ଜିମରେ ଓ୍ଵାର୍କଆଉଟ ବେଳେ ଆସିଲା ହାର୍ଟ ଆଟାକ, ସିସିଟିଭି ଫୁଟେଜରେ କଏଦ ହେଲା ଦୃଶ୍ୟ

ଗାଜିଆବାଦରରୁ ଆସିଛି ଏକ ଆଶ୍ଚର୍ଯ୍ୟ କରିଦେବା ଭଳି ଭିଡିଓ। ଯେଉଁଥିରେ ଜଣେ ଯୁବକ ଜିମ୍‌ର ଟ୍ରେଡମିଲ୍‌ରେ ରନିଂ କରିବା ସମୟରେ ହାର୍ଟ ଆଟାକ ହେବା ଦ୍ୱାରା ମୃତ୍ୟୁ ଘଟିଛି ।

ଜିମରେ ଓ୍ଵାର୍କଆଉଟ କରିବା ସମୟରେ ଚାଲିଗଲା ପ୍ରାଣବାୟୁ।ମୁଣ୍ଡ ବୁଲାଇବାରୁ ହଠାତ ତଳକୁ ଗଳି ପଡ଼ିଗଲେ। ଶେଷରେ ମୃତ୍ୟୁ ହୋଇଗଲା। ସିସିଟିଭି ଫୁଟେଜରେ ଏ ଦୃଶ୍ୟ କଏଦ ହୋଇଛି । ଏ ଦୃଶ୍ୟ ଦେଖି ମନରେ ଭୟ ଆସୁଥିବ ନିଶ୍ଚୟ। ଆଉ ଏ ଖବର ନୂଆ ବି ନୁହେଁ। ଅନେକ ଏହା ଆଗରୁ ଜିମରେ ଓ୍ଵାର୍କଆଉଟ କରିବା ସମୟରେ ମରଣ ରାସ୍ତାରେ ଯାଇଛନ୍ତି। ମୋଟ ଉପରେ ଏସବୁ କାହିଁକି ହେଉଛି ? କଣ ଏଥିପାଇଁ ଖରାପ ଜୀବନଶୈଳୀ ଦାୟୀ କି?

ମୃତ୍ୟୁ କେତେବେଳେ କାହାକୁ କିଭଳି ଆସିଯାଏ ତାହା ଜାଣିବା ବହୁତ ମୁସ୍କିଲ। ନିଜ କାମରେ ବ୍ୟସ୍ତ ଥିବା ସମୟରେ ହଠାତ୍‌ ଲୋକଙ୍କ ମୃତ୍ୟୁ ହୋଇଯିବା ଖବର ସମସ୍ତଙ୍କୁ ଅଧିକ ସ୍ତବ୍ଧ କରିଦିଏ। କାରଣ ଆମେ ଜାଣିଛେ ମୃତ୍ୟୁ କେବେ ଅଚାନକ ଆସିନଥାଏ, ଅତ୍ୟଧିକ ଦେହ ଖରାପ ଏହାର ମୁଖ୍ୟ କାରଣ ହୋଇଥାଏ। କିନ୍ତୁ ବର୍ତ୍ତମାନର ଲାଇଫଷ୍ଟାଇଲ ଏହି ଅସମ୍ଭବ କାମକୁ ବି ସମ୍ଭବ କରିଦେଉଛି। ଆଜିକାଲି ଜୀବନଶୈଳୀ ସମସ୍ତଙ୍କର ଏତେ ମାତ୍ରାରେ ପ୍ରଭାବିତ ହେଉଛି , ଅଯଥା ଚିନ୍ତା କରି ଡିପ୍ରେସନ କୁ ଚାଲିଯାଉଛନ୍ତି। ଆଉ ଏଭଳି ପରିସ୍ଥିିତିରେ ଲୋକଙ୍କର ହାର୍ଟଆଟାକ ବେଶି ହେଉଛି। ଏମିତି ବି କହି ପାରିବା ନିଜକୁ ଫିଟ ରଖିବା ପାଇଁ ଜିମ ଯାଉଥିବା ଲୋକଙ୍କର ମଧ୍ୟ ହଠାତ ମୃତ୍ୟୁ ହୋଇଯିବା ଘଟଣା ଏବେ ବେଶି ମାତ୍ରାରେ ଆସୁଛି।

