ମମତାଙ୍କୁ ଜମି ଫେରାଇଲେ ସୌରଭ ଗାଙ୍ଗୁଲି, ନିର୍ବାଚନ ପୂର୍ବରୁ ବିଜେପିରେ ମିଶିବା ନେଇ ଜୋର ଧରିଲା ଚର୍ଚ୍ଚା

ଆସନ୍ତାବର୍ଷ ପଶ୍ଚିମବଙ୍ଗରେ ଅନୁଷ୍ଠିତ ହେବାକୁ ଯାଉଛି ବିଧାନସଭା ନିର୍ବାଚନ। ରାଜ୍ୟ ବିଜେପି ତରଫରୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ପାଇଁ ଏକ ଚିହ୍ନା ମୁହଁ ଦେବାକୁ ଯୋଜନା ହେଉଛି। ଏଥିପାଇଁ ବିଜେପି ତରଫରୁ ପ୍ରାର୍ଥୀ ଖୋଜା ଚାଲିଛି। ଇତିମଧ୍ୟରେ ବିସିସିଆଇ ଅଧ୍ୟକ୍ଷ ତଥା ଟିମ୍ ଇଣ୍ଡିଆର ପୂର୍ବ ଅଧିନାୟକ ସୌରଭ ଗାଙ୍ଗୁଲି ବିଜେପିରେ ସାମିଲ ହେବା ନେଇ ଚର୍ଚ୍ଚା ଜୋର ଧରିଛି।

ରିପୋର୍ଟ ମୁତାବକ ପଶ୍ଚିମବଙ୍ଗର ନ୍ୟୁଟାଉନରେ ICSE ବୋର୍ଡ ଅଧୀନରେ ଦ୍ଵାଦଶ ଶ୍ରେଣୀ ଯାଏଁ ସ୍କୁଲ ନିର୍ମାଣ କରିବାକୁ ଗାଙ୍ଗୁଲି ମମତା ସରକାରଙ୍କ ଠାରୁ ଏକ ଜମି ଆଣିଥିଲେ। ନିକଟରେ ଗାଙ୍ଗୁଲି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ କାର୍ଯ୍ୟାଳୟରେ ତାଙ୍କୁ ଭେଟି ଉକ୍ତ ଜମି ଫେରାଇ ଦେଇଥିବା ଜଣାଯାଇଛି। ଗାଙ୍ଗୁଲିଙ୍କ ଏହି ପଦକ୍ଷେପ ପରେ ସେ ବିଜେପିରେ ମିଶିବା ନେଇ ଚାଲିଥିବା ଚର୍ଚ୍ଚା ସତ ହେବାକୁ ଯାଉଛି ବୋଲି କୁହାଯାଉଛି। ତେବେ ରାଜନୀତି ପ୍ରତି କୌଣସି ଆଗ୍ରହ ନଥିବା ଗାଙ୍ଗୁଲି ପୂର୍ବରୁ କହିଛନ୍ତି।

Mamata Banerjee Congratulates Sourav Ganguly For Becoming BCCI ...

ସୂଚନାଯୋଗ୍ୟ ଯେ ସୌରଭ ଗାଙ୍ଗୁଲି ଓ ମମତା ବାନାର୍ଜୀଙ୍କ ମଧ୍ୟରେ ଉତ୍ତମ ରାଜନୈତିକ ସମ୍ପର୍କ ରହିଛି। ଗାଙ୍ଗୁଲିଙ୍କୁ କ୍ରିକେଟ ଆସୋସିଏସନ ଅଫ ବଙ୍ଗାଲର ଅଧ୍ୟକ୍ଷ କରିବା ପଛରେ ମମତାଙ୍କ ହାତ ଥିବା କୁହାଯାଉଛି। କେବଳ ଏତିକି ନୁହେଁ ଗାଙ୍ଗୁଲି ଯେବେଠୁ BCCI ର ଅଧ୍ୟକ୍ଷ ହୋଇଛନ୍ତି ସେବେଠୁ ଅମିତ ଶାହଙ୍କ ସହ ତାଙ୍କର ଭଲ ସମ୍ପର୍କ ଗଢ଼ି ଉଠିଛି। ଏଣୁ ଏବେ ଗାଙ୍ଗୁଲି ବିଜେପି ମୁହାଁ ହୋଇଥିବା ଚର୍ଚ୍ଚା ହେଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.