Below header

ଦୁନିଆର ଏହି ସ୍ଥାନ ଗୁଡିକରେ ସୂର୍ଯ୍ୟଙ୍କ ଯିବା କମ, ରହିବା ବେଶୀ

ପ୍ରକୃତିର ନିୟମ ହେଉଛି ଦିନ ପରେ ରାତି, ରାତି ପରେ ଦିନ । ଏହିଭଲି ଭାବରେ ଚାଲିଥାଏ ପ୍ରକ୍ରିୟା । କିନ୍ତୁ ଏହାର ବ୍ୟତିକ୍ରମ ବି ଦେଖାଯାଇଛି କିଛି କିଛି ସ୍ଥାନମାନଙ୍କରେ । ଯାହା ହୁଏତ ଆପଣ ବିଶ୍ୱାସ କରିବି ନପାରନ୍ତି । ଆଉ କହିପାରନ୍ତି ଦିନରାତିରେ ବ୍ୟତିକ୍ରମ କେମିତି । ତାହା ତ ଅସମ୍ଭବ । କିନ୍ତୁ ଆପଣଙ୍କୁ କହିରଖୁଛୁ ଯେ ଏମିତି ବି ସ୍ଥାନ ଅଛି ଯେଉଁଠି ସୂର୍ଯ୍ୟ କେବେ ଅସ୍ତ ହୁଅନ୍ତି ନାହିଁ ।

ନରୱେ ମିଡନାଇଟ ସନ ନାମରେ ଜଣାଶୁଣା । ଏହା ଏପରି ଏକ ଦେଶ ଯେଉଁଠାରେ ମେ ମାସରୁ ଜୁଲାଇ ଶେଷ ପର୍ଯ୍ୟନ୍ତ ସୂର୍ଯ୍ୟ ଅସ୍ତ ହୁଅନ୍ତି ନାହିଁ । ଏଠାରେ ୭୬ ଦିନ ପାଇଁ କ୍ରମାଗତ ଭାବରେ ଦିନ ହୋଇଥାଏ ହେଲେ ରାତି ହୋଇନଥାଏ । ଏମିତିକି ସ୍ୱାଲବାର୍ଡରେ ମଧ୍ୟ ଏପ୍ରିଲ ୧୦ରୁ ୨୩ ଅଗଷ୍ଟ ପର୍ଯ୍ୟନ୍ତ ସୂର୍ଯ୍ୟ ଅସ୍ତ ହୁଅନ୍ତି ନାହିଁ । ଯଦି ଆପଣ ଭ୍ରମଣ କରିବାକୁ ଯୋଜନା କରୁଛନ୍ତି ତେବେ ଏଠାକୁ ଯାଇପାରିବେ । କାରଣ ଏଠି ଆପଣ ରାତି ନହେବାକୁ ନେଇ ଉପଭୋଗ କରିପାରିବେ । ତା ସହିତ ସୁନ୍ଦର ସୁନ୍ଦର ମେମୋରୀ ଫୁଲ ସ୍ନାପ୍ସ ନିଅନ୍ତୁ ଯାହା ସବୁବେଳେ ଏହି ସ୍ଥାନକୁ ମନେପକାଇବ ।

କାନାଡାର ନୁନାଭୁଟ ସହର ବହୁତ ହି ସୁନ୍ଦର । ଏଠାରେ ଜନସଖ୍ୟା ପ୍ରାୟ ୩ହଜାର । ଏହି ସହରରେ କେବଳ ଦୁଇମାସ ପର୍ଯ୍ୟନ୍ତ ସୂର୍ଯ୍ୟ ଅସ୍ତ ହୁଅନ୍ତି ନାହିଁ । କିନ୍ତୁ ଶୀତଦିନେ ଏଠାରେ ଦିନ ନାହିଁ କେବଳ ରାତି ରହିଥାଏ ।

ୟୁରୋପରେ ବୃହତ୍ତମ ଦ୍ୱୀପପୁଞ୍ଜ ମଧ୍ୟରୁ ଆଇସଲ୍ୟାଣ୍ଡରେ ଜୁନ ମାସରେ ସୂର୍ଯ୍ୟ ଅସ୍ତ ହୁଅନ୍ତି ନାହିଁ । ଏଠାରେ ଦିନ ୨୪ଘଣ୍ଟା ଅଟେ । ଗ୍ରେଟ ବ୍ରିଟେନ ପରେ ୟୁରୋପର ସବୁଠାରୁ ବଡ ଦ୍ୱୀପ ହେଉଛି ଆଇସଲ୍ୟାଣ୍ଡ ।

ମେ ମାସ ଶେଷରୁ ଜୁଲାଇ ଶେଷ ପର୍ଯ୍ୟନ୍ତ ଆଲାସ୍କାନ ବାରୋ ସହରରେ ସୂର୍ଯ୍ୟ ଅସ୍ତ ହୁଏ ନାହିଁ । ଏହା ପରେ ଶୀତଦିନେ ଅର୍ଥାତ ନଭେମ୍ବର ଆରମ୍ଭରେ ରାତି ଏଠାରେ ଏକ ମାସ ରହିଥାଏ । ଏହି ସମୟକୁ ପୋଲାର ନାଇଟ କୁହାଯାଏ । ଆପଣ ଉଭୟ ଗ୍ରୀଷ୍ମ ଏବଂ ଶୀତ ଋତୁରେ ଏହି ସ୍ଥାନକୁ ପରିଦର୍ଶନ କରିପାରିବେ ଓ ଏ ସ୍ଥାନର ମଜା ଉଠାଇପାରିବେ ।

ଏହି ଦେଶରେ ଅଧିକାଂଶ ଅଞ୍ଚଳରେ ସୂର୍ଯ୍ୟ ମାତ୍ର ୭୩ ଦିନ ପର୍ଯ୍ୟନ୍ତ ଉଠନ୍ତି । ଶୀତଋତୁରେ ଏଠାରେ ଅନ୍ଧାର ଅର୍ଥାତ ଡିସେମ୍ବରରୁ ଜାନୁଆରୀ ମଧ୍ୟରେ ସୂର୍ଯ୍ୟ ଉଦୟ ହୁଅନ୍ତି ନାହିଁ । ଆର୍ଟିକିଲ ସର୍କଲରେ ଆସୁଥିବା ସ୍ଥାନ ଗୁଡିକରେ ଏହା ଘଟିଥାଏ ।

ମେ ମାସରୁ ଅଗଷ୍ଟ ଶେଷ ପର୍ଯ୍ୟନ୍ତ ସ୍ୱିଡେନରେ ଅର୍ଦ୍ଧ ରାତ୍ରୀରେ ସୂର୍ଯ୍ୟ ଅସ୍ତ ହୁଏ । ଏହାପରେ ସକାଳ ୪ଟାରେ ସୂର୍ଯ୍ୟ ଉଦୟ ହୁଅନ୍ତି । ଏହା ଏକ ଦେଶ ଯେଉଁଠାରେ ୬ମାସ କାଳ ସକାଳ ହିଁ ରହିଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.