ଜୋହାନ୍ସବର୍ଗ ଦ୍ୱିତୀୟ ଟେଷ୍ଟର ଆଜି ଦ୍ୱିତୀୟ ଦିନ, ଅସମାପ୍ତ ୩୫ରନରୁ ଖେଳ ଆରମ୍ଭ କରିବ ଦକ୍ଷିଣ ଆଫ୍ରିକା

କେନ୍ଯୁଜ୍: ଜୋହାନ୍ସବର୍ଗ ଦ୍ୱିତୀୟ ଟେଷ୍ଟର ଆଜି ଦ୍ୱିତୀୟ ଦିନ । ଗତକାଲିର ଅସମାପ୍ତ ୩୫ରନରୁ ଖେଳ ଆରମ୍ଭ କରିବ ଦକ୍ଷିଣ ଆଫ୍ରିକା । ଘରୋଇ ଦଳ ଗୋଟିଏ ଓ୍ଵିକେଟ ହରାଇଛି । ଗତକାଲି ଦକ୍ଷିଣ ଆଫ୍ରିକା ବୋଲରଙ୍କ ଘାତକ ବୋଲିଂକୁ ସାମ୍ନା କରିନପାରି ଭାରତ ପ୍ରଥମ ଇନିଂସରେ ୨୦୨ ରନ୍‌ରେ ଅଲଆଉଟ୍‌ ହୋଇଥିଲା ।

ଭାରତ ପକ୍ଷରୁ କ୍ୟାପଟେନ୍‌ ଲୋକେଶ ରାହୁଲ୍‌ ସର୍ବାଧିକ ୫୦ ରନ୍‌ ଓ ରବିଚନ୍ଦ୍ରନ୍‌ ଅଶ୍ୱିନ୍‌ ୪୬ ରନ୍‌ କରିଥିଲେ । ଟସ୍‌ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ ଅଧିନାୟକ ଲୋକେସ ରାହୁଲ । ତେବେ ତାସ ଘର ପରି ବ୍ୟାଟିଂ ଲାଇନ ଭୁଷୁଡିପଡିଥିଲା । ଦକ୍ଷିଣ ଆଫ୍ରିକା ପକ୍ଷରୁ ମାର୍କୋ ଜାନସେନ୍‌ ସର୍ବାଧିକ ୪ଟି ଓ୍ଵିକେଟ ନେଇଥିଲେ । ରବାଡା ଓ ଓଲିଭିଅରଙ୍କୁ ମିଳିଛି ୩ଟି ଲେଖାଏ ୱିକେଟ୍‌ ।

ସୂଚନା ଥାଉକି, ପ୍ରଥମ ଟେଷ୍ଟ ଚମତ୍କାର ଭାବେ ଜିତିବା ପରେ ଏଠାରେ ବଡ଼ ଉତ୍ସାହ ନେଇ ଖେଳ ଆରମ୍ଭ କରିଥିଲା ଭାରତୀୟ ଦଳ । ବିରାଟ କୋହଲିଙ୍କ ବିନା ନୂଆ ଅଧିନାୟକ କେଏଲ୍‌ ରାହୁଲଙ୍କ ନେତୃତ୍ୱରେ ଦଳ ଟସ୍‌ ଜିତିଥିଲା । ହେଲେ ପ୍ରଥମ ଓ୍ଵିକେଟ୍‌ ରୂପେ ମୟଙ୍କ ଅଗ୍ରଓ୍ଵାଲ ୨୬ ରନ୍‌ କରି ଆଉଟ୍‌ ହୋଇଥିଲେ । ସେତେବେଳେ ଦଳୀୟ ସ୍କୋର ୩୬ ରନ୍‌ ହୋଇଥିଲା । ତା ପରେ ନିୟମିତ ବ୍ୟବଧାନରେ ଓ୍ଵିକେଟ୍‌ ପଡ଼ି ଚାଲିଲା ।

ଗୋଟିଏ ଦୁଇଟି ଛୋଟିଆ ପାର୍ଟନରସିପ୍‌ ପାଇ ଭାରତୀୟ ଦଳ ୨୦୦ ରନ୍‌ରେ ପହଞ୍ଚି ପାରିଥିଲା । ଦଳ ଆହୁରି କମ୍‌ ରନ୍‌ରେ ଆଉଟ୍‌ ହୋଇଥାନ୍ତା ଯଦି ଅଶ୍ୱିନ୍‌ ଏକ ବିସ୍ଫୋରକ ପାଳି ଖେଳି ନଥାନ୍ତେ। ସେ ୫୦ ବଲ୍‌ ଖେଳି ୬ଟି ଚୌକା ସହ ୪୬ ରନ୍‌ କରିଥିଲେ । ଆଉ ସମସ୍ତେ ଫେଲ୍‌ ହୋଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.