ବିଶ୍ବର ଏକମାତ୍ର ଗଛ, ଯିଏ ମଣିଷ ଭଳି କରୁଛି ‘ଟୁଇଟ୍’, ଦେଉଛି ମିନିଟ୍ ମିନିଟର ସୂଚନା

ସମସ୍ତେ ଭାବନ୍ତି, ମଣିଷ ଭଳି ଗଛ କୌଣସି ଅଭିଯୋଗ କରେ ନାହିଁ। କିନ୍ତୁ ସତ୍ୟତା ଏହା ଯେ ଗଛ ବି ମଣିଷ ଭଳି ପ୍ରତିକ୍ରିୟା ରଖିଥାଏ। ସେ ମଧ୍ୟ ଜଣାଇଥାଏ ତା’ର ଭାବନା। ମୈସାଚୁସେଟ୍ସର ପିଟରସମ୍ ହାୱାର୍ଡ ଜଙ୍ଗଲରେ ଏଭଳି ଏକ ଗଛ ରହିଛି, ଯିଏ ତା’ର ଜୀବନ ବିଷୟରେ ଲୋକମାନଙ୍କୁ ସୂଚନା ଦେଉଛି। ଏହି ଗଛ ପାଣିପାଗ ବିଷୟରେ ମିନିଟ୍ ମିନିଟର ସୂଚନା ଟୁଇଟ୍ କରି ଜଣାଇ ଦେଉଛି। ଆସନ୍ତୁ ଜାଣିବା ଏହି ଗଛ ବିଷୟରେ କିଛି ଖାସ୍ କଥା।

tr tr

ନିଜ ଜୀବନ ବିଷୟରେ ସୂଚନା ଦେଉଥିବା ଏହି ଗଛର ନାମ ହେଲା ‘ଲାଲ୍ ଔକ୍’। ଏହା ଗରମ ପବନ ଏବଂ ପାଣିପାଗ ବିଷୟରେ ଟୁଇଟ୍ କରି ସୂଚନା ଦେଇଥାଏ। ଗଛର ଟୁଇଟର ଆକାଉଣ୍ଟ ମଧ୍ୟ ରହିଛି, ଯାହାର ହ୍ୟାଣ୍ଡେଲ ହେଉଛି @awitnesstree। ଏହି ଗଛ ଜୁଲାଇ ୨୨ ତାରିଖରେ ଟୁଇଟ୍ କରିଥିଲା କି, ‘କାଲି ବହୁତ ଗରମ ଥିଲା। କାଲିର ତାପମାତ୍ରା ଥିଲା ୨୭ ଡିଗ୍ରୀ ସେଲସିୟସ୍। ମୋ ହିସାବରେ ଏହା ଚଳିତବର୍ଷର ୨୪ତମ ସବୁଠାରୁ ଗରମ ଦିବସ।’ ଗଛଟି ଜୁଲାଇ ୧୭ରେ ମଧ୍ୟ ଟୁଇଟ୍ କରିଥିଲା। ଏହା ନିଜକୁ ଇଣ୍ଟରନେଟରେ ସବୁଠାରୁ ପୁରୁଣା ଜୀବିତ ଜୀବଙ୍କ ମଧ୍ୟରୁ ଜଣେ ବୋଲି ଅଭିହିତ କରିଛି।

save t

ଗଛର ଲମ୍ବା ୮୫ ଫୁଟ ଏବଂ ଏହା ହେଉଛି ଜଙ୍ଗଲର ସବୁଠାରୁ ପୁରୁଣା ଗଛ। ୧୯୩୮ରେ ଯେତେବେଳେ ଭୟଙ୍କର ଝଡ଼ତୋଫାନ୍ ଆସିଥିଲା, ସେତେବେଳେ ପବନର ବେଗ ଥିଲା ଘଣ୍ଟା ପ୍ରତି ୧୮୬ କିମି। ଏହି ଝଡ଼ତୋଫାନରେ ପୂରା ଜଙ୍ଗଲ କ୍ଷୟକ୍ଷତି ହୋଇଥିବା ବେଳେ ଏହି ଗଛର କିନ୍ତୁ କୌଣସି କ୍ଷତି ଘଟି ନ ଥିଲା। ରୋଚକ କଥା ହେଉଛି, ଗଛଟିରେ ଅନେକ ସେନ୍ସର ଲାଗିଛି, ଯାହା ବୋଟ(ଇଣ୍ଟରନେଟରେ ସ୍ବୟଂଚାଳିତ ପ୍ରୋଗ୍ରାମ)କୁ ଡାଟା ଦେଇଥାଏ ଏବଂ ପରେ ବୋଟ୍ ହିଁ ଟୁଇଟ୍ କରିଥାଏ। ଏହି ଗଛ ଜୁଲାଇ ୨୪ରେ ମଧ୍ୟ ଟୁଇଟ୍ କରିଥିଲା କି ‘ଏହାର ମୂଳ ବା ଚେର ୧.୫ ମିମି ପର‌୍ୟ୍ୟନ୍ତ ବଢ଼ିଯାଇଛି।’

