Below header

ବର୍ଷ ବର୍ଷ ଧରି ପଡିରହିଛି ପୌରପରିଷଦର ଭେଣ୍ଡିଙ୍ଗ ଜୋନ୍‌ ଷ୍ଟଲ୍‌, ଖତ ଖାଉଛି ଲକ୍ଷାଧିକ ଟଙ୍କାର ସରକାରୀ ସମ୍ପତ୍ତି

ଖତ ଖାଉଛି ଲକ୍ଷାଧିକ ଟଙ୍କାର ଭେଣ୍ଡିଙ୍ଗ ଜୋନ୍‌ ଷ୍ଟଲ୍‌। ପାଇପାରୁ ନାହାନ୍ତି ଯୋଗ୍ଯ ହିତାଧିକାରୀ । ଏଭଳି ଦୃଶ୍ଯ ଦେଖିବାକୁ ମିଳିଛି ଖୋଦ୍‌ ମାଲକାନଗିରି ପୌରପରିଷଦରେ। ଅଧିକାରୀ ଏବେ କହୁଛନ୍ତି ଖୁବ୍‌ ଶୀଘ୍ର ହିତାଧିକାରୀଙ୍କୁ ହସ୍ତାନ୍ତର କରାଯିବ।

ମାଲକାନଗିରି(କେନ୍ୟୁଜ୍): କଥାରେ ଅଛି ସରକାର କା ମାଲ ଦରିଆ ମେ ଡାଲ୍‌। ଯାହା  ମାଲକାନଗିରି ପୌର ପରିଷଦରର ଭେଣ୍ଡିଙ୍ଗ ଜୋନ୍‌ ଷ୍ଟଲ୍‌ ଗୁଡିକୁ ଦେଖିଲେ ଲାଗୁଛି। ଯାହା ଉଠା ଦୋକାନୀଙ୍କୁ ଥଇଥାନ କରାଯିବା ପାଇଁ ହୋଇଥିଲା। କିନ୍ତୁ ଏହି ଷ୍ଟଲ ଏବେ କାମରେ ନଲାଗି ଦୀର୍ଘ ଦିନ ହେବ ଖାଲି ପଡି ରହିଛି । ଯାହା ଦ୍ବାରା ଯୋଗ୍ଯ ଉଠା ଦୋକାନୀ ଏହାର ସୁବିଧା ପାଇବାରୁ ବଞ୍ଚିତ ହେଉଛନ୍ତି ।

ମାଲକାନଗିରି ପୌରପରିଷଦ ଅଞ୍ଚଳ। ମାଲକାନଗିରି ସହରକୁ ୨୦୧୭ ମସିହାରେ ସରକାର ବିଜ୍ଞାପିତ ଅଞ୍ଚଳରୁ ପରିବର୍ତ୍ତନ କରି ପୌରପରିଷଦ ଗଠନ କରିଥିଲେ । ଏହାପରେ ପୌରପରିଷଦ ହବା ପରେ ସହରର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ଯ ହୋଇଥିବା ଦେଖିବାକୁ ମିଳିଥିଲା । ୨୦୧୮/୧୯ ମସିହାରେ ସହରରେ ଥିବା ଉଠା ଦୋକାନୀ ମାନଙ୍କୁ ଥଇଥାନ କରିବାପାଇଁ ନିର୍ମାଣ ହୋଇଥିଲା ଭେଣ୍ଡିଙ୍ଗ ଜୋନ୍‌ ଷ୍ଟଲ୍‌। ସହରର ଜିଲ୍ଲା ପରିଷଦ (ଡିଆରଡିଏ) ଛକ ଠାରେ ଲକ୍ଷ ଲକ୍ଷ ଟଙ୍କା ବ୍ଯୟରେ ୧୦ଟି ଭେଣ୍ଡିଙ୍ଗ ଜୋନ୍‌ ଷ୍ଟଲ୍‌ କରାଯାଇଥିଲା ।

vending zone

କିନ୍ତୁ ଷ୍ଟଲ ଗୁଡିକ ହେବାର ୫ବର୍ଷ ବିତି ଯାଇଥିଲେ ମଧ୍ୟ ଗୋଟିଏ ବି ଷ୍ଟଲ କାହାକୁ ବି ଦିଆଯାଇ ନାହିଁ । ଏହା ଦେଖି ଛକଠାରେ ଥିବା ଉଠା ଦୋକାନୀଙ୍କୁ ପଚାରି ବୁଝିବାରୁ ସେମାନେ କହିଥିଲେ ତତତ୍କାଳୀନ ଜିଲ୍ଲାପାଳ କେ ସୁଦର୍ଶନ ଚକ୍ରବର୍ତ୍ତୀ ଯିଏକି ବର୍ତ୍ତମାନର ଖୋର୍ଦ୍ଧା ଜିଲ୍ଲାପାଳ ଅଛନ୍ତି, ସେ ଦୋକାନୀ ମାନଙ୍କୁ କହିଥିଲେ ୫ହଜାର ଟଙ୍କା ଅଗ୍ରିମ ଦେବା ସହିତ ମାସିକ ୩୦୦ ଟଙ୍କା ଭଡା ବାବଦକୁ ଦେଇ ଜଣେ ଜଣେ ଷ୍ଟଲ ନେଇ ନିଜର ବେପାର ବାଡି କରିବା ପାଇଁ । କିନ୍ତୁ ସେହି ସମୟରେ ଜିଲ୍ଲାପାଳଙ୍କ ବଦଳି ହୋଇଯିବା ପରେ ମୁନିସିପାଲଟିର ଅଧିକାରୀ ମାନେ ମନଇଛା ଏହାର ଗୋଟିଏ ଷ୍ଟଲ ପିଛା ୬୦ ରୁ ୭୦ ହଜାର ଟଙ୍କା ଅଗ୍ରିମ ଦେଇ ମାସିକ ୫୦୦ଟଙ୍କା ଦେଲେ ଷ୍ଟଲ ଦେବାକୁ ପଡିବ ବୋଲି କହିଥିଲେ। ଏଣୁ ଛୋଟୋ ଉଠା ଦୋକାନୀ ମାନେ ଏତେ ଟଙ୍କା ଦେଇ ଷ୍ଟଲ ନବା ସମ୍ବଳ ନଥିବାରୁ ସେମାନେ ଷ୍ଟଲ ନେଇପାରିନଥିବା କହିଛନ୍ତି । ଯାହା ଫଳରେ ଏହି ଷ୍ଟଲ ଗୁଡିକରେ ଗଛପତ୍ର ଉଠି ଜଙ୍ଗଲ ସଦୃଶ ହୋଇଗଲାଣି ।

