ପାପୁଲିରେ ରାହୁ ପର୍ବତ ରେଖା ଏହି ସ୍ଥିତିରେ ଥିଲେ ବ୍ୟକ୍ତି ହୋଇଥାନ୍ତି ଖୁବ ଧନବାନ୍, ଜୀବନରେ କରିଥାନ୍ତି ଖୁବ ଉନ୍ନତି

ହସ୍ତରେଖା ଶାସ୍ତ୍ରରେ ହାତର ସମସ୍ତ ରେଖା ସହ ସେମାନଙ୍କ ଶୁଭ ଅଶୁଭ ଲକ୍ଷଣ ଯୋଡ଼ି ହୋଇ ରହିଛି, ଯାହା ଦ୍ୱାରା ଭବିଷ୍ୟତ ସମ୍ପର୍କରେ ଜଣପଡ଼ିଥାଏ। ଜୀବନର ପ୍ରତ୍ୟେକ ଛୋଟ ବଡ଼ ଘଟଣା ସମ୍ପର୍କରେ ଏହା ଦର୍ଶାଇଥାଏ।
ତେବେ ସମସ୍ତେ ତ ଧନବାନ ହେବାକୁ ଚାହିଁଥାନ୍ତି। କିନ୍ତୁ ଏହି ସ୍ୱପ୍ନ ସମସ୍ତଙ୍କର ପୂରଣ ହୋଇପାରିନଥାଏ। କାରଣ ଯାହା ଭାଗ୍ୟରେ ଯାହାଳ ଲେଖାଯାଇଥାଏ। ସେଇଆ ହିଁ ହୋଇଥାଏ। ଏହା ସମ୍ପର୍କରେ ଆମ ହାତରୁ ମଧ୍ୟ ଜାଣି ପାରିବା। ହସ୍ତରେଖା ଏହା ସମ୍ପର୍କରେ ସମସ୍ତ ସୂଚନା ଦେଇଥାଏ। କିଛି ଲୋକଙ୍କ ପରିବାର ଧନୀ ହୋଇଥିବା ବେଳେ ଅନ୍ୟ କିଛି ମଧ୍ୟମ ଧରଣ ପରିବାରରେ ଜନ୍ମ ନେଇଥାନ୍ତି । ପରେ କିନ୍ତୁ ପରିଶ୍ରମ କରି ଅନେକ ଅର୍ଥ ଉପାର୍ଜନ କରିଥାନ୍ତି। କିଛି ଲୋକଙ୍କ ଭାଗ୍ୟରେ ଅଚାନକ ଧନ ଲାଭ ପାଇବାର ସୁଯୋଗ ମଧ୍ୟ ରହିଥାଏ।
ଏବେ ଜାଣନ୍ତୁ ଲୋକଙ୍କ ହସ୍ତରେଖା କିପରି ଥିଲେ ବ୍ୟକ୍ତି ଜଣକ ଧନବାନ ହୋଇପାରିବ ବୋଲି ଜାଣିବେ:-
-ହାତର ଆଙ୍ଗୁଠି ପାାଖେ ମଙ୍ଗଳ କ୍ଷେତ୍ରରୁ ବାହାରିଥିବା ରେଖାକୁ ରାହୁ ରେଖା କୁହନ୍ତି। ଏହା ଏକରୁ ଅଧିକ ମଧ୍ୟ ହୋଇପାରେ। କିଛି ଜଣଙ୍କ ପାପୁଲିରେ ରହିଥିବା ମଝି ଭାଗକୁ ରାହୁ ପର୍ବତ ବୋଲି କହିଥାନ୍ତି। ତେବେ ହାତରେ ଏହି ରେଖାକୁ ଅତ୍ୟନ୍ତ ଅଶୁଭ ମନାଯାଏ । କିନ୍ତୁ ଏହା ଯଦି ଜୀବନ ରେଖା ମଧ୍ୟ ଦେଇ ନଯାଇଥାଏ ତେବେ ଭୟ କରିବାର କୌଣସି କାରଣ ନାହିଁ।
-ରାହୁ ରେଖାକୁ ଅଶୁଭ ମନାଯାଉଥିବା ବେଳେ କିଛି ଜଣଙ୍କ ହାତରେ ଥିବା ରାହୁ ପର୍ବତର ଭଲ ସ୍ଥିିତିକୁ ଶୁଭ ମନାଯାଏ। ଏହାଦ୍ୱାରା ବ୍ୟକ୍ତି ଜଣକ ଖୁବ ଭାଗ୍ୟଶାଳୀ ହୋଇଥାଏ।
-ରାହୁ ପର୍ବତର ବିକାଶ ହେଲେ ବ୍ୟକ୍ତି ଜଣକ ଧାର୍ମିକ ବୋଳି ସୂଚାଇଥାଏ।
-ସେହିପରି ରାହୁ ପର୍ବତ ରେଖା ବିକଶିତ ଏବଂ ତାହା ଉପରେ ଭାଗ୍ୟ ରେଖା ଭାଙ୍ଗି ଗଲେ ବ୍ୟକ୍ତି ଜଣକ ଅପ୍ରତ୍ୟାଶିତ ଭାବେ ଧନ ଲାଭ ହେବାର ଯୋଗ ରହିଥାଏ।
-ସେହି ପରି ଏହି ରେଖା ସ୍ୱସ୍ତିକ, ଶଙ୍ଖ ଭଳି ଶୁଭ ଆକାର ନେଲେ ବ୍ୟକ୍ତି ଜଣକୁ ସବୁ କାମରେ ସଫଳତା ମିଳିଥାଏ ଏବଂ ସେ ଅତ୍ୟନ୍ତ ଧନବାନ ହୋଇଥାଏ।