ଆଠଗଡ଼ : ବାରହା ପାଇଁ ଫାଶ ବସିଥିଲା, ସେଥିରେ ବାଘ ପଡ଼ି ମଲା

ଆଠଗଡ଼(କେନ୍ଯୁଜ୍): ବାର୍‌ହା ଶିକାର ପାଇଁ ବିଛାଯାଇଥିବା ଜାଲରେ ପଡି ବାଘ ମୃତ। ଆଠଗଡ଼ ବନଖଣ୍ଡ ତିଗିରିଆ ବନାଞ୍ଚଳ ଭିରୁଡା ସୋରିଷ ପାହାଡ ନିକଟରେ ବାର୍‌ହା ଶୀକାର ପାଇଁ ଜାଲ ବିଛାଇଥିଲା ଶିକାରୀ ।

ତେବେ ଏହି ଜାଲରେ ପଡି ଏକ କଲରାପତରିଆ ବାଘର ମୃତ୍ୟୁ ହୋଇଛି। ଖବର ପାଇ ମଧ୍ୟ ବନବିଭାଗ କର୍ମଚାରୀ ପହଞ୍ଚିନଥିବାରୁ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ଦେଖାଦେଇଛି।