Below header

ପୋଖରୀରୁ ମାଛ ବଦଳରେ ଧରାପଡିଲା ଟଙ୍କା ଭର୍ତ୍ତି ବ୍ୟାଗ, ଆଉ ତା’ ପରେ ଯୁବକ କଲେ ଏଭଳି କାମ

ଆପଣ ଛୋଟ ବେଳେ ଗାଁରେ ମାଛ ଧରିଥିବେ ନିଶ୍ଚିତ। ମାଛ ଖାଇବାକୁ ଯେତିକି ମନରେ ଆଗ୍ରହ ନଥାଏ, ତା’ ଠାରୁ ଅଧିକ ଧରିବା ପାଇଁ ରହିଥାଏ। କିନ୍ତୁ ମାଛ ଧରିବା ବେଳେ ମାଛ ପରିବର୍ତ୍ତେ ଯଦି ଆପଣଙ୍କୁ ଟଙ୍କା ମିଳିଯାଏ, ତେବେ ଆପଣ କ’ଣ କରିବେ। ଏପରି ଏକ ଆଶ୍ଚର୍ଯ୍ୟକର ଘଟଣା ଖଣ୍ଡଓ୍ଵା ଜିଲ୍ଲା ପନ୍ଧାନା ଥାନା ଅଞ୍ଚଳସ୍ଥ ଆରୁଦ ଗ୍ରାମରେ ଘଟିଛି। ଫଳରେ ଗାଁ ଭୟର ବାତାରବରଣ ସହ ପୋଖରୀ ନିକଟରେ ଭିଡ ଜମିଛି।

match

ସୂଚନାଯୋଗ୍ୟ, ମାଛ ଧରିବା ପାଇଁ ପୋଖରୀ ଭିତରକୁ ବଂଶୀ ପକାଇବା ବେଳେ ସେଥିରେ ମାଛ ପରିବର୍ତ୍ତେ ବିପୁଳ ପରିମାଣରେ ଟଙ୍କା ଭର୍ତ୍ତି ଏକ ଥଳି ମିଳିଥିଲା। ଏହି ଥଳିରେ ୫୦୦ ଓ ୨୦୦୦ଟଙ୍କିଆ ନୋଟ ଥିବା ଦେଖିବାକୁ ମିଳିଛି। ଏହାର ସୂଚନା ଗ୍ରାମବାସୀ ପୁଲିସକୁ ଦେଇଥିଲେ। ପୁଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ପୋଖରୀ ଭିତରୁ ମିଳିଥିବା ୧୨ଟି ୫୦୦ଟଙ୍କିଆ ଓ ୨ଟି ୨୦୦୦ଟଙ୍କିଆ ନୋଟକୁ ସାନିଟାଇଜ କରି ଜବତ କରି ନେଇଛି।

pond

ଜଣେ ଗ୍ରାମବାସୀଙ୍କ କହିବାନୁସାରେ, ଗତ ସୋମବାର ସକାଳେ ଜଣେ ଗାଡ଼ି ଚାଳକ ପୋଖରୀ ଭିତରକୁ କିଛି ଫିଙ୍ଗି ଦେଇଯାଇଥିବା ସେ ସକାଳ ଭ୍ରମଣରେ ଯାଉଥିବା ସମୟରେ ଦେଖିଥିଲେ। କିନ୍ତୁ ଏହାକୁ ସେ ଏତେ ଗମ୍ଭୀର ଭାବେ ନେଇ ନଥିଲେ। ମାଛ ଧରିବାକୁ ଯାଇଥିବା ମାଛଧରାଳୀ ଯେତେବେଳେ ପୋଖରୀ ଭିତରକୁ ବଂଶୀ କଣ୍ଟା ପକାଇଥିଲେ ଯେତେବେଳେ ସେହି କଣ୍ଟାରେ ମାଛ ପରିବର୍ତ୍ତେ ଏହି ଟଙ୍କା ଭର୍ତ୍ତି ଥଳି ମିଳିଥିଲା। ସେ ଭାବିଲେ ଏକ ବଡ଼ ମାଛ ଲାଗି ଯାଇଛି। ଧୀରେଧୀରେ ବଂଶୀକୁ ଉପରକୁ ଆଣିବା ପରେ ସେଥିରେ ଏକ ଥଳି ଲାଗିଥିବା ସେ ଦେଖିବାକୁ ପାଇଥିଲେ। ଏହାକୁ କିଏ ଫିଙ୍ଗିଛି ଏବଂ କାହିଁକି ଫିଙ୍ଗିଛି ପୋଲିସ, ତାର ତଦନ୍ତ ଚଳାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.