ରେଡ ଜୋନ୍ ତାଲିକାରେ ସାମିଲ ହେଲା ଅନୁଗୁଳ ଜିଲ୍ଲା

ଅନୁଗୁଳ: ଅନୁଗୁଳରେ ପଶିଛି କରୋନା । ନୂଆ ଜିଲ୍ଲା ଭାବେ ଅନୁଗୁଳରେ ୧୩ ଜଣ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଏହା ପରେ ଗ୍ରୀନ୍‌ ଜୋନ୍‌ରେ ଥିବା ଅନୁଗୁଳ ରେଡ୍‌ ଜୋନ୍‌ ହୋଇଛି । ଆଜି ଜିଲ୍ଲାପାଳ ମନୋଜ ମହାନ୍ତି ଜିଲ୍ଲାକୁ ରେଡ୍‌ ଜୋନ୍‌ ଘୋଷଣା କରିଛନ୍ତି । ଅନୁଗୁଳରୁ ପଜିଟିଭ୍‌ ଚିହ୍ନଟ ହେବା ପରେ ପ୍ରଶାସନ ପକ୍ଷରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି । ଚିହ୍ନଟ ହୋଇଥିବା ୧୩ ପଜିଟିଭ୍‌ଙ୍କ ମଧ୍ୟରୁ ୧୧ ଜଣ ଆକ୍ରାନ୍ତ ସୁରତ ଫେରନ୍ତା । ଜଣେ ଆକ୍ରାନ୍ତ ମହାରାଷ୍ଟ୍ରରୁ ଫେରିଥିଲେ । ଅନୁଗୁଳର ଅନ୍ୟ ଜଣେ ଆକ୍ରାନ୍ତ ସ୍ଥାନୀୟ ବାସିନ୍ଦା ବୋଲି ଜଣାଯାଇଛି । ଏହାକୁ ମିଶାଇ ଓଡ଼ିଶାରେ ସମୁଦାୟ ୨୦ ଟି ଜିଲ୍ଲାକୁ ମହାମାରୀ କରୋନା ଭାଇରସ ଛୁଇଁଛି । ଅନୁଗୁଳକୁ ମିଶାଇ ବର୍ତ୍ତମାନ ସୁଦ୍ଧା ଓଡ଼ିଶାର ୫ ଟି ଜିଲ୍ଲା ରେଡ଼ ଜୋନ ତାଲିକାରେ ଅଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.