Below header

କେଉଁ ବ୍ଲଡ୍‌ ଗ୍ରୁପର ଲୋକଙ୍କୁ କରୋନା ହେବାର ଆଶଙ୍କା ଅଧିକ ଓ କାହାକୁ କମ୍‌, ରିସର୍ଚ୍ଚରେ ହେଲା ବଡ଼ ଖୁଲାସା

କରୋନା ଭାଇରସ୍‌ର ଆତଙ୍କ ସାରା ଦୁନିଆରେ ଜାରି ରହିଛି। ଏହି ଭାଇରସ୍‌ ଖୁବ୍‌ ଦ୍ରୁତ ବେଗରେ ବ୍ୟାପୁଥିବାରୁ ସାରା ଦୁନିଆରେ କରୋନାରେ ପ୍ରାୟ ୨ ଲକ୍ଷ ଲୋକ ସଂକ୍ରମିତ ହୋଇଥିବା ବେଳେ ୭୮୦୦ ଜଣଙ୍କ ମୃତ୍ୟୁ ଘଟିସାରିଲାଣି। ଚୀନ୍‌ରେ ସବୁଠାରୁ ଅଧିକ ଲୋକ କରୋନା ଯୋଗୁ ମୃତ୍ୟୁବରଣ କରିଛନ୍ତି। ବୁହାନରୁ ଆରମ୍ଭ ହୋଇଥିବା ଏହି ଭାଇରସ୍‌ର ମେଡିସିନ୍‌ ତିଆରି କରିବାରେ ସବୁ ଦେଶ ଲାଗିପଡ଼ିଛନ୍ତି। ତେବେ ଇତି ମଧ୍ୟରେ ଆଉ ଏକ ରିସର୍ଚ୍ଚ ସାମ୍ନାକୁ ଆସିଛି, ଯେଉଁଥିରେ କରୋନା କେଉଁ ବ୍ଲଡ୍‌ ଗ୍ରୁପର ଲୋକଙ୍କୁ ଅଧିକ ହେବା ଆଶଙ୍କା ରହିଛି ଓ କାହାକୁ କମ୍‌ ହେବ ସେ ନେଇ ଜଣାଯାଇଛି। ଆସନ୍ତୁ ଜାଣିବା ସେ ସମ୍ପର୍କରେ…

blood-group-typing-market

ବୁହାନ୍‌ରେ କରାଯାଇଥିବା ରିସର୍ଚ୍ଚରେ ଜଣାଯାଇଛି ଯେ ଯେଉଁ ଲୋକଙ୍କ ବ୍ଲଡ୍‌ ଗ୍ରୁପ୍‌ ‘ଏ’ ସେମାନଙ୍କୁ କରୋନା ସଂକ୍ରମଣର ଆଶଙ୍କା ଅଧିକ ରହିଛି। ସେହିପରି ଯେଉଁମାନଙ୍କର ବ୍ଲଡ୍‌ ଗ୍ରୁପ ‘ଓ’ ସେମାନଙ୍କୁ ସଂକ୍ରମଣର କମ୍‌ ଆଶଙ୍କା ରହିଛି।

blood2

ଏହି ରିସର୍ଚ୍ଚରେ କୁହାଯାଇଛି ଯେ କରୋନାରେ ମୃତ୍ୟୁବରଣ କରିଥିବା ଲୋକଙ୍କ ମଧ୍ୟରେ ଅଧିକାଂଶ ଲୋକଙ୍କ ବ୍ଲଡ୍‌ ଗ୍ରୁପ ‘ଏ’ ରହିଛି। ଏହି ରିସର୍ଚ୍ଚରେ କରୋନା ଭାଇରସ୍‌ ସଂକ୍ରମିତ ମୋଟ ୨୧୭୩ ରୋଗୀ ସାମିଲ ହୋଇଥିଲେ। ସେଥିରୁ ୨୦୬ ଜଣଙ୍କ ମୃତ୍ୟୁ ସଂକ୍ରମଣ ଯୋଗୁ ହୋଇଛି।

blood

ଚୀନ୍‌ର ଜନସଂଖ୍ୟା ଉପରେ କରାଯାଇଥିବା ଆଉ ଏକ ଗବେଷଣା ଅନୁସାରେ, ଚୀନ୍‌ରେ ‘ଓ’ ବ୍ଲଡ୍‌ ଗ୍ରୁପ୍‌ ଥିବା ଲୋକଙ୍କ ସଂଖ୍ୟା ଅଧିକ। ଷ୍ଟଡି ମୁତାବକ ମୋଟ ଜନସଂଖ୍ୟାର ୩୪ ପ୍ରତିଶତ ଲୋକଙ୍କ ବ୍ଲଡ ଗ୍ରୁପ ‘ଓ’ ଥିବା ବେଳେ ୩୨ ପ୍ରତିଶତଙ୍କ ବ୍ଲଡ୍‌ ଗ୍ରୁପ ‘ଏ’ ରହିଛି। ଚୀନ୍‌ର ହୁଓ୍ଵାଇ ପ୍ରାନ୍ତର ଝୋଙ୍ଗନାନ୍‌ ମେଡିକାଲର ରିସର୍ଚ୍ଚକର୍ତ୍ତା କହିଛନ୍ତି ଯେ କରୋନା ଭାଇରସ୍‌ର ସଂକ୍ରମଣ ହେବାର ସମ୍ଭାବନା ‘ଏ’ ବ୍ଲଡ ଗ୍ରୁପଯୁକ୍ତ ଲୋକଙ୍କ ଠାରେ ଅଧିକ ରହିଥାଏ।

coronavirus

ଏହି ରିସର୍ଚ୍ଚ ମୁତାବକ କରୋନା ଭାଇରସ୍‌ରେ ମୋଟ ସଂକ୍ରମିତ ରୋଗୀଙ୍କ ମଧ୍ୟରେ ‘ଓ’ ବ୍ଲଡ୍‌ ଗ୍ରୁପଙ୍କ ସଂଖ୍ୟା ୨୫ ପ୍ରତିଶତ ରହିଥିବା ବେଳେ ‘ଏ’ ଗ୍ରୁପ ଯୁକ୍ତ ରୋଗୀଙ୍କ ସଂଖ୍ୟା ପ୍ରାୟ ୪୧ ପ୍ରତିଶତ ରହିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.