ମନ ଶାନ୍ତିରେ ବିବାହ ଭୋଜି ଖାଉଥିଲେ ଅତିଥି, ରାଗ ତମତମ ହୋଇ ପଶିଆସିଲା ଷଣ୍ଢ…ତା’ ପରେ କ’ଣ ହେଲା ଦେଖନ୍ତୁ Video

ଏବେ ଏକ ଭିଡିଓ ସାମ୍ନାକୁ ଆସିଛି, ଯେଉଁଥିରେ ଦେଖାଯାଉଛି ଯେ ଏକ ରାଗି ଷଣ୍ଢ ହଠାତ୍‌ ବିବାହ ପେଣ୍ଡାଲ ଭିତରକୁ ପଶିଆସୁଛି। ଏହି ସମୟରେ ଭୋଜି ଖାଉଥିବା ଅତିଥିମାନଙ୍କ ମଧ୍ୟରେ ଭୟର ବାତାବରଣ ଖେଳିଯାଉଛି।

ସୋସିଆଲ ମିଡିଆରେ ବିବାହ ସମ୍ବନ୍ଧିତ ଅନେକ ଭିଡିଓ ସେୟାର କରାଯାଇଥାଏ। ବିବାହ ସିଜନ ଥାଉ କି ନ ଥାଉ, କିନ୍ତୁ ଡ୍ୟାନ୍ସ, ସାଙ୍ଗସାଥୀଙ୍କ ସହ ଥଟ୍ଟାମଜାଠୁ ଆରମ୍ଭ କରି ବିବାହରେ ଘଟିଥିବା ବିଭିନ୍ନ ଅଜବଗଜବ ଘଟଣାର ଭିଡିଓ ପ୍ରାୟ ସମୟରେ ଅନଲାଇନ ମାଧ୍ୟମରେ ସାମ୍ନାକୁ ଆସିଥାଏ।

ବିବାହରେ ଏହା ବି ଦେଖିବାକୁ ମିଳେ ଯେ କେବେକେବେ ବୁଲା ଗାଈଗୋରୁ ବିବାହ ସ୍ଥଳକୁ ପଶିଆସି ଥାଆନ୍ତି। ପେଣ୍ଡାଲ ଭିତରକୁ ପଶିଆସି ନାନା ହଙ୍ଗାମା ସୃଷ୍ଟି କରନ୍ତି। ଏମିତି ହିଁ ଏକ ଭିଡିଓ ଏବେ ସାମ୍ନାକୁ ଆସିଛି, ଯେଉଁଥିରେ ଦେଖାଯାଉଛି କି, ଏକ ରାଗି ଷଣ୍ଢ ହଠାତ୍‌ ବିବାହ ପେଣ୍ଡାଲ ଭିତରକୁ ମାଡ଼ିିଆସୁଛି। ଏହି ସମୟରେ ବିବାହ ଭୋଜି ଖାଉଥିବା ଅତିଥିମାନଙ୍କ ମଧ୍ୟରେ ଭୟର ବାତାବରଣ ଖେଳିଯାଉଛି। ସମସ୍ତେ ଭୟଭୀତ ହୋଇ ଏଣେତେଣେ ଦୌଡ଼ିବାକୁ ଲାଗୁଛନ୍ତି।

ଭାଇରାଲ ଭିଡିଓ ଅନୁସାରେ, ବିବାହ ଭୋଜି ଚାଲିଥିବା ବେଳେ ହଠାତ୍‌ ଏକ ଷଣ୍ଢ କ୍ରୋଧାନ୍ଵିତ ଅବସ୍ଥାରେ ପେଣ୍ଡାଲ ଭିତରକୁ ମାଡ଼ି ଆସୁଛି ଏବଂ ଷଣ୍ଢକୁ ଦେଖି ଲୋକେ ଧାଁ ଦୌଡ଼ କରୁଛନ୍ତି। ଷଣ୍ଢଠାରୁ ନିଜକୁ ରକ୍ଷା କରିବା ପାଇଁ ସମସ୍ତେ ଖାଦ୍ୟ ପ୍ଲେଟ୍‌ ଛାଡ଼ି ଦୌଡ଼ି ପଳାଇ ଯାଉଥିବା ଭିଡିଓରେ ଦେଖାଯାଉଛି।

ଯଦିଓ କିଛି ସମୟ ପରେ କେତେଜଣ ସାହସୀ ଲୋକ ଷଣ୍ଢକୁ ବାହାରକୁ ଘଉଡାଇ ଦେଉଛନ୍ତି। ଏହି ଭିଡିଓ ସୋସିଆଲ ମିଡିଆରେ ଅପ୍‌ଲୋଡ ହେବା କ୍ଷଣି ଖୁବ୍‌ ଭାଇରାଲ ହେବାରେ ଲାଗିଛି। ଯଦିଓ ଭିଡିଓଟି କେଉଁ ସ୍ଥାନର ତାହା ଜଣାପଡ଼ି ନାହିଁ ଏବଂ ଏଥିରେ କେହି ଆହତ ହୋଇଥିବା ନେଇ ଖବର ମଧ୍ୟ ନାହିଁ। କିନ୍ତୁ ଲୋକେ ଭିଡିଓକୁ ଖୁବ୍‌ ସେୟାର କରିବାରେ ଲାଗିଛନ୍ତି।

 

View this post on Instagram

 

A post shared by Indian Wedding (@wedus.in)

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.