ଆଜିଠୁ ଆରମ୍ଭ ହେଉଛି Vivoର ଗ୍ରାଣ୍ଡ୍‌ ଦିଓ୍ଵାଲୀ ଫେଷ୍ଟ ସେଲ୍‌, ସ୍ମାର୍ଟଫୋନ୍‌ରେ ମିଳୁଛି ୫୦ ପ୍ରତିଶତ ପର୍ଯ୍ୟନ୍ତ ରିହାତି

ଆଗକୁ ଆସୁଛି ଆଲୋକର ପର୍ବ ଦୀପାବଳି। ଆଉ ଏଥିପାଇଁ ସବୁ କମ୍ପାନୀ ମନଲୋଭା ଅଫର ଦେବାରେ ବ୍ୟସ୍ତ ଅଛନ୍ତି। ଏବେ ଭିଭୋ ପକ୍ଷରୁ ଗ୍ରାଣ୍ଡ୍‌ ଦିଓ୍ଵାଲୀ ସେଲ୍‌ର ଘୋଷଣା କରାଯାଇଛି। ଏହି ପାଞ୍ଚଦିବସୀୟ ସେଲ୍‌ର ଆରମ୍ଭ ଆଜିଠାରୁ ଅର୍ଥାତ୍‌ ଅକ୍ଟୋବର ୧୧ରୁ ହେଉଛି। ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ଏହି ସେଲ୍‌ ଚାଲିବ। ଏହି ସେଲ୍‌ରେ Vivo Z1 Pro, Vivo U10, Vivo Z1x ଆଦି ସ୍ମାର୍ଟଫୋନ୍‌ ଉପରେ ଆକର୍ଷକ ରିହାତି ଦିଆଯିବ ବୋଲି କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି। ସେଲ୍‌ରେ ଫୋନ୍‌ ଉପରେ ୫୦ ପ୍ରତିଶତ ରିହାତି ଓ ୧୦ ପ୍ରତିଶତ କ୍ୟାସ୍‌ ବ୍ୟାକ୍‌ ମିଳିବ।

ଗ୍ରାଣ୍ଡ୍‌ ଦିଓ୍ଵାଲୀ ସେଲ୍‌ରେ Vivo Z1 Pro ର 4GB + 64GB ଭାରିଏଣ୍ଟକୁ ୧୨,୯୯୦ ଟଙ୍କା ଓ 6GB + 64GB ଏବଂ  6GB + 128GB ଭାରିଏଣ୍ଟକୁ ଯଥାକ୍ରମେ ୧୪,୯୯୦ ଟଙ୍କା ଓ ୧୬,୯୯୦ ଟଙ୍କାରେ ବିକ୍ରି କରାଯିବ। ଭାରତରେ Vivo Z1 Pro ର 4GB + 64GB ଭାରିଏଣ୍ଟର ମୂଲ୍ୟ ଲଞ୍ଚିଂ ବେଳେ ୧୪,୯୯୦ ଟଙ୍କା ରଖାଯାଇଥିଲା। ସେହିଭଳି 6GB + 64GB ର ଦାମ୍‌ ୧୬,୯୯୦ ଟଙ୍କା ଏବଂ 6GB + 128GB ର ଦାମ୍‌ ୧୭,୯୯୦ ଟଙ୍କା ଧାର୍ଯ୍ୟ କରାଯାଇଥିଲା।

ଏହାସହ ପଢନ୍ତୁ: ହାତ ଛାଡ଼ିଲା ଜିଓ, ଏବେ ଫ୍ରି-କଲ୍‌ ସୁବିଧା ଦେବେ ଏହି କମ୍ପାନୀ

କେତେକ ଲୋକପ୍ରିୟ ଫୋନ୍‌ ସହ କମ୍ପାନୀ ତରଫରୁ ସେଲ୍ଫି ଷ୍ଟିକ୍‌ ମଧ୍ୟ ଉପହାର ଦିଆଯିବ। ଏଥିସହ DailyObjects.comରୁ ମୋବାଇଲ କଭର କିଣିବା ଉପରେ ୩୦୦ ଟଙ୍କାର ଡିସ୍‌କାଉଣ୍ଟ ମଧ୍ୟ ଦିଆଯିବ ବୋଲି ଜଣାଯାଇଛି। ଭିଭୋ ପକ୍ଷରୁ ଏଚ୍‌ଡିଏଫ୍‌ସି ସହ ଏନେଇ ବୈଠକ ଶେଷ ହୋଇଛି। ଫେଷ୍ଟିଭାଲରେ କ୍ରେଡିଟ କିମ୍ବା ଡେବିଟ୍‌ କାର୍ଡରେ ପେମେଣ୍ଟ କଲେ କିମ୍ବା EMI ଦେଲେ କ୍ୟାସ୍‌ବ୍ୟାକ୍‌ ମଧ୍ୟ ଦିଆଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.