Below header

ଘରେ ବସି ବସି ହୋଇ ବୋର ହେଉଥିଲେ ଯୁବକ, ଘରର କାନ୍ଥ କଣା କରି ପାଇଗଲେ ୧୨୦ ବର୍ଷ ପୁରୁଣା ଗୁପ୍ତ ସୁଡଙ୍ଗ

ଲକଡାଉନରେ ଲୋକ ଘରେ ବସି ବସି ବୋରିଂ ହେଉଛନ୍ତି, ତେଣୁ କିପରି ନିଜର ସମୟ ଅତିବାହିତ କରିବେ ସେନେଇ ଭିନ୍ନ ଭିନ୍ନ ପ୍ରକାରର ଉପାୟ ଆପଣାଉଛନ୍ତି। କିଏ ପେଟିଂ କରୁଛି ତ କିଏ ନୂଆ ନୂଆ ଖାଦ୍ୟ ରାନ୍ଧୁଛି। ଏହାଛଡା ଅନେକ ଲୋକ ବିଭିନ୍ନ ପ୍ରକାର ଅଦ୍ଭୁତ ଜିନିଷ କରିବା ପାଇଁ ପଛାଉ ନାହାନ୍ତି। ଏମିତି କିଛି ଅଦ୍ଭୁତ କାମ କରିଛନ୍ତି ବ୍ରଟେନର ଡେଓ୍ଵାନରେ ରହୁଥିବା ଜଣେ ବ୍ୟକ୍ତି। ଘରେ ବସି ବସି ବୋରିଂ ହୋଇଥିବା ଏହି ବ୍ୟକ୍ତି ଜଣକ ଘର କାନ୍ଥରେ କଣା କରିବାକୁ ଆରମ୍ଭ କରିଥିଲେ, କିନ୍ତୁ ତାଙ୍କୁ ଜଣାନଥିଲା ଯେ, ଏହା ମଧ୍ୟରୁ ବର୍ଷ ବର୍ଷ ଧରି ଲୁଚିଥିବା ରହସ୍ୟମୟ ସୁଡଙ୍ଗ ପାଇଯିବେ ବୋଲି।

tunnel

ବ୍ରିଟେନର ଏହି ବ୍ୟକ୍ତିଙ୍କ ନାମ ଜ୍ୟାକ ବ୍ରାଉନ। ରିପୋର୍ଟ ମୁତାବକ, ସେ ଲକଡାଉନ ସମୟରେ ଘରେ ବସି ବସି ବୋରିଂ ହେଉଥିଲେ। ଘରେ ବସିଥିବା ବେଳେ ସେ ହଠାତ୍‌ ଦେଖିବାକୁ ପାଇଥିଲେ କି, ତାଙ୍କ ଘରର ସବୁ କାନ୍ଥଠାରୁ ଅଲଗା ଏକ କାନ୍ଥ ଥିଲା। ସେଥିପାଇଁ ଏହି କାନ୍ଥ ଭିତରେ କ’ଣ ରହିଛି, ତାହା ଜାଣିବା ପାଇଁ ତାଙ୍କ ଉତ୍ସୁକତା ବଢିଯାଇଥିଲା। ପରେ ସେ ଡ୍ରିଲିଂ ମେସିନ ଆଣି କାନ୍ଥରେ ଏକ ଛୋଟ କଣା କରି ଟର୍ଚ୍ଚ ସାହାଯ୍ୟରେ ଏହାର ଭିତର ଦେଖିବାକୁ ଚେଷ୍ଟା କରିଥିଲେ। କିନ୍ତୁ ପରେ ଯାହା ଦେଖିଲେ, ତାହା ଦେଖିବା ପରେ ତାଙ୍କ ହୋସ ଉଡିଗଲା।

paper

ଏହା ଦେଖିବା ପରେ ଜ୍ୟାକ ନିଜ ଘରେ କାନ୍ଥରେ କୌଣସି ରହସ୍ୟ ଲୁଚି ରହିଛି ବୋଲି ସନ୍ଦେହ କରି କାନ୍ଥରେ ବଡ କଣା କରିବାକୁ ଲାଗିଲେ। ଡ୍ରିଲିଂ ମେସିନ ସାହାଯ୍ୟରେ କାନ୍ଥକୁ କଣା କରି ତା’ ଭିତରେ ପ୍ରବେଶ କରିଥିଲେ ଜ୍ୟାକ। ତାଙ୍କ ଘରର କାନ୍ଥ ସେପଟେ ଥିବା ବଡ ଖାଲି ଜାଗା ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଅନେକ ସନ୍ଧାନ କରିବା ପରେ ସେ ଜାଣିବାକୁ ପାଇଥିଲେ ଯେ, ସେହି ସୁଡଙ୍ଗ ବହୁତ ବଡ ଏବଂ ୧୨୦ ବର୍ଷ ପୁରୁଣା ରହିଥିଲା। ସୁଡଙ୍ଗ ମଧ୍ୟରେ ଥିବା ଖରବକାଗଜ ଖଣ୍ଡରୁ ଜଣାପଡିଲା କି, ଏହି ସୁଡଙ୍ଗ ପାଖାପାଖି ୫୦ ବର୍ଷ ହେଲା ବନ୍ଦ ପଡିଛି।

cycle

ରିପୋର୍ଟ ମୁତାବକ, ୧୨୦ ବର୍ଷ ପୁରୁଣା ଏହି ସୁଡଙ୍ଗର ବ୍ୟବହାର ପେଣ୍ଟିଂ କରୁଥିବା ପୁରୁଣା ଡବା ଏବଂ ନିର୍ମାଣ କାର୍ଯ୍ୟ ସହିତ ଜଡିତ ସାମଗ୍ରୀ ରଖିବା ପାଇଁ କରାଯାଉଥିଲା। ଜ୍ୟାକଙ୍କୁ ସେଠାରେ ଅନେକ ଏପରି ସାମଗ୍ରୀ ମିଳିଥିଲା। ଏହାଛଡା ସେଠାରେ ଏକ ପୁରୁଣା ସାଇକେଲ ଥିଲା। କିନ୍ତୁ ଏହି ସୁଡଙ୍ଗ ମଧ୍ୟରେ ଏହିସବୁ ଜିନିଷ କିପରି ଆସିଲା ତାହାର ରହସ୍ୟ ଏପର୍ଯ୍ୟନ୍ତ ସମସ୍ତଙ୍କୁ ଅଜଣା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.