ଥରେ ସୁସ୍ଥ ହୋଇସାରିଥିବା ରୋଗୀଙ୍କୁ ପୁଣିଥରେ ହୁଏ କି କରୋନା ସଂକ୍ରମଣ ? ଜାଣନ୍ତୁ କଣ କହୁଛନ୍ତି ଡାକ୍ତର

ଚୀନରୁ ବ୍ୟାପିଥିବା କରୋନା ଭାଇରସକୁ ନେଇ ସାରା ବିଶ୍ଵ ଆତଙ୍କିତ । ଭାରତରେ ଏହି ଭାଇରସରେ ଏବେ ପର୍ଯ୍ୟନ୍ତ ପ୍ରାୟ ୧୪୮ ଜଣ ସଂକ୍ରମଣ ହୋଇସାରିଛନ୍ତି । ଏହା ମଧ୍ୟରେ ୩ ଜଣଙ୍କର ମୃତ୍ୟୁ ମଧ୍ୟ ହୋଇସାରିଛି । ଏହାସହିତ ୧୪ ଜଣ ରୋଗୀ ସୁସ୍ଥ ମଧ୍ୟ ହୋଇଯାଇଛନ୍ତି । ଯଦିଓ ଡାକ୍ତର ମାନେ କହିଥିଲେ ଯେ ଏହି ଭାଇରସରୁ ମୁକ୍ତି ପାଇଥିବା ଲୋକମାନେ ପୁଣିଥରେ ଏହାଦ୍ୱାରା ସଂକ୍ରମିତ ହେବେ କି ନାହିଁ ତାହା ଏବେ କହିବା ମୁସ୍କିଲ । ତେବେ WHOର ଏକ ରିପୋର୍ଟ ଅନୁଯାୟୀ ଠିକ ହେବା ପରେ ଏହି ସଂକ୍ରମଣ ପୁଣିଥରେ ହେବାର ଆଶଙ୍କା ରହିଛି । ସେଥିପାଇଁ ସଂକ୍ରମଣ ଶେଷ ହେବାର ୨ ସପ୍ତାହ ପର୍ଯ୍ୟନ୍ତ ଆଇସୋଲେସନ ପ୍ରକ୍ରିୟା ଆପଣେଇବା ଆବଶ୍ୟକ ।

ଦିଲ୍ଲୀ ହସ୍ପିଟାଲର ଡାକ୍ତରମାନଙ୍କ କହିବା ଅନୁଯାୟୀ ବର୍ତ୍ତମାନ ୨୪ ଘଣ୍ଟାରେ ରିପୋର୍ଟ ଦୁଇଥର ନେଗେଟିଭ ଆସିବା ଦ୍ୱାରା ରୋଗୀକୁ ଘରକୁ ପଠାଇ ଦିଆଯାଇଥାଏ । ତେବେ ଥରେ ଠିକ ହେବାପରେ ଏହି ସଂକ୍ରମଣ ପୁଣିଥରେ ହେବ କି ନାହିଁ ତାହା କହି ହେବନାହିଁ । ସେଥିପାଇଁ ଆମେ ହସ୍ପିଟାଲରୁ ଡିସ୍ଚାର୍ଜ କରିବା ସମୟରେ ଅନ୍ତତଃ ଦୁଇ ସପ୍ତାହ ଆଇସୋଲେସନରେ ରହିବା ପାଇଁ ପରାମର୍ଶ ଦେଇଥାଉ । ତାସହିତ ଘରେ ଖାଇବା ପିଇବାରେ ଧ୍ୟାନ ରଖିବା ସହିତ ନିଜ ମାନସିକ ସ୍ୱାସ୍ଥ୍ୟର ଧ୍ୟାନ ରଖିବା ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଥାଏ ।

Image result for corona virus images

କରୋନା ପାଇଁ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ଭ୍ୟାକ୍ସିନ କିମ୍ବା କୌଣସି ସଠିକ ଚିକିତ୍ସା ମିଳିପାରିନାହିଁ । ଯଦିଓ ଅନେକ ଦେଶର ବୈଜ୍ଞାନିକ ମାନେ ଏହା ଉପରେ ପରୀକ୍ଷା ନିରୀକ୍ଷା କରୁଛନ୍ତି । ଆମେରିକା କରୋନା ଭାଇରସ ସହ ଲଢ଼ିବା ପାଇଁ ଭ୍ୟାକ୍ସିନର ଟେଷ୍ଟ କରିବା ଆରମ୍ଭ କରିଦେଇଛି । ତେବେ ଏହା ଇତିହାସରେ ସବୁଠାରୁ କମ ସମୟ ମଧ୍ୟରେ ତିଆରି କରାଯାଇଥିବା ଭ୍ୟାକ୍ସିନ ଅଟେ । ତେବେ ଏହି ସଂକ୍ରମଣକୁ ବ୍ୟାପିବାରେ ରୋକିବା ପ୍ରତ୍ୟେକ ବ୍ୟକ୍ତିର ଦାୟିତ୍ତ୍ୱ ଏବଂ ସୋସିଆଲ ଡ଼ିସଟେଷ୍ଟିଙ୍ଗ ଜରିଆରେ କରୋନା ଭାଇରସ ବ୍ୟାପିବାକୁ ରୋକାଯାଇପାରିବ ବୋଲି ବିଶେଷଜ୍ଞ ମାନେ ମତ ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.