Below header

ଦିନିକିଆ ରାୟଗଡା ଗସ୍ତରେ ମନ୍ତ୍ରୀ ବିଶେ୍ଵଶ୍ଵର ଟୁଡୁ

ରାୟଗଡା(କେନ୍ଯୁଜ୍): ଦିନିକିଆ ରାୟଗଡା ଗସ୍ତରେ ମନ୍ତ୍ରୀ ବିଶେ୍ଵଶ୍ଵର ଟୁଡୁ । କେନ୍ଦ୍ର ଜଳ ଶକ୍ତି ଓ ଆଦିବାସୀ ବ୍ୟାପାର ରାଷ୍ଟ୍ର ମନ୍ତ୍ରୀ ବିଶେ୍ଵଶ୍ଵର ଟୁଡୁ ଆଜି ରାୟଗଡ଼ା ଜିଲ୍ଲାରେ ପହଞ୍ଚିଛନ୍ତି । ଜିଲ୍ଲାପ୍ରଶାସନ ଓ ଆଦିବାସୀ ବ୍ୟାପାର ବିଭାଗର ବିଭିନ୍ନ ଉନ୍ନୟନ କାର୍ଯ୍ୟର ସମୀକ୍ଷା କରିବେ ।

ଜିଲ୍ଲାରେ ପାନୀୟଜଳ ସମସ୍ୟା ସହ ଅନ୍ୟାନ୍ୟ ଉନ୍ନୟନମୂଳକ କାମ ନେଇ ଜିଲ୍ଲାପ୍ରଶାସନ ସହ ଆଲୋଚନ କରିବେ । ଏଥିସହ ରେଭଲକଣାଠାରେ ଥିବା ବନବାସୀକଲ୍ୟାଣ ଆଶ୍ରମର ବାର୍ଷିକ ଉତ୍ସବରେ ମଧ୍ୟ ଯୋଗଦେବା କାର୍ଯ୍ୟକ୍ରମ ରହିଛି । ଅପରାହ୍ନରେ ତେଜସ୍ୱି ହୋଟେଲରେ ବିଜେପି ରାୟଗଡା ଜିଲ୍ଲାସ୍ତରୀୟ ସମ୍ବର୍ଦ୍ଧ୍ୱନା ସଭାରେ ଯୋଗଦେବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.