କନ୍ଦମୂଳର ଏହି ସବୁ ଫାଇଦା ସମ୍ପର୍କରେ ଜାଣନ୍ତୁ

ଶୀତଋତୁ ଆସିବା ପରେ ଧିରେ ଧିରେ ବଜାରରେ ଅନେକ ପ୍ରକାରର ଫଳ, ପନିପରିବା ଓ ଅନ୍ୟ ଖାଇବା ଜିନିଷ ବଜାରରେ ମିଳିବା ଆରମ୍ଭ ହୋଇଯାଏ। କହିବାକୁ ଗଲେ ସତେଜ ପନିପରିବା ସହ ଫଳ ଆଦି ଏହି ଋତୁରେ ମିଳିବା ଲୋକମାନଙ୍କୁ ସହଜ ହୋଇଯାଏ। ଏମିତିରେ ଶୀତ ଋତୁରେ ଫଳର ଚାହିଦା ଟିକେ କମିଯାଏ। କାରଣ ଥଣ୍ଡା ହେବା ଯୋଗୁଁ ଏହିଦିନ ଫଳ ଖାଇବାକୁ ସମସ୍ତେ ନିଜକୁ ବିରତ ରଖନ୍ତି। କିନ୍ତୁ ପରିବାର ଦାମ ବଢ଼ିଯାଏ।

ତେବେ ସବୁ ପରିବା ମଧ୍ୟରୁ ସବୁଠୁ ଫାଇଦାପୂର୍ଣ୍ଣ ପରିବା ହେଉଛି କନ୍ଦମୂଳ। ଅଧିକାଂଶ ଲୋକମାନେ କନ୍ଦମୂଳ ଖାଇବାକୁ ଖୁବ୍ ପସନ୍ଦ କରିଥାନ୍ତି। କିଛି ଲୋକମାନେ କନ୍ଦମୂଳକୁ ଚାଟ୍ ଆକାରରେ ଖାଇବାକୁ ପସନ୍ଦ କରିଥାନ୍ତି। ଅନ୍ଯ ଚଟପଟା ଖାଦ୍ଯ ଖାଇବା ବ୍ଯତୀତ କନ୍ଦମୂଳ ଖାଇବା ଭଲ। କାରଣ ଏଥିରେ ପ୍ରଚୁର ମାତ୍ରାରେ ଆଇରନ ରହିଥାଏ, ଯାହା ଶରୀରକୁ ଶକ୍ତି ଦେବା ସହ ଉତ୍ତମ ରଖିଥାଏ। ଏବେ ଜାଣନ୍ତୁ ଏହାର ଫାଇଦା..

ଅସ୍ଥାମାରୁ ରକ୍ଷା କରିଥାଏ:
କନ୍ଦମୂଳ ଶରୀରକୁ ଗରମ ମଧ୍ୟ ରଖିଥା:ଏ ଏବଂ ଏଥିରେ ଥିବା ଭିଟାମିନ ସି ର ସେବନ ଦ୍ବାରା ବ୍ରଙ୍କାଇଟିସ ଏବଂ ଫୁସଫୁସ ଜନିତ ସମସ୍ୟାରୁ ମଧ୍ୟ ଆରାମ ମିଳିଥାଏ।

potato
pc : feelaliveuk

ପ୍ରତିରକ୍ଷା ପ୍ରଣାଳୀ ପାଇଁ:
କନ୍ଦମୂଳରେ ଭିଟାମିନ ବି କମ୍ପଲେକ୍ସ, ଆଇରନ, ଫସଫରସ, ଭିଟାମିନ ସି ବ୍ୟତିତ ବିଟା କ୍ୟାରୋଟିନ ପ୍ରଚୁର ମାତ୍ରାରେ ମିଳିଥାଏ ଏଥିପାଇଁ ଏହା ପ୍ରତିରକ୍ଷା ପ୍ରଣାଳୀକୁ ମଜବୁତ ବନାଇବାର କାମ କରିଥାଏ।

