ଗଧ କ୍ଷୀର ଲିଟର ୭ ହଜାର, ଫାଇଦା ଏତେ ଯେ କ୍ୟାନ୍ସରକୁ ମଧ୍ୟ ରୋକିପାରିବ

ଆପଣ ମାନେ ସୁସ୍ଥ ରହିବାକୁ ଗାଈ, ମଇଁଷିଙ୍କ କ୍ଷୀର ପିଅନ୍ତି । ବାହାର ରାଜ୍ୟରେ ତ ଲୋକ ଛେଳି ଓ ଓଟଙ୍କ କ୍ଷୀର ପିଅନ୍ତି। କଣ ଆପଣ ଜାଣିଛନ୍ତି ଆମ ଦେଶରେ ଗଧର କ୍ଷୀର ବି ମିଳିଲାଣି। ଜଣାପଡିଛି ଗଧ ର କ୍ଷୀର ପିଇଲେ ଶରୀରର ଇମ୍ୟୁନ ସିଷ୍ଟମ ଠିକ ରହୁଛି। ଦେଶରେ ପ୍ରଥମ ଥର ରାଷ୍ଟ୍ରୀୟ ଅଶ୍ୱ ଅନୁସନ୍ଧାନ କେନ୍ଦ୍ର NRCE ଦ୍ୱାରା ଗଧ ଦୁଗ୍ଧ ମିଳିବ। ଏଥିପାଇଁ 10ହଜାର ଗଧଙ୍କୁ ଆଣି ତାଙ୍କର ଲାଳନ ପାଳନ କରାଯାଉଛି । ଏହା ଏକ ବଡ଼ ପ୍ରୋଜେକ୍ଟ ଅଟେ। ଏହାକୁ ନେଇ ଅନେକ ରିସର୍ଚ୍ଚ କରାଯାଇ ସାରିଛି । ଏମିତିକି ଡାକ୍ତରଙ୍କ କହିବା କଥା ହେଲା ଗାଈ ମଇଁଷିଙ୍କ କ୍ଷୀର ଛୋଟ ପିଲା ମାନଙ୍କୁ ଇନଫେକସନ କରାଇପାରେ ହେଲେ ଗଧ ର କ୍ଷୀର ପିଲାଙ୍କ ପାଇଁ ଭଲ । ଗଧ କ୍ଷୀରରେ ଆଣ୍ଟି ଅକ୍ସୀଡେଣ୍ଟ, ଆଣ୍ଟି ଏଜିଂ ମିଳିଛି । ଗଧ କ୍ଷୀର ମଣିଷ ଶରୀରରେ ରୋଗ ପ୍ରତିଷେଧକ ଶକ୍ତି ବଢାଇଥାଏ । ଅନେକ ଗମ୍ଭୀର ରୋଗ ସହ ଲଢ଼ିବାର କ୍ଷମତା ବଢ଼ାଇ ଥାଏ । ଆହୁରି ଭଲ କଥା ହେଲା ଏହି କ୍ଷୀରରେ ଆଦୌ ଫ୍ୟାଟ ନାହିଁ । ଗଧ କ୍ଷୀରରେ ଔଷଧ ଗୁଣ ଭରପୁର ରହିଛି।

donkeyଗଧ କ୍ଷୀରର ଦାମ 2 ହଜାରରୁ 7 ହଜାର ଲିଟର ପିଛା ରହିଛି। ଏହି କ୍ଷୀର ସେବନ କଲେ କ୍ୟାନ୍ସର କିମ୍ବା, ଶରୀରରେ ଚର୍ବି ବଢିବନାହିଁ । ହିସାରରେ ଏକ ବଡ଼ ଫାର୍ମ ରହିଛି ଯେଉଁଠି ଗଧଙ୍କ ଦୁଗ୍ଧରୁ ପ୍ରଥମେ ବିୟୁଟି ପ୍ରଡକ୍ଟ ତିଆରି କରାଯାଉଛି। ଏହି ବିୟୁଟି ପ୍ରଡକ୍ଟସ କେରଳ ର ଗୋଟେ କମ୍ପାନୀ ତିଆରି କରୁଛି। ବର୍ତ୍ତମାନ ଗଧ କ୍ଷୀର ରୁ ସାବୁନ , ଲିପ ବାମ , ଫେସ କ୍ରିମ ତିଆରି କରାଯାଉଛି।

donkey1ଆପଣଙ୍କୁ ହୁଏତ ଆଶ୍ଚର୍ଯ୍ୟ ଲାଗୁଥିବ କିନ୍ତୁ ଖୁବ ଶୀଘ୍ର ଆପଣଙ୍କୁ ବି ମିଳିଯିବ ଗଧ ଦୁଧ । ଆଜିଯାଏଁ ଗଧ କୁ ନେଇ ଗମାତ କରାଯାଉଥିଲା ଏବେ ସେଇ ଗଧର ଦୁଧ ହିଁ ରୋଗ କୁ ଶରୀରରେ ପ୍ରବେଶ କରିବାକୁ ଦେବନି। ପଶୁ ପାଳକ ମାନଙ୍କୁ ଆଗକୁ ଖୁବ ଲାଭ ହେବାକୁ ଯାଉଛି। କିନ୍ତୁ ଆପଣଂକୁ କହିରଖୁ ଏକ ସ୍ୱତନ୍ତ୍ର ପ୍ରଜାତିର ଗଧ ଙ୍କ କ୍ଷୀର ହିଁ ଉପକାରୀ। ଏହି ପ୍ରଜାତିର ଗଧ ଗୁଜୁରାଟରେ ଦେଖିବାକୁ ମିଳେ । ଏହି ପ୍ରଜାତି ଗଧଙ୍କ କ୍ଷୀର କୌଣସି ବରଦାନ ଠାରୁ କମ ନୁହେଁ । ଅନେକ ବୈଜ୍ଞାନିକ ଗଧ କ୍ଷୀରକୁ ନେଇ ରିସର୍ଚ୍ଚ କରିବା ପରେ ହିଁ ଏହା କେତେ ଉପକାରୀ ଜଣା ପଡ଼ିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.