୨୦୨୨ ରେ WhatsApp ରେ ଆସିବ ଦମଦାର ଫିଚର୍, ଦେଖିପାରିବେ ଇନଷ୍ଟାଗ୍ରାମ ରିଲ

ହ୍ୱାଟ୍ସଆପ ଅନେକ ସମୟରେ ନିଜର ଫିଚର୍ ବଦଲାଉଛି। ପୁଣି ହ୍ୱାଟ୍ସଆପ ହେଉଛି ଏମିତି ଏକ ଆପ୍ ଯାହାକୁ ବିଶ୍ୱର ଶତାଧିକ ଲୋକ ବ୍ୟବହାର କରନ୍ତି। ଏହା ସବୁଠାରୁ ଲୋକପ୍ରିୟ ଆପ୍ଲିକେସନ୍ ଭାବେ ଜଣାଯାଇଛି। ତେବେ ୨୦୨୨ ଅର୍ଥାତ୍ ଚଳିତ ବର୍ଷ ମଧ୍ୟ ଏହି ଆପ୍ ନିଜର ଅନେକ ଫିଚର୍ ପରିବର୍ତ୍ତନ କରିବା ସହିତ କିଛି ନୂଆ ଫିଚର ମଧ୍ୟ ଆଣିବ ନିଜ ୟୁଜରଙ୍କ ପାଇଁ।ଗତ ସପ୍ତାହରେ ହ୍ୱାଟସ୍ଆପ୍ କିଛି ନୂଆ ଫିଚର୍ ଉପରେ କାମ କରୁଥିବା କହିଥିଲେ। ଏହି ଫିଚର୍ ମଧ୍ୟରୁ କେତେକ ଆସି ଆସିସରିଥିବା ବେଳେ ଅନ୍ୟଗୁଡିକ ବିଟା ଫର୍ମରେ ଆସିବ ବୋଲି ଏହା ଉପରେ କାମ କରାଯାଉଛି।
ତେବେ ଏହା ଅନେକ ନୂଆ ଓ ଆକର୍ଷଣୀୟ ଫିଚର୍ ଆଣିବ। ଏମିତିକି ହ୍ୱାଟ୍ସଆପ ପ୍ଲାଟଫର୍ମରେ ଇନଷ୍ଟାଗ୍ରାମ ରିଲ୍ସ ମଧ୍ୟ ସେୟାର କରାଯାଇପାରିବ।ତେଣୁ ଏହା ଇଣ୍ଟିଗ୍ରେସନ୍ ପରୀକ୍ଷା କରୁଥିବାର ନଜର ଆସିଥିଲା। ଆସନ୍ତୁ ଜାଣିବା ସେହି ସବୁ ଫିଚର୍ ବିଷୟରେ, ଯେଉଁ ଫିଚର୍ ବ୍ୟବହାର କରି ୟୁଜରମାନେ ଅନେକ ଭଲ
ଏକ୍ସପେରିଏଁସ ପାଇବେ।
ଆପଣ ନିଜର ଲାଷ୍ଟ ସିନ ବର୍ତ୍ତମାନ ନିର୍ଦ୍ଦିଷ୍ଟ ଲୋକଙ୍କ ଠାରୁ ଲୁଚାଇ ପାରିବେ। ପୂର୍ବରୁ ଏହି ଫିଚର୍ ନଥିଲା ତେଣୁ ବର୍ତ୍ତମାନ ଏହା ଉପରେ କାମ କରୁଛି ହ୍ୱାଟ୍ସଆପ।
ସେଣ୍ଟ କରଯାଇଥିବା ମେସେଜକୁ ଡିଲେଟ କରିବାର କୌଣସି ସମୟ ସୀମା ରହିବ ନାହିଁ। ତେବେ ଏହି ଫିଚର୍ ହ୍ୱାଟ୍ସଆପର ବେଟା ଭର୍ସନରେ ବର୍ତ୍ତମାନ ଅସିସାରିଛି। ମେସେଜ ସେଣ୍ଟ କରିବାର ୬୮ ମିନିଟ୍ ଓ ୧୬ ସେକେଣ୍ଡ ପରେ ମଧ୍ୟ ଆପଣ ତାହା ଡିଲେଟ୍ କରିପାରିବେ।
