୁରନ୍ତ ସରକାର ଆର୍ଥିକ ସହାୟତା ଘୋଷଣା କରିବାକୁ ଦାବି ହୋଇଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.