ପଶ୍ଚିମବଙ୍ଗରେ ଦିନ ଦ୍ୱିପ୍ରହରରେ ଟିଏମସି ନେତାଙ୍କୁ ଗୁଳି କରି ହତ୍ୟା କଲେ ଦୁର୍ବୃତ୍ତ

ଦିନ ଦ୍ୱିପ୍ରହରରେ ଟିଏମସି ନେତାଙ୍କୁ ହତ୍ୟା । ହତ୍ୟାର ଶିକାର ହୋଇଥିବା ଟିଏମସିଙ୍କ ନେତାଙ୍କ ନାମ ଅମୋଦ ଅଲ୍ଲୀ ବିଶ୍ୱାସ । ପଶ୍ଚିମବଙ୍ଗର ନଦିୟାର ହଂସଖଲୀ ଥାନା ରାମନଗର ଚମ୍ପାରିୟା ଗାଁରେ ଘଟିଛି ଏଭଳି ଘଟଣା ।

ଦିନ ଦ୍ୱିପ୍ରହରରେ ଟିଏମସି ନେତାଙ୍କୁ ହତ୍ୟା । ହତ୍ୟାର ଶିକାର ହୋଇଥିବା ଟିଏମସିଙ୍କ ନେତାଙ୍କ ନାମ ଅମୋଦ ଅଲ୍ଲୀ ବିଶ୍ୱାସ । ପଶ୍ଚିମବଙ୍ଗର ନଦିୟାର ହଂସଖଲୀ ଥାନା ରାମନଗର ଚମ୍ପାରିୟା ଗାଁରେ ଘଟିଛି ଏଭଳି ଘଟଣା ।

ସବୁଦିନ ଭଳି ନେତା ଜଣକ ବଜାରକୁ ଯାଇଥିଲେ । ଏହି ସମୟରେ କିଛି ଦୁର୍ବୃତ୍ତ ତାଙ୍କୁ ଦୋକାନ ବାହାରକୁ ଡାକି ଗୁଳିମାଡ କରିଥିଲେ । ନେତା ଜଣକ ଘଟଣା ସ୍ଥଳରେ ଟଳି ପଡିଥିଲେ ।

ପ୍ରତ୍ୟକ୍ଷଦର୍ଶୀଙ୍କ କହିବାନୁସାରେ, ଟିଏମସି ନେତା ବିଶ୍ୱାସ ବଜାରରେ ଏକ ଚା’ କୋଦାନରେ ବସିଥିଲେ । ଏହି ସମୟରେ ଏଭଳି ଘଟଣା ଘଟିଥିଲା । ଯେଉଁମାନେ ଗୁଳିମାଡ କରିଥିଲେ, ସେମାନେ ମୁହଁରେ କପଡା ବାନ୍ଧିଥିଲେ । ଘଟଣା ବିଷୟରେ ସୂଚନା ମିଳିବା ପରେ ପୋଲିସ ମାମଲାର ଯାଞ୍ଚ କରୁଛି ।

ତେବେ ଦିନ ଦ୍ୱିପ୍ରହରରେ ଜଣେ ଟିଏମସି ନେତାକୁ ହତ୍ୟା ପୋଲିସ ଶାସନ ଉପରେ ପ୍ରଶ୍ନ ଉଠାଇଛି । ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.