ଶରଦ ପୂର୍ଣ୍ଣିମା ଦିନ ମିଳିଥାଏ ଏହି ପଞ୍ଚ ଦେବତାଙ୍କ କୃପା, ସୁଖ-ସମୃଦ୍ଧି ଏବଂ ଯଶ ବୃଦ୍ଧି ପାଇଁ ଜପ କରନ୍ତୁ ଏହି ମନ୍ତ୍ର

କୁମାର ପୂର୍ଣ୍ଣିମା ଦିନ ମା’ ଲକ୍ଷ୍ମୀ, ଚନ୍ଦ୍ର ଦେବ, ଭଗବାନ ଶିବ , କୁବେର ଏବଂ କୃଷ୍ଣଙ୍କୁ ଆରାଧନା କରାଯାଇଥାଏ। ୧୩ ଅକ୍ଟୋବର ୨୦୧୯ ରବିବାର ଦିନ ଆକାଶରେ ଚନ୍ଦ୍ରମା ଉଇଁବା ଦ୍ୱାରା ଖୁସି ଆସିବା ସହ ମା’ ଲକ୍ଷ୍ମୀଙ୍କ ସହ ସମସ୍ତ ଦେବା-ସେବୀଙ୍କର ଶୁଭ ଆଶୀର୍ବାଦ ପଡିଥାଏ।
ଶରଦ ପୂର୍ଣ୍ଣିମା ଦିନ ରାତିରେ କରାଯାଉଥିବା ଚନ୍ଦ୍ର ପୂଜା ଦ୍ୱାରା ମା ଲକ୍ଷ୍ମୀ ଏବଂ କୁବେରଙ୍କ କୃପା ପ୍ରାପ୍ତ ହୋଇଥାଏ। ଏହାବ୍ୟତୀତ ମନବଳ ବୃଦ୍ଧି, ସ୍ମରଣ ଶକ୍ତି ବୃଦ୍ଧି, ଥଣ୍ଡାରୁ ମୁକ୍ତି, ଗ୍ରହ ଖରାପରୁ ମୁକ୍ତି ଏବଂ ଘରୁ ଦାରିଦ୍ର୍ୟ ଦୂର ହେବା ଭଳି ସମସ୍ୟାର ସମାଧାନ ହୋଇଥାଏ।

ଶରଦ ପୂର୍ଣ୍ଣିମା ଦିନ ରାତିରେ ମା’ ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବାର ମନ୍ତ୍ର

ଓଁ ଶ୍ରୀଂ ହ୍ରୀଂ ଶ୍ରୀଂ କମଳେ କମଳାଳୟେ ପ୍ରସିଦ ପ୍ରସିଦ ଶ୍ରୀଂ ହ୍ରୀଂ ଶ୍ରୀଂ ମହାଲକ୍ଷ୍ମୈ ନମଃ

ଶରଦ ପୂର୍ଣ୍ଣିମା ଦିନ କୁବେରଙ୍କୁ ପ୍ରସନ୍ନ କରିବା ମନ୍ତ୍ର

ଓଁ ଯକ୍ଷାୟ କୁବେରାୟ ବୈଷ୍ଣବାୟ ଧନ ଧନ୍ୟାଧିପତୟେ

ଧନ ଧାନ୍ୟ ସମୃଦ୍ଧି ମେ ଦେହି ଦାପୟ ସ୍ୱାହା।

Kuber-Mantraଶରଦ ପୂର୍ଣ୍ଣିମା ଦିନ ଏହି ମନ୍ତ୍ର ଜପ କରି ଭଗବାନ ଶିବଙ୍କୁ ପୂଜା କରନ୍ତୁ

ଶିବଲିଙ୍ଗଙ୍କୁ ସ୍ନାନ କରାଇବା ପରେ ପଞ୍ଚୋପଚାର ପୂଜା ଚନ୍ଦନ, ଅକ୍ଷତ, ବେଲପତ୍ର ଏବଂ ମିଠା ଭୋଗ କରି ଭଗବାନ ଶିବଙ୍କ ମନ୍ତ୍ର ଜପ କରନ୍ତୁ।

ପଞ୍ଚବକ୍ତଃ କରାଗ୍ରେ। ସ୍ୱୈର୍ଦଶାଭିଶ୍ଚୈବ ଧାରୟନ୍‌
ଅଭୟଂ ପ୍ରସାଦଂ ଶକ୍ତିଂ ଶୁଳଂ ଖଟ୍ଵାଂମିଶ୍ୱରଃ
ଦକ୍ଷୈଃ କରୈବାବ କୈଶ୍ଚ ଭୁଜଙ୍ଗ ଚାକ୍ଷସୁତ୍ରକମ୍‌
ଡମରୁକଂ ନିଲୋତ୍ପଳଂ ବୀଜପୁରକ ମୁକ୍ତମମ୍‌।

ଏହାସହ ପଢନ୍ତୁ: ଏଭଳି ଏକ ମନ୍ଦିର, ଯେଉଁଠାରେ ପୂଜା କରାଯାଇଥାଏ ମସ୍ତକ ବିହୀନ ଗଣେଶ ପ୍ରତିମା

ଏହା ହେଉଛି ରାସଲୀଳାର ଖାସ୍‌ ଗୋପୀକୃଷ୍ଣଙ୍କ ମନ୍ତ୍ର

କୁହାଯାଇଥାଏ ଶରଦ ପୂର୍ଣ୍ଣିମା ଦିନ ରାତିରେ ଭଗବାନ କୃଷ୍ଣ ଗୋପୀମାନଙ୍କ ସହ ରାସ ରଚିଥିଲେ। ଏହିଦିନ ପ୍ରତ୍ୟେକ ଗୋପୀମାନଙ୍କ ସହ କୃଷ୍ଣ ନୃତ୍ୟ କରିଥିଲେ। ଏହି ଦିନ ‘ଓଁ ଶ୍ରୀଂ ହ୍ରୀଂ କଲୀଂ ଶ୍ରୀକୃଷ୍ଣାୟ ଗୋବିନ୍ଦାୟ ଗୋପୀଜନ ବଲ୍ଳଭାୟ ଶ୍ରୀଂ ଶ୍ରୀଂ ଶ୍ରୀ’ ମନ୍ତ୍ର ଜପ କରନ୍ତୁ।

ଶରଦ ପୂର୍ଣ୍ଣିମା ଦିନ ରାତିରେ ପ୍ରାପ୍ତ ହୋଇଥାଏ ଚନ୍ଦ୍ର ଦେବଙ୍କ କୃପା

ଓଁ ଚଂ ଚନ୍ଦ୍ରମାସୈ ନମଃ

ଦଧିଶଂଖତୁଷାରାଭଂ କ୍ଷୀରୋଦାର୍ଣଭ ସମ୍ଭବମ୍‌
ନମାମି ଶଶିନଂ ସୋମଂ ଶଂଭୋର୍ମୁକୁଟ ଭୂଷଣଂ।