ସରକାରୀ କର୍ମଚାରୀଙ୍କ ସୁବିଧା ପାଇଁ ଆଜିଠୁ କଟକ ଭୁବନେଶ୍ୱର ମଧ୍ୟରେ ଚାଲିଲା ବସ୍

କଟକ: ଆଜିଠୁ କଟକ ଭୁବନେଶ୍ୱର ମଧ୍ୟରେ ଚାଲିଲା ବସ୍‌ । ସରକାରୀ କର୍ମଚାରୀଙ୍କ ସୁବିଧା ପାଇଁ ଚାଲିଲା ବସ୍‌ । ରାଜ୍ୟ ସଡ଼କ ପରିବହନ କର୍ତ୍ତୃପକ୍ଷଙ୍କ ଗୋଟିଏ ବସ ଚାଲିଛି । କଟକରୁ ବାହାରିଥିବା ବସ୍‌ ଭୁବନେଶ୍ୱର ଖାରବେଳ ଭବନ, ରାଜୀବ ଭବନ ଦେଇ ସଚିବାଳୟରେ ପହଞ୍ଚିଛି । ଅପରାହ୍ନ ୫ଟାରେ ଅଫିସ୍‌ ସରିବା ପରେ କର୍ମଚାରୀଙ୍କୁ ନେଇ ଯିବ ବସ୍‌ । ୩୦ ଟଙ୍କା ଭଡ଼ା ଦେଇ ଯିବାଆସିବା କରିବେ କର୍ମଚାରୀ । ବସ୍‌ରେ ଯିବା ବେଳେ ସମସ୍ତ ଯାତ୍ରୀ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ।

ଜାରି ହୋଇଥିବା ଲକ ଡାଉନ କାରଣରୁ ରାଜ୍ୟରେ ବସ ଚଳାଚଳକୁ ସମ୍ପୂର୍ଣ୍ଣ ବନ୍ଦ କରାଯାଇଥିଲା । ଗ୍ରୀନ ଜୋନ୍ ସ୍ଥାନ ଗୁଡିକରେ ଅତି ଶୀଘ୍ର ବସ ଚଳାଚଳ ନେଇ ନିଷ୍ପତ୍ତି ନିଆଯିବ । ପୂର୍ବରୁ ସରକାରଙ୍କ ଗାଇଡ଼ ଲାଇନ ଅନୁସାରେ ଗ୍ରୀନ ଜୋନ୍ ଗୁଡିକରେ ବସ ଚଳାଚଳ ବ୍ୟବସ୍ଥା ଲାଗୁ ହୋଇଥିଲେ ମଧ୍ୟ ଘରୋଇ ବସ ମାଲିକ ସଂଘ ତରଫରୁ ଏହାକୁ ବିରୋଧ କରାଯାଇଥିଲା । ପ୍ରସ୍ତୁତ ହୋଇଥିବା ଗାଇଡ଼ ଲାଇନ ଅନୁସାରେ ୫୦ ପ୍ରତିଶତ ବସ ଚାଲିବାକୁ ଅନୁମତି ଦିଆଯାଇ ଥିବା ବେଳେ ଏଥିରେ ୫୦ ପ୍ରତିଶତ ଯାତ୍ରୀ ଯିବା ଆସିବା କରିପାରିବେ । କିନ୍ତୁ ଏହା ଉପରେ ବସ ମାଲିକ ମାନେ କ୍ଷତି ଘଟିବା ନେଇ ଅଭିଯୋଗ କରିବାରୁ ସେମାନଙ୍କ ପାଇଁ ପରିବହନ ବିଭାଗ ଏକ ସ୍ୱତନ୍ତ୍ର ପ୍ରସ୍ତାବ ପ୍ରସ୍ତୁତ କରିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.