zone pic

ସେହିଭଳି ବାଲିମେଳା ରାସ୍ତା ବାଲି ସାଗର ନିକଟରେ ୨୦୨୧/୨୨ ମସିହାରେ ୪୦ଟି ଭେଣ୍ଡିଙ୍ଗ ଜୋନ୍‌ ଷ୍ଟଲ କରାଯଇଛି । ଯାହାକୁ ଗତ ୨୫.୧.୨୦୨୩ ରେ ନବରଙ୍ଗପୁରୁ ସାଂସଦ ରମେଶଚନ୍ଦ୍ର ମାଝୀ ଉଦଘାଟନ କରିଥିଲେ । କିନ୍ତୁ ଏହି ଷ୍ଟଲ ଗୁଡିକୁ କୌଣସିବି ଉଠା ଦୋକାନି ମାନଙ୍କୁ ଦିଆଯାଇନାହିଁ । ଫଳରେ ସେହି ସବୁ ସ୍ତାନରେ ସନ୍ଧ୍ୟ୍ରା ହୋଇଗଲେ ଅସାମାଜିକ ଲୋକ ଯାଇ ସେଠାରେ ମଦ୍ୟପାନ କରିବାସହ ମଦ ବୋତଲ ପକାଇବା ଓ ଅଳିଆ ଆବର୍ଜନା କରୁଥିବା ନଜରକୁ ଆସୁଛି । ତାସହ ଷ୍ଟଲ ନିକଟରେ ଡ୍ରେନ୍‌ ଉପରେ ପଡିଥିବା ସିମେଣ୍ଟ କଂକ୍ରିଟ ପ୍ଲେଟ ନିମ୍ନମାନର ହୋଇଥିବାରୁ ପ୍ଲେଟ୍‌ ଗୁଡିକ ଭାଙ୍ଗି ଡ୍ରେନ୍‌ ରେ ପଡିଥିବା ଦେଖିବାକୁ ମିଳିଛି । ଏଣୁ ଏହି ସବୁ ଷ୍ଟଲ ଯଥାଶିଘ୍ର ଯୋଗ୍ଯ ହିତାଧିକାରୀଙ୍କୁ ଦବାପାଇଁ ସ୍ଥାନୀୟ ଲୋକ ଦାବି କରିବା ସହ କେଉଁ କାରଣରୁ ବର୍ତ୍ତମାନ ଯାଏଁ ଦିଆଯାଇ ନାହିଁ ଜିଲ୍ଲାପାଳ ହସ୍ତକ୍ଷେପ କରି ଏହାର ତଦନ୍ତ କରିବାପାଇଁ ସ୍ଥାନୀୟ ଲୋକ ଦାବି କରିଛନ୍ତି । ଏହାର ସମାଧାନ ୧୫ ଦିନ ମଧ୍ୟରେ ନହେଲେ ମୁନିସିପାଲଟି ଅଫିସ୍‌ ଘେରାଉ କରାଯିବ କହିଛନ୍ତି ଧମକ ଦେଇଛନ୍ତି।

ଏ ନେଇ ପୌରପରିଷଦ ନିର୍ବାହୀ ଅଧିକାରୀଙ୍କୁ ପଚାରି ବୁଝିବାରୁ ସେ କହିଛନ୍ତି, କୋଭିଡ ସମୟରେ ସର୍ଭେ କରାଯାଇଥିବା ୩୫୦ଭେଣ୍ଡର୍‌ ଙ୍କୁ ପୌରପରିଷଦ ସମୟ ଦେଇଛି ଆସନ୍ତା ୫ତାରିଖ ସୁଦ୍ଧା ସେମାନେ ନାମ ପଞ୍ଜୀକରଣ କରିବେ । ତାସହ ଅଗ୍ରିମ ୨୦ହଜାର ଟଙ୍କା ଦେଇ ମାସିକ ୫୦୦ଟଙ୍କା ଭଡାଦେବେ। ଏଠି ପ୍ରଶ୍ନ ଉଠୁଛି ଏତେଦିନ ଲୋକଙ୍କ ସହିତ ଖେଳ ଖେଳୁ ଥିଲେ କି ପୌରପରିଷଦ ଅଧିକାରୀ? ଏଥିପାଇଁ ଦାୟୀ କିଏ? ଏହାର ଉଚ୍ଚ ସ୍ତରୀୟ ତଦନ୍ତ ଆବଶ୍ଯକ ରହିଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.