Below header

ବିଶ୍ୱର ସର୍ବବୃହତ ଲିଖିତ ସମ୍ବିଧାନ ‘ଭାରତୀୟ ସମ୍ବିଧାନ’, ଜାଣନ୍ତୁ କେବେ ଓ କିପରି ହୋଇଥିଲା ପ୍ରସ୍ତୁତ

ଭାରତ ଏହି ବର୍ଷ ୭୧ ତମ ଗଣତନ୍ତ୍ର ଦିବସ ପାଳନ କରିବ । ଦେଶ ରାଜଧାନୀ ଦିଲ୍ଲୀରେ ଏନେଇ ଜୋରଦାର ପ୍ରସ୍ତୁତି ଜାରିରହିଛି । ଦେଶର କୋଣ ଅନୁକୋଣରେ ବି ଏହାକୁ ପାଳନ କରିବା ନେଇ ଲୋକଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଛି  । ପ୍ରତିଟି ଭାରତୀୟ ପାଇଁ ଏହି ଦିନ ବିଶେଷ ମହତ୍ୱ ରଖେ । କିନ୍ତୁ ଏହି ପର୍ବ ପାଳନ ପଛରେ ଯାହା ବିଶେଷ ମହତ୍ୱ ରଖେ ତାହା ହେଉଛି ଭାରତର ସମ୍ବିଧାନ । କିନ୍ତୁ ଏହାର ପ୍ରସ୍ତୁତି ବିଷୟରେ ହୁଏତ ଦେଶର ଅଧିକାଂଶ ଲୋକ ଜାଣିନଥିବେ । ଏହା ଖୁବ କମ ଲୋକଙ୍କୁ ହୁଏତ ଜଣାଥିବ ୧୯୪୯ ମସିହା ନଭେମ୍ବର ମାସ ୨୬ ତାରିଖ ସୁଦ୍ଧା ସମ୍ବିଧାନ ପୁର୍ଣ ରୂପେ ପ୍ରସ୍ତୁତ ହୋଇଯାଇଥିଲେ ବି ଏହାକୁ ଲାଗୁ କରିବା ପାଇଁ ୨ ମାସ ଅପେକ୍ଷା କରିବା ପାଇଁ ତତକାଳୀନ ନେତା ମାନଙ୍କ ଦ୍ୱାରା ନିଷ୍ପତ୍ତି ନିଆଯାଇଥିଲା ।

constitution

ତେଣୁ ପରବର୍ଷ ଅର୍ଥାତ ୧୯୫୦ ମସିହା ଜାନୁଆରୀ ମାସ ୨୬ ତାରିଖରେ ପୁର୍ଣ ରୂପେ ସମ୍ବିଧାନ ପ୍ରଣୟନ କରାଯାଇଥିଲା । ଭାରତ ସ୍ୱାଧୀନ ହେବା ପରେ ଦେଶକୁ ସୁଚାରୁ ରୂପେ ଚଳାଇବା ପାଇଁ ଏକ ସମ୍ବିଧାନ ପ୍ରସ୍ତୁତି ନେଇ ନିଷ୍ପତ୍ତି ନିଆଯାଇଥିଲା । ତେଣୁ ଏକ ସଭା ଗଠିତ ହୋଇଥିଲା । ୧୯୪୬ ମସିହା ଡିସେମ୍ବର ୯ ତାରିଖରୁ ବି. ଆର ଆମ୍ବେଦକରଙ୍କ ନେତୃତ୍ୱରେ ପ୍ରସ୍ତୁତି ଆରମ୍ଭ ହୋଇଯାଇଥିଲା । ଦୀର୍ଘ ୨ ବର୍ଷ ୧୧ ମାସ ୧୮ ଦିନର ପରିଶ୍ରମ ପରେ ଭାରତର ଶାସନ ବ୍ୟବସ୍ଥା ପାଇଥିଲା ଏକ ନୂଆ ଲିଖିତ ରୂପ । ଯାହାକୁ ୧୯୪୯ ମସିହା ନଭେମ୍ବର ୨୬ରେ ସଭାର ଅଧ୍ୟକ୍ଷ ଡ଼. ରାଜେନ୍ଦ୍ର ପ୍ରସାଦଙ୍କୁ ହସ୍ତାନ୍ତର କରାଯାଇଥିଲା ।

constitution

ଆଉ ଏହା ସହ ହଟାଯାଇଥିଲା ପୂର୍ବରୁ ପ୍ରଚଳିତ ଥିବା ଭାରତ ସରକାର ଆଇନ ୧୯୩୫ । ୧୯୫୦ ମସିହା ଜାନୁଆରୀ ୨୬ ତାରିଖ ସକାଳ ୧୦ ଟା ୧୮ ମିନିଟ ସମୟରେ ଭାରତ ଗଣତନ୍ତ୍ର ରାଜ୍ୟର ମାନ୍ୟତା ପାଇଥିଲା । ମାତ୍ର ୬ ମିନିଟ ପରେ ଶପଥ ନେଇଥିଲେ ଭାରତର ପ୍ରଥମ ରାଷ୍ଟ୍ରପତି ଡ଼. ରାଜେନ୍ଦ୍ର ପ୍ରସାଦ । ସମ୍ବିଧାନ କଥା ଉଠିଲେ ସର୍ବ ପ୍ରଥମେ ମନେ ପଡେ ବି. ଆର ଆମ୍ବେଦକରଙ୍କ କଥା । ଡ୍ରାଫଟିଙ୍ଗ କମିଟିର ଚେୟାର ମ୍ୟାନ ହୋଇଥିବା କାରଣରୁ ତାଙ୍କୁ ସମ୍ବିଧାନର ବାସ୍ତୁକାର ବୋଲି ମଧ୍ୟ କୁହାଯାଏ । ସମ୍ବିଧାନକୁ ଯିଏ ନିଜ ହାତରେ ଲେଖିଥିଲେ ସେ ହେଉଛନ୍ତି କୋଲିଓଗ୍ରାଫର ପ୍ରେମ ବିହାରୀ ରାୟଜ଼ାଦା । ଏହି ବ୍ୟକ୍ତି ଜଣକ ସମ୍ବିଧାନକୁ ନିଜ ହାତରେ ହିଁ ଲେଖିଥିଲେ । ଆଉ ସବୁଠୁ ଗୁରୁତ୍ୱ ପୁର୍ଣ ହେଉଛି ସେ କୌଣସି ଭୁଲ ନ କରି ଇଟାଲିକ ଶୈଳୀରେ ସୁନ୍ଦର ଭାବେ ଲେଖିଥିଲେ ।

constitution

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.