ପୁରୀକୁ ପୁଣି ଫେରିଲା କଣ୍ଟେନମେଣ୍ଟ ଜୋନ୍, ୩ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ପରେ କଡା ପଦକ୍ଷେପ

ପୁରୀ(କେନ୍ଯୁଜ୍): ପୁରୀକୁ ପୁଣି ଫେରିଲା କଣ୍ଟେନମେଣ୍ଟ ଜୋନ୍। ୧୧ ନମ୍ବର ୱାର୍ଡ ଅନ୍ତର୍ଗତ ହୋଟେଲ ସୋନା ଇଣ୍ଟର ନ୍ୟାସନାଲ ଓ ଏହାର ଆଖପାଖ ଅଞ୍ଚଲକୁ ମାଇକ୍ରୋ କଣ୍ଚେନମେଣ୍ଟ ଜୋନ୍ ଘୋଷଣା କଲା ଜିଲ୍ଲା ପ୍ରଶାସନ।
ଗତ ୨ ତାରିଖରେ ଏହି ହୋଟେଲରୁ ୩ଜଣ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହେବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ କଡା ପଦକ୍ଷେପ ଗ୍ରହଣ କରାଯାଇଛି।
ଏହି ଅଞ୍ଚଳରେ ଥିବା ସମସ୍ତ ଦୋକାନ ବଜାର ଓ ସରକାରୀ ବେସରକାରୀ କାର୍ଯ୍ୟାଳୟ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ଏହି ଅଞ୍ଚଳ ଲୋକମାନଙ୍କୁ ଘରୁ ନବାହାରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହି ସମୟରେ ପୌରସଂସ୍ଥା ପକ୍ଷରୁ ସମସ୍ତ ଅତ୍ୟାବଶ୍ୟକୀୟ ଜିନିଷ ଓ ଔଷଧ ଯୋଗାଇ ଦିଆଯିବ।