Below header

ଦୁନିଆର ରହସ୍ୟମୟ ପିରାମିଡ, ଯେଉଁଠି ତାଳି ବଜାଇଲେ ଶୁଣାଯାଏ ପକ୍ଷୀ ରାବିବାର ଶବ୍ଦ

ଦୁନିଆରେ ଏମିତି କିଛି ସ୍ଥାନ ରହିଛି, ଯାହା ମଧ୍ୟରେ ଅନେକ ରହସ୍ୟ ଭରି ରହିଛି। ଏମିତି ଏକ ଜାଗା ରହିଛି ମେସ୍କିକୋରେ। ମେସ୍କିକୋର ୟୁକାଟନ ଅଞ୍ଚଳରେ ରହିଛି ଏକ ବୃହ ପିରାମିଡ। ଏହି ପିରାମିଡର ନାମ ‘ଚିଚେନ ଇଟ୍‌ଜା ଚିର୍ପ’। ଏହା ସେସ୍କିକୋର ସବୁଠାରୁ ରହସ୍ୟମୟ କଳାକୃତି ମଧ୍ୟରେ ଅନ୍ୟତମ। ସାଂସ୍କୃତିକ ଐତିହ୍ୟର କେନ୍ଦ୍ରସ୍ଥଳ ହେବା ସହିତ ଏହି ପିରାମିଡରେ ଅନେକ ଅଜବ ତଥ୍ୟ ଭରି ରହିଛି। ଚିଚେନ ଇଟ୍‌ଜା ଏକ କଲମ୍ବିଆ ମନ୍ଦିର, ଯାହାକୁ ମାୟା ଜନଜାତି ସଭ୍ୟତାର ଲୋକ ନିର୍ମାଣ କରିଥିଲେ। ଏହି ମନ୍ଦିରର ସବୁଠାରୁ ବଡ ସ୍ୱତନ୍ତ୍ରତା ହେଉଛି ଏଠାରେ ଆପଣ ତଳେ ଠିଆ ହୋଇ ତାଳି ବଜାଇଲେ ଏହା ରିଫ୍ଲୋକ୍ଟ ହୋଇ ପକ୍ଷୀ ବୋବାଇବା ଭଳି ଶବ୍ଦ ଶୁଣାଯାଇଥାଏ।

ଏହି ମନ୍ଦିର ସୁନ୍ଦର ନିର୍ମାଣ ମଧ୍ୟ ଅନ୍ୟତମ। ଧ୍ୱନି ବିଶେଷଜ୍ଞଙ୍କ ମୁତାବକ, ପିରାମିଡ ତଳେ ତାଳି ବଜାଇବା ପରେ ରିଫ୍ଲେକ୍ଟ ହୋଇ କ୍ୱିଜଟଲ ନାମକ ପକ୍ଷୀର ସ୍ୱର ଭଳି ଶବ୍ଦ ଶୁଭାଯାଇଥାଏ। କେବଳ ଏତିକି ନୁହେଁ, ଅନେକ ଲୋକ ଏକାସାଥିରେ ତାଳି ବଜାଇବାଲେ ଅନେକ ପକ୍ଷୀଙ୍କ ବୋବାଇବା ସ୍ୱର ଶୁଣାଯାଏ।

piramid 2

୧୯୯୮ରେ କାଲିଫର୍ଣ୍ଣିଆର ଧ୍ୱନି ବିଶେଷଜ୍ଞ ଡେଭିଡ ଲୁବମେନ ଏହି ପିରାମିଡକୁ ନେଇ ଗେବଷଣା କରିବା ଆରମ୍ଭ କରିଦେଇଥିଲେ। ଏହା ପରେ ଅନେକ ବିଶେଷଜ୍ଞ ଗବେଷଣା କରିଥିଲେ, କିନ୍ତୁ କେହି ଲକ୍ଷ୍ୟ ସ୍ଥଳରେ ପହଞ୍ଚିପାରିନଥିଲେ। ଏଠାରେ ତାଳି ବଜାଇଲେ ପକ୍ଷୀ ଶବ୍ଦ କେଉଁଠୁ ଆସୁଛି ବା କିପରି ଶୁଭୁଛି ତାହା ଆଜିପର୍ଯ୍ୟନ୍ତ କୌଣସି ବୈଜ୍ଞାନିକ ଜାଣିପାରିଲେ ନାହିଁ।

78

ଚିଚେନ ଇଟଜା ଆଉ ଏକ ସ୍ୱତନ୍ତ୍ରତା ମଧ୍ୟ ରହିଛି। ଏହାର ବେସ୍‌ ପାଖରେ ଠିଆ ହୋଇ ଯଦି ଡ୍ରମ ବଜାନ୍ତି କିମ୍ବା ଚିତ୍କାର କରନ୍ତି ତେବେ ଅଲଗା ଅଲଗା ପ୍ରକାରର ଆଓ୍ଵାଜ ଆସିଥାଏ। ତେଣୁ କହିବା ମୁସ୍କିଲ ଯେ ମାୟା ସଭ୍ୟତା ଲୋକଙ୍କ ପାଖରେ ଏହିସବୁ କଥାରେ ବିବରଣୀ ଥିଲା କିମ୍ବା ଏମିତି ଶବ୍ଦର ରିଫ୍ଲେକ୍ଟ ପାଇଁ ପିରାମିଡର ନିର୍ମାଣ କରାଯାଇଥିଲା। ଏହି ପିରାମିଡର ଗୋଟେ ପଟେ ସିଢିରେ ସୂର୍ଯ୍ୟଙ୍କ କିରଣ ପଡିବା ପରେ ସାପ ଭଳି ଦେଖାଯାଇଥାଏ।

piramid

ବେଲଜିୟମ ୟୁନିଭରସିଟିର ବୈଜ୍ଞାନିକ ମିକୋ ଡିକ୍ଲର୍କ ଏହି ପିରାମିଡ ଉପରେ ଗବେଷଣା କରି ଜାଣିବାକୁ ପାଇଥିଲେ, ପିରାମିଡ ସିଢିରେ ଚଢିବା ଦ୍ୱାରା ମଧ୍ୟ ଶବ୍ଦ ଶୁଣିବାକୁ ମିଳିଥାଏ, ଯେମିତି ବାଲ୍ଟିରେ ବର୍ଷା ପାଣି ପଡୁଛି। ମାୟା ସଭ୍ୟତାର ଲୋକ ବର୍ଷା ଦେବତାକୁ ପୂଜା କରୁଥିଲେ। ତେଣୁ ଏହି ପିରାମିଡର ରହସ୍ୟ ବହୁତ ରୋମାଞ୍ଚକ ହୋଇଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.