ଟ୍ରାକରେ ମୁଣ୍ଡ ରଖି ଶୋଇଥିଲେ ବ୍ୟକ୍ତି, ସେପଟୁ ମାଡ଼ି ଆସିଲା ଲୌହ ଦାନବ; ହେଲେ ହଠାତ୍‌ ହେଲା କ’ଣ? ଆପଣ ବି ଦେଖି ନିଅନ୍ତୁ ଭିଡିଓ

ରେଳ ମନ୍ତ୍ରଣାଳୟ ଦ୍ୱାରା ସେୟାର କରାଯାଇଥିବା ଏକ ଆଶ୍ଚର୍ଯ୍ୟଜନକ ଭିଡିଓ ଟ୍ୱିଟରରେ ଭାଇରାଲ ହେଉଛି। ସିସିଟିଭି ଫୁଟେଜରେ ଦେଖିବାକୁ ମିଳୁଛି ଯେ ଜଣେ ବ୍ୟକ୍ତି ନିଜଠୁ ଅଳ୍ପ ଦୂରରେ ଥିବା ମୃତ୍ୟୁରୁ ରକ୍ଷା ପାଇ ଯାଉଛନ୍ତି। ଯେମିତି ହିଁ ଟ୍ରେନ୍ ପାଖକୁ ଆସୁଛି, ବ୍ୟକ୍ତି ଜଣକ ସଙ୍ଗେ ସଙ୍ଗେ ଯାଇ ଟ୍ରାକରେ ଶୋଇ ପଡ଼ୁଛନ୍ତି। ଯଦି ଟ୍ରେନ୍ ଡ୍ରାଇଭର ଏହି ସମୟରେ ଚତୁରତା ଦେଖାଇ ନ ଥାଆନ୍ତେ, ତା’ ହେଲେ ତାଙ୍କର ମୃତ୍ୟୁ ନିଶ୍ଚିତ ଥାଆନ୍ତା। ଟ୍ରେନ୍ ଡ୍ରାଇଭର ଠିକ୍ ସମୟରେ ଜରୁରୀକାଳୀନ ବ୍ରେକ୍ ଟାଣି ଦେଇଥିଲେ। ଏହି ଭିଡିଓ ମୁମ୍ବାଇର ଶିବଡି ଷ୍ଟେସନରୁ ଆସିଛି, ଯେଉଁଠିକାର ସିସିଟିଭି ଫୁଟେଜ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି।

ମୃତ୍ୟୁର ଅତି ନିକଟତର ଥିଲେ ବ୍ୟକ୍ତି

ଭିଡିଓ କ୍ଲିପ୍‌ ପ୍ରାରମ୍ଭରୁ ଦେଖିବାକୁ ମିଳୁଛି କି, ଜଣେ ବ୍ୟକ୍ତି ବେପରୁଆ ଭାବରେ ରେଳ ଟ୍ରାକ ନିକଟରେ ଚଲାବୁଲା କରୁଛନ୍ତି। ଯେତେବେଳେ ଟ୍ରେନ୍ ପାଖେଇ ଆସୁଛି, ହଠାତ୍ ବ୍ୟକ୍ତି ଜଣକ ଟ୍ରାକ ଉପରକୁ ଚାଲି ଯାଇ ଶୋଇ ପଡ଼ୁଛନ୍ତି। ଏହି ସମୟରେ ସେ ନିଜ ବେକକୁ ଟ୍ରାକରେ ରଖି ଶରୀରର ବାକି ଭାଗକୁ ଟ୍ରାକ ମଝିରେ ରଖୁଛନ୍ତି। ଯଦିଓ ଲୋକୋ ପାଇଲଟଙ୍କ ଦ୍ୱାରା ଜରୁରୀକାଳୀନ ବ୍ରେକ୍ ଟଣାଯିବା ପରେ ଟ୍ରେନ୍ ତୁରନ୍ତ ଟ୍ରାକରେ ଅଟକି ଯାଉଛି ଏବଂ ବଡ଼ ଦୁର୍ଘଟଣାରୁ ବର୍ତ୍ତି ଯାଉଛି। ଭିଡିଓରେ କିଛି ଆରପିଏଫ୍ କର୍ମଚାରୀ ସୁରକ୍ଷା ପାଇଁ ବ୍ୟକ୍ତିଙ୍କ ଆଡକୁ ଦୌଡ଼ୁ ଥିବାର ଦେଖା ଯାଉଛନ୍ତି। ଫୁଟେଜରେ ଦେଖିବାକୁ ମିଳୁଥିବା ସମୟ ଅନୁସାରେ, ଘଟଣାଟି ପ୍ରାୟ ୧୧ଟା ୪୫ ମିନିଟ୍‌ରେ ଘଟିଥିଲା।

ରେଳ ମନ୍ତ୍ରଣାଳୟ ଟ୍ୱିଟରରେ ସେୟାର କରିଛି ଏହି ଭିଡିଓ

ରେଳ ମନ୍ତ୍ରଣାଳୟ ଭିଡିଓ ସେୟାର କରି କ୍ୟାପସନ ଲେଖିଛି, ‘ମୋଟରମ୍ୟାନଙ୍କ ଦ୍ୱାରା କରାଯାଇଥିବା ପ୍ରଶଂସନୀୟ କାର୍ଯ୍ୟ: ମୁମ୍ବାଇର ଶିବଡି ଷ୍ଟେସନରେ ମୋଟରମ୍ୟାନ୍ ଦେଖିବାକୁ ପାଇଲେ କି, ଜଣେ ବ୍ୟକ୍ତି ଟ୍ରାକ ଉପରେ ଶୋଇଛନ୍ତି, ସେ ତୁରନ୍ତ ବ୍ରେକ୍ ଲଗାଇ ବ୍ୟକ୍ତିଙ୍କ ଜୀବନ ରକ୍ଷା କରିଥିଲେ। ଆପଣଙ୍କ ଜୀବନ ମୂଲ୍ୟବାନ, ଘରେ କେହି ଆପଣଙ୍କୁ ଅପେକ୍ଷା କରିଛି’। ଏହି ଭିଡିଓକୁ ଏକ ଲକ୍ଷରୁ ଅଧିକ ଥର ଦେଖାଯାଇ ସାରିଲାଣି ଏବଂ ୬ ହଜାରରୁ ଅଧିକ ଲୋକ ଏହାକୁ ପସନ୍ଦ କରିଛନ୍ତି। ସେହିପରି ପାଖାପାଖି ୯୦୦ ଲୋକ ଏହି ଭିଡିଓକୁ ରିଟ୍ୱିଟ କରିଛନ୍ତି। ଏହି ଭିଡିଓ ଦେଖିବା ପରେ ଜଣେ ୟୁଜର ଲେଖିଛନ୍ତି, ‘ଏହା ପ୍ରକୃତରେ କିଛି ଭୟଙ୍କର ହେବାରୁ ରକ୍ଷା ପାଇ ଯାଇଛି। ଜରୁରୀକାଳୀନ ବ୍ରେକ୍ ମଧ୍ୟ ଗାଡିକୁ ଏକଦମ୍‌ ଅଟକାଇବ ନାହିଁ, ଏଥିପାଇଁ ବି ଦୂରତା ଗୁରୁତ୍ୱ ରଖିଥାଏ। ଧନ୍ୟ ମୋଟରମ୍ୟାନ ମହୋଦୟ, ଯିଏକି ବହୁତ ବୁଝାଶୁଝାର ପରିଚୟ ବିଲକୁଲ ଠିକ୍ ସମୟରେ ଦେଇଛନ୍ତି’।