ମେସେଜ ରିଆକ୍ସନ୍:
ଆପଣ ଇନଷ୍ଟାଗ୍ରାମ ଏବଂ ଫେସବୁକରେ ଯେପରି ଭାବେ ମେସେଜ ରିଆକ୍ସନ କରନ୍ତି। ଏବେ ମଧ୍ୟ WhatsApp ରେ ମେସେଜ୍ ସହିତ ଇମୋଜି ଯୋଡ଼ିପାରିବେ ଓ ରିଅକ୍ସନ୍ କରିପାରିବେ। ଏମିତିକି ବ୍ୟକ୍ତିଗତ ଚାଟ୍ ଥ୍ରେଡ୍ ସହିତ ଗ୍ରୁପ୍ ଚାଟ୍ ଗୁଡିକରେ ମେସେଜ ରିଆକ୍ସଂ ଦିଆଯାଇ ପାରିବ।
ଏହା ପରେ ଆସୁଛି କମ୍ୟୁନିଟି ଫିଚର୍:
ଏହା ସାମାଜିକ କାମ କରିବାରେ ମଧ୍ୟ ସାହାଯ୍ୟ କରିବ। ଏଥିରେ ଏଣ୍ଡ-ଟୁ-ଏଣ୍ଡ ଏନକ୍ରିପ୍ଟ ରହିଛି। WhatsApp ଲଗଆଉଟ୍ ଫିଚର୍ ରେ ମଧ୍ୟ ଅନେକ ପରିବର୍ତନ ହେବାକୁ ଯାଉଛି। ଏହା ମଲ୍ଟି ଲଗ୍ ଇନ୍ ଓ ଲଗ୍ ଆଉଟ୍ କରିବା ପାଇଁ ସାହାଯ୍ୟ କରିବ। ଏହି ଫିଚର୍ ଖୁସ୍ ଶୀଘ୍ର ଆସିବ ବୋଲି କୁହାଯାଇଛି।
ଏହା ପରେ ଆସୁଛି ଇନଷ୍ଟାଗ୍ରାମ ରିଲ୍ସ । ଏହା ସବୁଠାରୁ ଭଲ ଫିଚର୍ ହେବାକୁ ଯାଉଛି। ବର୍ତ୍ତମାନ ହ୍ୱାଟ୍ସଆପ୍ ମେସେଜିଂ ଆପରୁ ସିଧାସଳଖ ଇନଷ୍ଟାଗ୍ରାମ ରିଲ୍ସ ଦେଖିବା ପାଇଁ ଅନୁମତି ଦେବ ବୋଲି ଜଣାଯାଇଛି। ରିଡ ଲେଟର ଫିଚର୍ ମଧ୍ୟ ହ୍ୱାଟ୍ସଆପ୍ ଆଣିବାକୁ ଯାଉଛି। ଯେଉଁଥିରେ ଜଣେ ନିଜ ଇଚ୍ଛା ମୁତାବକ ମେସେଜ ପଢିପାରିବେ। ଏହା ଛଡା ଆପଣ ନିଜର ଷ୍ଟିକର ମଧ୍ୟ ନିଜେ ତିଆରି କରିପାରିବେ। ପୂର୍ବରୁ ଫିଲ୍ମ ଷ୍ଟାରଙ୍କ ଷ୍ଟିକର ଆସୁଥିଲା କିନ୍ତୁ ବର୍ତ୍ତମାନ ଆପଣ ନିଜ ଫଟୋରେ ନିଜର ଫନି ଷ୍ଟିକର ତିଆରି କରିପାରିବେ।
ହ୍ୱାଟ୍ସଆପ୍ ବୀମା ମଧ୍ୟ ଆପଣ ପାଇପାରିବେ। ୟୁଟ୍ୟୁବରେ ଯେମିତି ବର୍ତ୍ତମାନ ଲାଇକ ଓ ଭ୍ୟୁ ପାଇଁ ଟଙ୍କା ମିଳୁଛି। ଠିକ୍ ସେମିତି ହ୍ୱାଟ୍ସଆପ୍ ବୀମା ମାଧ୍ୟମରେ ଆପଣ ଟଙ୍କା ପାଇବାରେ ସକ୍ଷମ ହେବେ।