Below header

ଆଜି ମୋ ଜନ୍ମଦିନରେ ତୁମେ ବହୁତ ମନେ ପଡୁଛ ମା’…

ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୭୩ ତମ ଜନ୍ମ ଦିନ। ପ୍ରତିଥର ସେ ନିଜ ଜନ୍ମମାଟିକୁ ଯାଆନ୍ତି ନିଜ ଜନ୍ମଦାତ୍ରୀଙ୍କ ଆଶୀର୍ବାଦ ନେବାକୁ । ହେଲେ ଏଥର ସେଥିରୁ ସେ ବଞ୍ଚିତ ହୋଇଛନ୍ତି । କାରଣ ତାଙ୍କ ମା ହୀରାବେନ୍ ଆଉ ନାହାନ୍ତି ।

ବିଶ୍ୱରେ ଲୋକପ୍ରିୟ ନେତା ଭାରତର ପ୍ରଧାନମନ୍ତ୍ରୀ। ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୭୩ ତମ ଜନ୍ମ ଦିନ। ସାରା ଦେଶରେ ପାଳିତ ହେଉଛି ମୋଦିଙ୍କର ଜନ୍ମଦିନ। ଜନ୍ମମାଟି ଗୁଜରାଟରୁ ଆରମ୍ଭ କରି ବିଭିନ୍ନ ରାଜ୍ୟରେ ଜୋରଦାର ଭାବେ ପାଳନ କରାଯାଉଛି ଜନ୍ମଦିନ। କେଉଁଠି ପୂଜାର୍ଚ୍ଚନା ତ କେଉଁଠି ବଡ଼ ଆକାରରେ ସେଲିବ୍ରେସନ୍ ହେଉଛି। ତେବେ ଏସବୁ ଭିତରେ ନିହାତି ଭାବେ ଆଜି ଗୋଟିଏ କଥାର ଅଭାବ ଅନୁଭବ କରୁଥିବେ ମୋଦି । ତାଙ୍କ ମା’ଙ୍କ ଅନୁପସ୍ଥିତି।

ପ୍ରତିଥର ସେ ନିଜ ଜନ୍ମମାଟିକୁ ଯାଆନ୍ତି ନିଜ ଜନ୍ମଦାତ୍ରୀଙ୍କ ଆଶୀର୍ବାଦ ନେବାକୁ । ହେଲେ ଏଥର ସେଥିରୁ ସେ ବଞ୍ଚିତ ହୋଇଛନ୍ତି । କାରଣ ତାଙ୍କ ମା ହୀରାବେନ୍ ଆଉ ନାହାନ୍ତି । ଗତ ୯ ବର୍ଷ ଧରି ସେ ଲଗାତର ଭାବେ ମୋଦି ପହଞ୍ଚିଥିଲେ ମା’ଙ୍କ ଆଶୀର୍ବାଦ ନେବା ପାଇଁ । ମା’ଙ୍କ ପାଦ ଧୋଇ ଆଶୀର୍ବାଦ ନିଅନ୍ତି । ବେଶ୍ କିଛି ସମୟ ବିତାଇଥାନ୍ତି ପ୍ରିୟ ମା’ଙ୍କ ସହିତ । ତାଙ୍କ ମା’ କେବଳ ୨୦୧୬ ମସିହାରେ କିଛି ଦିନ ପାଇଁ ଦିଲ୍ଲୀ ଯାଇ ପ୍ରଧାନମନ୍ତ୍ରୀ ଆବାସରେ ରହିଥିଲେ । ତେବେ ଅନ୍ୟ ସବୁ ବେଳେ ସେ ନିଜ ଗାଁରେ ପରିବାରର ଅନ୍ୟ ସଦସ୍ୟଙ୍କ ସହ ରହୁଥିଲେ । ସେହିଠାରେ ତାଙ୍କର ଦେହାନ୍ତ ହୋଇଥିଲା । ଗତ ବର୍ଷ ଡିସେମ୍ବର ୩୦ରେ ତାଙ୍କର ପରଲୋକ ହୋଇଥିଲା।

