Below header

ଘଟଗାଁ: ୨୩ ଲକ୍ଷ ସରକାରୀ ଅର୍ଥ ଚଳୁ କରି ସରପଞ୍ଚ ଗିରଫ, ଅନ୍ୟତମ ଅଭିଯୁକ୍ତ ଫେରାର

ଘଟଗାଁ : ୨୩ଲକ୍ଷ ସରକାରୀ ଅର୍ଥ ହଡ଼ପ କରି ସରପଞ୍ଚ ଗିରଫ। ଫେରାର ସରପଞ୍ଚ ଉପେନ୍ଦ୍ର ନାୟକଙ୍କୁ ଗିରଫ କରିଛି ଘଟଗାଁ ପୋଲିସ। କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ପିପିଳିଆ ପଞ୍ଚାୟତର ବିଭିନ୍ନ ଗାଁର ଉନ୍ନତି ପାଇଁ ଟଙ୍କା ମଞ୍ଜୁର ହୋଇଥିଲା। ଏଥିରୁ ୨୩ ଲକ୍ଷ ଟଙ୍କା ହେରଫେର ହୋଇଥିବା ତଦନ୍ତରୁ ଜଣାପଡ଼ିଥିଲା। ଏନେଇ ଘଟଗାଁ ବିଡିଓ ପିପିଳିଆ ପଞ୍ଚାୟତ ସରପଞ୍ଚ ଉପେନ୍ଦ୍ର ନାୟକ ଓ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କ ନାଁରେ ଅଭିଯୋଗ କରିଥିଲେ। ଅଭିଯୋଗ ପରେ ସରପଞ୍ଚ ଉପେନ୍ଦ୍ର ନାୟକଙ୍କୁ ଘଟଗାଁ ପୋଲିସ ଗିରଫ କରିଛି। ଏହି ଘଟଣାର ଅନ୍ୟତମ ଅଭିଯୁକ୍ତ ପଞ୍ଚାୟତ ନିର୍ବାହୀ ଅଧିକାରୀ ଫେରାର ହୋଇଥିବା ସୂଚନା ମିଳିଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.