sen s

ହାଭାର୍ଡ ବିଶ୍ବବିଦ୍ୟାଳୟ ଏବଂ ଉତ୍ତର ଏରିଜୋନା ବିଶ୍ବବିଦ୍ୟାଳୟର ଜଣେ ପୋଷ୍ଟ ଡକ୍ଟୋରାଲ୍ ଫେଲୋ ଟିମ୍ ରେଡିମାକରଙ୍କ କହିବାନୁଯାୟୀ, ଏହି ଗଛ ଜଙ୍ଗଲରେ ଥିବା ସମସ୍ତ ଗଛଠାରୁ ପୂରା ଭିନ୍ନ। ଅନେକ ଗଛ ଉପରେ ଗବେଷଣା କରାଯିବା ପରେ ଏହି ଗଛ ଉପରେ ପ୍ରୟୋଗ କରାଯିବାକୁ ସ୍ଥିର କରାଯାଇଥିଲା। ସେହିପରି ଜଣେ ପତ୍ରକାର ଲିଣ୍ଡା ମୈପ୍ସ ଏହି ଗଛ ଉପରେ ଏକ ବହି ଲେଖିଛନ୍ତି, ଯାହାର ନାମ ସେ ଦେଇଛନ୍ତି The Witness’s Tree: Seasons of Change with a Century-Old Oak‘।

ଏହାସହ ପଢ଼ନ୍ତୁ: ୪୦୧ ଫୁଟ ଲମ୍ବାର ତ୍ରିରଙ୍ଗା ଆଉ ଯବାନ ବର୍ଦ୍ଦିରେ ୭୨ ଗ୍ରାମବାସୀ: ସ୍ବତନ୍ତ୍ର କାଉଡ଼ି ଯାତ୍ରାରେ ସହିଦଙ୍କୁ ଦେଲେ ଶ୍ରଦ୍ଧାଞ୍ଜଳି

hvard tr

ଗଛରେ ଭିନ୍ନ ଭିନ୍ନ କାମ ପାଇଁ ଅଲଗା ଅଲଗା ସେନ୍ସର ଲଗାଯାଇଛି, ଯାହା ସପ୍ତାହରେ ୬ ଥର ଡାଟା ଦେଇଥାଏ। ଏଥିରେ ଏକ ଏପରି ସେନ୍ସର ଲାଗିଛି, ଯାହା ଗଛ ଏବଂ ଜଙ୍ଗଲରେ ପାଣିର ମାତ୍ରା କହିଥାଏ। ଏପରି କି, ସେନ୍ସରରୁ ଏହା ମଧ୍ୟ ଜଣାପଡ଼ିଥାଏ ଯେ ଶୁଖିଲା ସ୍ଥିତିରେ ଗଛ କିପରି ବଞ୍ଚିପାରିବ। କେବଳ ସେତିକି ନୁହେଁ, ଗଛରେ ଏକ କ୍ୟାମେରା ମଧ୍ୟ ଲଗାଯାଇଛି, ଯାହାର ନାମ ‘ଫେନୋ କ୍ୟାମ୍’। ଏହା ସାହାଯ୍ୟରେ ଗଛ ପ୍ରତି ୩୦ ଘଣ୍ଟାରେ ଥରେ ନିଜର ଫଟୋ କ୍ଲିକ୍ କରିଥାଏ ଏବଂ ଏହାକୁ ଟୁଇଟରେ ବ୍ୟବହାର କରିଥାଏ। ଏଥିସହ ମାଟିର ତାପମାତ୍ରା, ଆର୍ଦ୍ରତା ଏବଂ ପବନର ବେଗ ବିଷୟରେ ମଧ୍ୟ ସୂଚନା ଦେଇଥାଏ।

cam c

ତେବେ ମଣିଷ ବ୍ୟତୀତ ଅନ୍ୟ ସଜୀବଙ୍କୁ ନେଇ ଏହି ଗବେଷଣା କରାଯିବାର ଏକମାତ୍ର ଉଦ୍ଦେଶ୍ୟ ହେଉଛି, ମଣିଷ ଉପରେ ପାଣିପାଗର କିଭଳି ପ୍ରଭାବ ରହୁଛି, ସେମାନେ ସେ ବିଷୟରେ କ’ଣ ଭାବୁଛନ୍ତି। ଭବିଷ୍ୟତରେ ଏହି ପ୍ରୋଜେକ୍ଟରେ ଅନ୍ୟ ପଶୁପକ୍ଷୀଙ୍କୁ ମଧ୍ୟ ସାମିଲ କରାଯାଇପାରେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.