ଆପଣ ଅନେକ ଖବର ଏମିତି ଦେଖିଥିବେ ଯେଉଁଥିରେ ଜିମରେ ଓ୍ଵାର୍କଆଉଟ କରିବା ସମୟରେ ପିଲାଙ୍କର ହଠାତ ପ୍ରାଣ ଚାଲିଯାଉଛି। ।ଦେହ ସୁସ୍ଥ ଥିଲେ ବି ଏମିତି ଦୁର୍ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଉଛି। ଆପଣ ନିଜେ ଭାବନ୍ତୁ। ଦେହ କୁ ସୁସ୍ଥ ରଖିବା ସହ ଫିଟ ରଖିବା ପାଇଁ ଯଦି ଜଣେ ଜିମ ଯାଉଛି , ଆଉ ସେଇଠି ହିଁ ମରିଯାଉଛି ତେବେ ଏମିତି କରିବା କଣ ଭୁଲ। ଅନେକ ଏବେ ଭୟରେ ଜିମ ଯିବାକୁ ଚାହୁଁନାହାନ୍ତି। ତଥାପି ମରଣକୁ ତ ଭରସା ନାହିଁ। ଆଉ ଏପରି ପରିସ୍ଥିତିରେ ଆପଣ ଜିମ ଯାଆନ୍ତୁ ଅବା ଘରେ ରୁହନ୍ତୁ ମୃତ୍ୟୁ ଲେଖା ଥିଲେ ହେବା ସୁନିଶ୍ଚିତ।

ଆପଣ ଏ ଭିଡ଼ିଓ ଦେଖି ଜାଣିପାରୁଥିବେ ଜିମରେ ଏକ୍ସସାଇଜ କଲା ବେଳେ ଯୁବକଙ୍କର ହଠାତ ଜୀବନ ଚାଲିଯାଉଛି। ଭିଡ଼ିଓରେ ଯୁବକ ଜଣକ ରନିଂ କରୁଥିବାର ଦେଖିବାକୁ ମିଳିଛି। ହଠାତ ରନିଂ କରୁକରୁ ସେ ତଳେ ପଡ଼ିଯାଉଛନ୍ତି। ଦେଖୁ ଦେଖୁ ତାଙ୍କ ପ୍ରାଣ ବାୟୁ ଚାଲିଯାଉଛି। କେହି କିଛି କରିବା ଆଗରୁ ଯୁବକଙ୍କ ର ସେଠି ମୃତ୍ୟୁ ହୋଇଯାଇଥିଲା। ଏହି ଭିଡ଼ିଓଟି ଏବେ ସୋସିଆଲ ମିଡ଼ିଆରେ ଖୁବ ଭାଇରାଲ ହେଉଛି। ମୃତ୍ୟୁର ଲାଇଭ ଦେଖି ସମସ୍ତେ ଏବେ ସ୍ତବ୍ଧ।

ଏହି ଘଟଣାଟି ଗାଜିଆବାଦର.. ଗାଜିଆବାଦର ଖୋଡ଼ା ଥାନା ଅନ୍ତର୍ଗତ ସରସ୍ୱତୀ ବିହାର ଅଞ୍ଚଳର..ସୂଚନା ଅନୁସାରେ ଯୁବକ ଜଣକ ରନିଂ କରିବା ସମୟରେ ହିଁ ତାଙ୍କୁ ହାର୍ଟ ଆଟାକ ଆସିଥିଲା।ଆଉ ଦେଖୁ ଦେଖୁ ତାଙ୍କର ମୃତ୍ୟୁ ହୋଇଗଲା। ଏହି ଘଟଣା ଜିମରେ ଲାଗିଥିବା ସିସିଟିଭି ଫୁଟେଜରେ କଏଦ ହୋଇଛି। ଯାହାକି ଏବେ ଭାଇରାଲ ହେବାରେ ଲାଗିଛି। ଜିମରେ ହାର୍ଟଆଟାକ ରେ ମୃତ୍ୟୁବରଣ କରିବା ଘଟଣା ଏହା ପ୍ରଥମ ନୁହେଁ ବୋଲି ପୋଲିସ କହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.