ସତରେ ଦୁନିଆରେ କିଏ ହେବ ମା ଭଳି? ମା’ର ସ୍ନେହ ମା’ର ଆଦର ପୁଣି ମା’ର କଅଁଳ ଡାକ ସବୁଠୁ ମଧୁର। ତାର ସ୍ନେହବୋଳା ହାତ ସନ୍ତାନ ଦେହରେ ବୁଲିଗଲେ ଦୁନିଆଁର ସବୁ ସୁଖ ମିଳିଗଲା ବୋଲି ଲାଗେ ା ପୁଅ ଝିଅ ଯେତେ ବଡ ହୋଇଯାଆନ୍ତୁ ନା କାହିଁକି ସବୁ ଅଳି ଅର୍ଦ୍ଦଳି ସେହି ମା ଆଗରେ । ତା ପିଲାକୁ ଟିକେ ଦେଖି ଦେଲେ ମା ତାର ସବୁ ଦୁଃଖ ଭୁଲିଯାଏ । ଛୁଆ ପେଟର ଭୋକ କେବଳ ସେହି ମା ହିଁ ବୁଝିଥାଏ। ମା ହାତ ବଢ଼ା ଖାଲି ଭାତ ଥାଳି ବି ଅମୃତ ରୁ ବଳି ସୁଆଦ ଲାଗେ ।

ଠିକ୍ ସେମିତି ସମ୍ପର୍କ ଥିଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ତାଙ୍କ ମା’ଙ୍କ ଭିତରେ । ସାରା ଦେଶର କଥା ବୁଝୁଥିବା ପ୍ରଧାନମନ୍ତ୍ରୀ କିନ୍ତୁ ନିଜ ମାଙ୍କ ପାଖରେ ଥିଲେ ସେହି ଛୋଟପିଲାଟିଏ । ସବୁ ଜନ୍ମଦିନରେ ସେ ମାଙ୍କ ନିକଟକୁ ଛୁଟି ଆସୁଥିଲେ ଢେର ସାରା ଭଲପାଇବା ଆଉ ଆଶୀର୍ବାଦ ନେବାକୁ । ମାଙ୍କ ପାଦ ଛୁଇଁ ପ୍ରଣାମ କରୁଥିଲେ । ଏପଟେ ମା ହୀରାବେନ୍ ବି ପୁଅର ଯିବା ବାଟକୁ ଚାତକ ଭଳି ଚାହିଁ ରହୁଥିଲେ । ପୁଅକୁ ଦେଖିବା କ୍ଷଣି ସ୍ନେହଭରା କଥା କହି ନିଜ ହାତରେ ଆଉଁସି ପକାଉଥିଲେ ।

ଜନ୍ମଦିନରେ ମିଠା ଖୁଆଇ ଦେଉଥିଲେ ଏବଂ ପୁଅକୁ ହାତ ଖର୍ଚ୍ଚ ବି ଦେଉଥିଲେ । ହେଲେ ଚଳିତ ବର୍ଷ ମାଙ୍କ ସହିତ ବିତାଇଥିବା ସବୁ ସ୍ମୃତିକୁ ବହୁତ ମନେ ପକାଉଥିବେ ମୋଦି । କାହିଁକି ନା ଦୁନିଆର ସବୁ ସୁଖ ଗୋଟେ ପଟେ ଆଉ ମାର ମମତା ଗୋଟିଏ ପଟେ । ସତରେ ସେଇଥି ପାଇଁ ତ ମା କେବଳ ମା। ମା’ର ମହତ୍ୱ ବର୍ତ୍ତମାନର ପିଢ଼ିକୁ ବୁଝାଇବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହେଉଛନ୍ତି ଜଣେ ବଡ଼ ଉଦାହରଣ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.