ବଟନିକାଲ ଗାର୍ଡେନରେ ୩୧ ଜାନୁଆରୀ ଯାଏଁ ଭୋଜି କରିପାରିବେ ନାହିଁ ପର୍ଯ୍ୟଟକ, କଟକଣା ଲଗାଇଲେ ନନ୍ଦନକାନନ କର୍ତ୍ତୃପକ୍ଷ

ଭୁବନେଶ୍ବର(କେନ୍ୟୁଜ୍): ଭୁବନେଶ୍ବରର ବଟନିକାଲ ଗାର୍ଡେନରେ ପିକନିକ କରିପରିବେ ନାହିଁ ପର୍ଯ୍ୟଟକ। ଓମିକ୍ରମନ ଭୟାବହତାକୁ ଲକ୍ଷ୍ୟ ରଖି ନନ୍ଦନକାନନ କର୍ତ୍ତୃପକ୍ଷ ଏପରି ନିଷ୍ପତ୍ତି ନେଇଛନ୍ତି। କିନ୍ତୁ ପର୍ଯ୍ୟଟକମାନେ ବଟନିକାଲ ଗାର୍ଡେନରେ ବୁଲିପାରିବେ। ଏହି ନିୟମ ଜାନୁଆରୀ ୧ରୁ ଜାନୁଆରୀ ୩୧ ପର୍ଯ୍ୟନ୍ତ ଲାଗୁ ହେବ ବୋଲି ବିଜ୍ଞାପ୍ତି ମାଧ୍ୟମରେ ସୂଚନା ଦେଇଛନ୍ତି ନନ୍ଦନକାନନ କର୍ତ୍ତୃପକ୍ଷ ।

nandankanan

ଅନଲାଇନ କିମ୍ବା ଅଫଲାଇନରେ ଟିକେଟ ପାଇବା ପରେ ପର୍ଯ୍ୟଟକ ମାନେ କୋଭିଡ଼ କଟକଣା ମାନି ବଟନିକାଲ ଗାର୍ଡେନକୁ ପ୍ରବେଶ କରିପାରିବେ ବୋଲି ବିଜ୍ଞପ୍ତିରେ ଦର୍ଶାଯାଇଛି । ପୂର୍ବରୁ ବୁକିଂ ହୋଇଥିବା ପିଣ୍ଡି ଓ କଟେଜ ଗୁଡିକ ପଇସା ୧୦ ଦିନ ଭିତରେ ପର୍ଯ୍ୟଟଙ୍କୁ ପେରାଇ ଦିଆଯିବ ବୋଲି ନନ୍ଦନକାନନ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।