ପେଟକୁ ଥଣ୍ଡା ରଖେ କନ୍ଦମୂଳ:
ଭୋଜନ ପରେ କିଛି ଲୋକମାନଙ୍କ ଛାତିରେ ଜଳନ ହୋଇଥାଏ କିମ୍ବା ପେଟ ଓଜନ ଲାଗିଥାଏ। କନ୍ଦମୂଳ ଖାଇବା ଦ୍ବାରା ପେଟ ଥଣ୍ଡା ରହିଥାଏ। ଏଥିସହ କନ୍ଦମୂଳ ଖାଇବା ଦ୍ବାରା ପେଟରେ ଜଳନ ଏବଂ ଗ୍ଯାସ ସମସ୍ଯାରୁ ମୁକ୍ତି ମିଳିଥାଏ।

ପାଚନ କ୍ରୀୟା:
ଖାଦ୍ୟ ହଜମ ପାଇଁ ଶରୀରରେ ଫାଇବର ରହିବା ନିହାତି ଜରୁରୀ ହୋଇଥାଏ। କନ୍ଦମୂଳ ଫାଇବର ଯୁକ୍ତ ଭୋଜନ ଅଟେ। କନ୍ଦମୂଳ ସ୍ବାଦିଷ୍ଟ ହୋଇଥାଏ ଏବଂ ଏଥିରେ ଫାଇବର ଅଧିକ ମାତ୍ରାରେ ଥାଏ ଏଥିପାଇଁ ଏହା ପାଚନ ତନ୍ତ୍ର ପାଇଁ ମଧ୍ୟ ଭଲ ହୋଇଥାଏ।

ଅର୍ଥରାଇଟିସ:
କନ୍ଦମୂଳରେ ମାଗ୍ନେସିୟମ, ଜଙ୍କ୍, ବୀଟା କ୍ୟାରୋଟିନ ଏବଂ ଭିଟାମିନ ବି କମ୍ପଲେକ୍ସ ହୋଇଥାଏ। ଏଥିପାଇଁ ଏହା ଅର୍ଥରାଇଟିସ ରୋଗୀଙ୍କ ପାଇଁ ଭଲ ହୋଇଥାଏ।

lifestyle
pc: TOI

କ୍ୟାନ୍ସର:
ବୀଟା କ୍ୟାରୋଟିନକୁ ଆଣ୍ଟି କୋର୍ସିନୋଜନ ( କର୍କଟରୁ ମୁକ୍ତି ଦେଇଥାଏ) ବୋଲି ଧରାଯାଏ। କନ୍ଦମୂଳ କର୍କଟ ଠାରୁ ଶରୀରକୁ ସୁରକ୍ଷା କରିଥାଏ। କେଶରେ ଯଦି ଡେନଡ୍ରଫର ସମସ୍ୟା ହୋଇଥାଏ ତେବେ କନ୍ଦମୂଳ କଞ୍ଚା ସବୁବେଳେ ଖାଆନ୍ତୁ, ଲାଭ ମିଳିଥାଏ।

ହ୍ରୁଦୟ ପାଇଁ:
କନ୍ଦମୂଳରେ ବହୁତ ମାତ୍ରାରେ ପୋଟାସିୟମ ରହିଥାଏ। ଅଧିକ ମାତ୍ରାରେ ପୋଟାସିୟମର ସେବନ ଦ୍ବାରା ହ୍ରୁଦଘାତ ଏବଂ ଷ୍ଟ୍ରୋକର ଭୟ କମ୍ ହୋଇଥାଏ ଏବଂ ରକ୍ତଚାପ ମଧ୍ୟ ନିୟନ୍ତ୍ରଣରେ ରହିଥାଏ। ଏଥିପାଇଁ କନ୍ଦମୂଳ ଖାଇବା ଦ୍ବାରା ହ୍ରୁଦୟ ସମ୍ବଦ୍ଧିତ ସମସ୍ତ ରୋଗ ଆପଣଙ୍କ ଠାରୁ ଦୂରେଇ ରହିଥାଏ।

ଆଖି ପାଇଁ ଲାଭକାରୀ କନ୍ଦମୂଳ
କନ୍ଦମୂଳରେ ବିଟା କ୍ଯାରୋଟିନ ଏବଂ ଭିଟାମିନ-ଏ ପ୍ରଚୁର ମାତ୍ରାରେ ରହିଥାଏ। ଏହି ଦୁଇଟି ତତ୍ତ୍ବ ଆଖିର ଉଜ୍ବଳତା ବଜାୟ ରଖିବାରେ ସାହାଯ୍ଯ କରିଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.