IDBI ବ୍ୟାଙ୍କରେ ୬୦୦ ପଦବୀ ଖାଲି, ଗ୍ରାଜୁଏସନ କରିଥିଲେ ତୁରନ୍ତ କରନ୍ତୁ ଆବେଦନ

IDBI ବ୍ୟାଙ୍କରେ ଜୁନିଅର ଆସିଷ୍ଟାଣ୍ଟ ପଦବୀ ପାଇଁ ତୁରନ୍ତ କରନ୍ତୁ ଆବେଦନ । ଆବେଦନ ପ୍ରକ୍ରିୟା ଆରମ୍ଭ । ଗ୍ରାଜୁଏସନ ପ୍ରାର୍ଥୀ କରିପାରିବେ ଆବେଦନ ।

ବ୍ୟାଙ୍କରେ ଚାକିରି ଖୋଜୁଥିବା ପ୍ରାର୍ଥୀଙ୍କ ପାଇଁ ଖୁସି ଖବର । ଆଇଡିବିଆଇ ବ୍ୟାଙ୍କରେ ଆପଣଙ୍କ ପାଇଁ ସୁଯୋଗ ଆଣିଦେଇଛି । ଏଠାରେ ଜୁନିଅର ଆସିଷ୍ଟାଣ୍ଟ ମ୍ୟାନେଜର ୬୦୦ ପଦବୀ ଖାଲିପଡିଛି । ଏଥିରେ ଆବେଦନ କରିବାକୁ ଇଚ୍ଛୁକ ଥିବା ପ୍ରାର୍ଥୀ ଅଫିସିଆଲ ୱେବସାଇଟକୁ ଯାଇ ଆବେଦନ କରିପାରିବେ । ଆବେଦନ କରିବାର ତାରିଖ ୧୫ ସେପ୍ଟେମ୍ବର ୨୦୨୩ରୁ ଆରମ୍ଭ ହୋଇଛି । ଇଚ୍ଛୁକ ପ୍ରାର୍ଥୀ ଅନଲାଇନ ଆବେଦନ କରିପାରିବେ ।

ପଦବୀ ବିବରଣୀ : ୬୦୦

ଜରୁରୀ ତାରିଖ : ଆବେଦନ କରିବାର ଶେଷ ତାରିଖ ୩୦ ସେପ୍ଟେମ୍ବର ରହିଛି ।

ଶିକ୍ଷାଗତ ଯୋଗ୍ୟତା : ଆବେଦନ କରିବା ପାଇଁ ଇଚ୍ଛୁକ ଥିବା ପ୍ରାର୍ଥୀ ମାନ୍ୟତାପ୍ରାପ୍ତ ୟୁନିଭରସିଟିରୁ କୌଣସି ବିଷୟରେ ଗ୍ରାଜୁଏସନ କରିଥିବା ଜରୁରୀ ।

ବୟସ ସୀମା : ଇଚ୍ଛୁକ ପ୍ରାର୍ଥୀଙ୍କ ବୟସ ୨୦ରୁ ୨୫ ବର୍ଷ ହୋଇଥିବା ଜରୁରୀ ।

କେମିତି ହେବ ଚୟନ : ପ୍ରାର୍ଥୀଙ୍କ ଚୟନ ଲିଖିତ ପରୀକ୍ଷା ଏବଂ ପର୍ସନାଲ ଇଣ୍ଟରଭ୍ୟୁ ଜରିଆରେ ହେବ । ପ୍ରଥମେ ଅନଲାଇନ ଟେଷ୍ଟ ଦେବାକୁ ହେବ । ତା’ ପରେ ଇଣ୍ଟରଭ୍ୟୁ ପାଇଁ ଡକାଯିବ । ପେପର ସଂକ୍ଷିପ୍ତ ରହିବ ।

ଆବେଦନ ଶୁଳ୍କ : ଇଚ୍ଛୁକ ପ୍ରାର୍ଥୀ ଆବେଦନ ପାଇଁ ଶୁଳ୍କ ୧୦୦୦ ଟଙ୍କା ଦେବାକୁ ହେବ । ଅନୁସୂଚିତ ଜାତି/ଜନଜାତି ଏବଂ PWD ପ୍ରାର୍ଥୀଙ୍କ ପାଇଁ ୨୦୦ ଟଙ୍କା ଆବେଦନ ଶୁଳ୍କ ରହିବ ।

ଅଧିକ ଜାଣିବା ପାଇଁ ଅଫିସିଆଲ ୱେବସାଇଟ ଚେକ୍‌ କରନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
1 Comment
  1. Rahul Sahoo says

    I want to apply

Leave A Reply

Your email address will not be published.