ଏହି କର୍ମଚାରୀଙ୍କୁ ମିଳିବ ବଡ ଫାଇଦା, ଦରମାରେ ଲାଗୁ ହେବ ସପ୍ତମ ବେତନ କମିସନ

ଆଜି ଓଡିଶା ସରକାର ଜୁନିଅର ଶିକ୍ଷକଙ୍କର ଦରମା ୫୦ ପ୍ରତିଶତ ବଢାଇଛନ୍ତି । ଠିକ୍‌ ସେହିପରି ହିମାଚଳ ପ୍ରଦେଶ ସରକାର ମଧ୍ୟ ନିଜ ରାଜ୍ୟର କର୍ମଚାରୀଙ୍କ ପାଇଁ ଜାରି କରିଛନ୍ତି ସପ୍ତମ ବେତନ କମିସନ । ଯାହାକି ହୋଇଛି ଷଷ୍ଠ ବେତନ ଆୟୋଗ ଜରିଆରେ । ସରକାର ଏହା ମଧ୍ୟ କହିଛନ୍ତି ଯେ ଯେଉଁ କର୍ମଚାରାମାନେ କଂଟ୍ରାକ୍ଟଚୁଆଲ ଭାବେ କାମ କରୁଛନ୍ତି ତାଙ୍କୁ ଦୁଇ ବର୍ଷ ମଧ୍ୟରେ ପରମାନେଣ୍ଟ କରାଯିବ ।

କେନ୍ଦ୍ରୀୟ କର୍ମଚାରୀଙ୍କର ୨୦୨୧ ମସିହା ଅକ୍ଟୋବର ମାସରେ ତିନି ପ୍ରତିଶତ ଡିଏ ବଢାଯାଇଥିଲା । ଯାହା ପରଠାରୁ ରାଜ୍ୟର କର୍ମଚାରୀଙ୍କର ଭତ୍ତା ବୃଦ୍ଧି କରାଯାଉଛି । ତେଣୁ ଏହି କ୍ରମରେ ହିମାଚଳ ପ୍ରଦେଶ ସରକାର ନିଜ ରାଜ୍ୟର କର୍ମଚାରୀଙ୍କ ପାଇଁ ଷଷ୍ଠ ବେତନ ଆୟୋଗ ଜରିଆରେ ନୂଆ ବେତନ ଦେବା ନେଇ ପ୍ରଚାର କରିଛନ୍ତି । ଏମିତିକି କଣ୍ଟ୍ରାକଚୁଆଲ ବେସ ରେ କାମ କରୁଥିବା କର୍ମଚାରୀଙ୍କୁ ବର୍ତ୍ତମାନ ପରମାନେଣ୍ଟ ଆପଏଣ୍ଟ କରାଯିବ ।

Money
Picture Credit – One India

ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର (ଜେଜେସିି) କାର୍ଯ୍ୟକ୍ରମରେ ସମ୍ବଧିତ କରିବା ସମୟରେ ରାଜ୍ୟ ପାଇଁ ନୂତନ ବେତନ ରାଶି ଘୋଷଣା କରିଛନ୍ତି । ଏହି ଘୋଷଣା ଅନୁଯାୟୀ ଚଳିତ ବର୍ଷ ଫେବୃୟାରୀ ମାସରେ ଏହି ବେତନ ଦିଆଯିବ । ୨୦୧୬ ରେ କୁହାଯାଇଥିବା ୩ ବର୍ଷ ଅପେକ୍ଷା ୨ ବର୍ଷ ସୁଦ୍ଧା ହିଁ କଣ୍ଟ୍ରାକଚୁଆଲ ବେସ ରେ କାମ କରୁଥିବା କର୍ମଚାରୀଙ୍କୁ ସ୍ଥାୟୀ ଭାବେ ନିଯୁକ୍ତି ଦିଆଯିବ।

ମୁଖ୍ୟମନ୍ତ୍ରୀ ଜୟରାମ ଠାକୁରଙ୍କ ଘୋଷଣା ଅନୁଯାୟୀ, ରାଜ୍ୟ ସରକାର ନିଜର ଟୋଟାଲ ବଜେଟ ର ପ୍ରାୟ ୪୩ ପ୍ରତିଶତ, ପେନସନଧାରୀ ଓ କର୍ମଚାରୀଙ୍କ ଉପରେ ଖର୍ଚ୍ଚ କରୁଛନ୍ତି । ସିସ୍କ୍‌ଥ ପେ କମିସନ ର ଲାଗୁ ହେବା ପରେ ଏହି ଖର୍ଚ୍ଚ ପ୍ରାୟ ୫୦ ପ୍ରତିଶତ ହୋଇଯିବ, ଯାହାକି ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର । ଏହି ସପ୍ତମ ବେତନ ଜାରି ହେବା ପରେ କର୍ମଚାରୀଙ୍କର ଦରମା ବଢିଯିବ । ଏହା ଦ୍ୱାରା ସରକାରୀ କର୍ମଚାରୀ, ରେଲୱେ ବିଭାଗର ଆଇଟି ବିଭାଗ ଓ ନାସ୍ନାନାଲ ଫେଡେରେସନ ଅଫ୍‌ ରେଲୱେମ୍ୟାନ ଭାବେ କାମ କରୁଥିବା କର୍ମଚାରୀଙ୍କର ଲାଭ ହେବ ବୋଲି ସୂଚନାରୁ ଜଣା ପଡିଛି । ତେବେ ଖାଲି ସେତିକି ନୁହେଁ ସରକାରୀ କର୍ମଚାରୀଙ୍କର ଭତ୍ତା ପ୍ରାୟ ୩୪ ପ୍ରତିଶତ ବଢିବ ଓ ଦରମା ପ୍ରାୟ ୨୦ ହଜାରରୁ ଅଧିକ ବଢିକି ଆସିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.