Below header

ଆର ମାସରେ ଲଞ୍ଚ ହେବାର ଅଛି Apple iPhone 12, ଜାଣନ୍ତୁ ଏହାର ଦାମ, ଫିଚର୍ସ ଓ ସ୍ପେସିଫିକସନ

ଆପଲ କମ୍ପାନୀ ନିଜ Apple iphone 12ର କିଛି ସୂଚନା ବିଷୟରେ ପ୍ରକାଶ କରିଛି । କିଛି ଦିନ ପୂର୍ବେ ଏହି ଫୋନର ଡିଷ୍ପ୍ଲେ ସାଇଜ, ସମ୍ଭାବିତ ନାମ ଓ କଲର, ପ୍ରୋସେସର, କ୍ୱାଡ ରିୟର କ୍ୟାମେରା ଓ ନଚ ଡିଷ୍ପ୍ଲେ ବାବଦରେ କିଛିଟା ତଥ୍ୟ ଲୋକଲୋଚନକୁ ଆସିଥିଲା ।
Appleର ଏହି ଫୋନରେ ଗ୍ରାହକଙ୍କୁ ୫.୪ ଇଞ୍ଚର OELD ସୁପର ରେଟିନା ଡିଷ୍ପ୍ଲେ, 4 GB ରାମ, 128 GB ଓ 256 GB ଷ୍ଟୋରେଜ ସୁବିଧା ମିଳିପାରିବ । OELD ସୁପର ରେଟିନା ଡିଷ୍ପ୍ଲେବ୍ୟତୀତ ଯେବେକି କମ୍ପାନୀର ଅନ୍ୟ ଏକ ମଡ଼େଲ iphone 12 max ରେ ସ୍ପେକ୍ସର  ସେଟର ସୁବିଧା ବି ଦିଆଯାଇଛି ।

iphone

ଏହାର ଦର କମ୍ପାନୀ ତରଫରୁ ୭୪୯ ଡ଼ଲାର ବା ଭାରତୀୟ ମୁଦ୍ରା ଅନୁଯାୟୀ ପାଖାପାଖି ୫୬ ,୮୦୦ ଟଙ୍କା ଓ ଅନ୍ୟଟିର ଦର ୮୪୯ ଡ଼ଲାର ବା ୬୪ ,୪୦୦ ଟଙ୍କା ରଖାଯିବ ବୋଲି ଜଣାଯାଇଛି । ପ୍ରଥମ iphone 12 proରେ ସାମସଙ୍ଗ କମ୍ପାନୀ ନିର୍ମିତ ୬ .୧ ଇଞ୍ଚ OELD ସୁପର ରେଟିନା ଏକ୍ସଡ଼ିଆର ଡିଷ୍ପ୍ଲେ ସୁବିଧା ମଧ୍ୟ ମିଳିପାରିବ । ଯେବେକି ଏଥିରେ Apple A 14 ଚିପସେଟ, 6 GB ରାମ, ସମେତ 128 GB / 256 GB / 512GB ଷ୍ଟୋରେଜ ଫ୍ୟାସିଲିଟି ଓ ସ୍ଟେନଲେସ ବଡ଼ି, 5G ସପୋର୍ଟ ସମେତ ଟ୍ରିପଲ ରିୟର କ୍ୟାମେରା ସୁବିଧା ମାନ ବି ଉପଲବ୍ଧ ହେବ । ଏହା ଗୁଡିକର ଦର କମ୍ପାନୀ ତରଫରୁ ଯଥା କ୍ରମେ 999 ଡ଼ଲାର ବା ଭାରତୀୟ ମୁଦ୍ରା ଅନୁସାରେ ୭୫ ୭୦୦, ୧ ୦୯୯ ଡ଼ଲାର ବା ୮୩ ,୩୦୦ ଟଙ୍କା ବା ୧୧୯୯ ଡ଼ଲାର ୯୮,୫୦୦ ଟଙ୍କା ରଖାଯିବ ବୋଲି ଜଣାଯାଇଛି ।

iPhone 12 Pro may get ProMotion display with 120Hz refresh rate - CNET

ଯେବେକି Apple ଆଇଫୋନ 12 pro maxରେ ୬.୭ ଇଞ୍ଚ ସାମସଙ୍ଗ ନିର୍ମିତ OLED ସୁପର ରେଟିନା XDR ଡିଷ୍ପ୍ଲେ ସମେତ ୧୦ ବିଟ କଲରର ସୁବିଧା ମାନ ବି ମିଳିପାରିବ । କହି ରଖିବା ଉଚିତ ହେବଯେ ଏସବୁ ବାଦ ଏଥିରେ 6 GB ରାମ ସମେତ 128 GB /256 GB/512 GBଷ୍ଟୋରେଜ ସମେତ ସ୍ଟେନଲେସ ଷ୍ଟିଲ ବଡ଼ି ସମେତ 5G ର ସପୋର୍ଟ ମଧ୍ୟ ମିଳିବ । ସୂଚନା ମୁତାବକ ଏହାର ଦର ଆଇଫୋନ 12 ପ୍ର ଦର ଠାରୁ କିଛିଟା ଅଧିକ ରହିବ । ଏହାର ଦର ୮୩ ,୩୦୦ ଟଙ୍କାରୁ ଆରମ୍ଭ କରି ୧ ,୦୬ ,୦୦୦ ଟଙ୍କା ପର୍ଯ୍ୟନ୍ତ ରହିବ ବୋଲି କିଛିଟା ସୂଚନା ମିଳିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.