ନୂଆ ସଂସଦ ଭବନରେ ଉଡିଲା ତ୍ରିରଙ୍ଗା, ଆସନ୍ତାକାଲିରୁ ସ୍ୱତନ୍ତ୍ର ଅଧିବେଶନ

ନୂଆ ସଂସଦ ଭବନରେ ଉପରାଷ୍ଟ୍ରପତି ଜଗଦୀପ ଧନଖଡ ତ୍ରିରଙ୍ଗା ପତାକା ଉତ୍ତୋଳନ କରିଛନ୍ତି । ଆସନ୍ତାକାଲିରୁ ୨୨ ତାରିଖ ପର୍ଯ୍ୟନ୍ତ ଚାଲିବ ସଂସଦର ସ୍ବତନ୍ତ୍ର ଅଧିବେଶନ ।

ନୂଆ ସଂସଦ ଭବନରେ ଉଡିଲା ତ୍ରିରଙ୍ଗା । ପ୍ରଥମ ଥର ପାଇଁ ନୂଆ ସଂସଦ ଭବନରେ ଜାତୀୟ ପତାକା ଉତ୍ତୋଳନ କରାଯାଇଛି। ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ ଏବଂ ଲୋକସଭା ବାଚସ୍ପତି ଓମ୍ ବିର୍ଲା ନୂଆ ସଂସଦ ଭବନର ଗଜଦ୍ୱାରରେ ପତାକା ଉତ୍ତୋଳନ କରିଥିଲେ। ଜାତୀୟ ସଙ୍ଗୀତ ପରେ ଦୁହେଁ ଜାତୀୟ ପତାକାକୁ ଅଭିବାଦନ ଜଣାଇଥିଲେ।

ଏହି ଅବସରରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ, ରାଜ୍ୟସଭା ଉପାଧ୍ୟକ୍ଷ ହରିବଂଶ ନାରାୟଣ ସିଂହ, ସଂସଦୀୟ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ଓ ଭି ମୁରଲୀଧନରଙ୍କ ସମେତ ଉଭୟ ସଦନ ଲୋକସଭା ଓ ରାଜ୍ୟସଭା ସାଂସଦମାନେ ଉପସ୍ଥିତ ଥିଲେ।

ଏହି ସମୟରେ ସମସ୍ତ କେନ୍ଦ୍ରମନ୍ତ୍ରୀ, ଲୋକସଭାରେ ବିରୋଧୀ ଦଳ ନେତା ଅଧୀର ରଞ୍ଜନ ଚୌଧୁରୀ ଉପସ୍ଥିତ ଥିଲେ। ସୋମବାର ସଂସଦର ସ୍ୱତନ୍ତ୍ର ଅଧିବେଶନ ପୂର୍ବରୁ ଆଜି ସର୍ବଦଳୀୟ ବୈଠକ ଡକାଯାଇଛି। ପ୍ରଥମ ଦିନ ପୁରୁଣା ସଂସଦ ଭବନରେ ଗୃହକାର୍ଯ୍ୟ ଚାଲିବ । ୧୯ ତାରିଖ ଗଣେଶ ଚତୁର୍ଥୀରୁ ନୂଆ ସଂସଦ ଭବନରୁ ଅଧିବେଶନ ଶୁଭାରମ୍ଭ ହେବ । ଆସନ୍ତା ୨୨ ତାରିଖ ପର୍ଯ୍ୟନ୍ତ ଚାଲିବ ସଂସଦର ସ୍ବତନ୍ତ୍ର ଅଧିବେଶନ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.