ସ୍କେଟିଂ ସମୟରେ ଚଷମା ଓ ଟାଇଟ ପୋଷାକ କାହିଁକି ବ୍ୟବହାର କରାଯାଏ ?

ଆପଣ ଦେଖିଥିବେ ଅନେକଙ୍କୁ ସ୍କେଟିଂରେ ଭାଗ ନେଉଥିବାର । ବିଶେଷକରି ଅଲମ୍ପିକ୍ସ ଗେମ୍ସରେ ଏହା ପ୍ରାୟତ ଦେଖାଯାଏ ଯେ ବରଫରେ ସ୍କେଟିଂ କରୁଥିବା ଖେଳାଲୀମାନେ ଗଗଲ ଓ ଟାଇଟ ଡ୍ରେସ ପିନ୍ଧିଥିବାର । ଏମିତି କୁହାଯାଏ କି ବରଫରେ ସ୍କେଟିଂ କରୁଥିବା ଖେଳାଳୀଙ୍କ ପାଇଁ ଚଷମା ପିନ୍ଧିବା ଆବଶ୍ୟକ । ଏହାର ମଧ୍ୟ ଏକ କାରଣ ରହିଛି । ଜାଣନ୍ତୁ କାହିଁକି ଏଭଳି କରନ୍ତି ଖେଳାଳୀ ।
କୁହାଯାଏ ଯେତେବେଳେ ଆଥଲେଟ୍ସ ବରଫ ଉପରେ ସ୍କେଟିଂ କରନ୍ତି ସେତେବେଳେ ଶୁଷ୍କ ବାୟୁ ମଧ୍ୟରେ ଦ୍ରୁତ ଗତିରେ ଗତି କରନ୍ତି । ସେଠାରେ ପବନର ବେଗ ମଧ୍ୟ ଅଧିକ ରହିଥାଏ । ଏହା ଆଖିରେ ଆଦ୍ରତା କିମ୍ବା ପାଣି ଆଣିପାରେ । ଫଳରେ ଆଗକୁ ବଢିବା କଷ୍ଟକର ହୋଇପାରେ । ସେଥିପାଇଁ ଆଥଲେଟ ଚଷମା ପିନ୍ଧିବା ପରେ ହିଁ ଗେମକୁ ଓହ୍ଲାଇଥାନ୍ତି ।
ରିପୋର୍ଟ ଅନୁଯାୟୀ ସ୍କେଟର ମାନେ ପିନ୍ଧୁଥିବା ଚଷମା ସାହାଯ୍ୟରେ ସେମାନେ ଅଧିକ ସ୍ପଷ୍ଟ ଭାବରେ ଦେଖିପାରିବେ । କିଛି ଆଥଲେଟ୍ସଙ୍କ ଚଷମା ଗ୍ଲାସରେ ରଙ୍ଗର ମଧ୍ୟ ପ୍ରୟୋଗ କରାଯାଇଥିବା ଆପଣ ଦେଖିଥିବେ । ଯାହା ସ୍କେଟିଂ ସମୟରେ ସେମାନଙ୍କୁ ସ୍ପଷ୍ଟ ଦେଖିବାରେ ସାହାଯ୍ୟ କରେ ବୋଲି କୁହାଯାଇଛି ।
ସ୍କେଟିଂ ଆଥଲେଟସ୍ ବିଭିନ୍ନ ବେଗରେ କ୍ରୀଡାରେ ଅଂଶଗ୍ରହଣ କରନ୍ତି । ଏହା ସହିତ କମ ସ୍ପିଡ ସ୍କେଟିଂ କ୍ଷେତ୍ରରେ ଅନେକ ଆଥଲେଟ ଚଷମା ପିନ୍ଧନ୍ତି ନାହିଁ । ସେମାନେ ଚଷମା ବିନା ଖେଳରେ ଅଂଶଗ୍ରହଣ କରନ୍ତି ।
କେବଳ ଏତିକି ନୁହେଁ, ସ୍କେଟିଂ ଆଥଲେଟ୍ସ ଟାଇଟ ପୋଷାକ ପିନ୍ଧିବାର ଦେଖାଯାଏ । ଏହାର ଏକ କାରଣ ମଧ୍ୟ ରହିଛି । ପ୍ରାୟ ଦେଖାଯାଏ ଯେ ସ୍କେଟର ମାନେ ଟାଇଟ ବା କଠିନ ପୋଷାକ ପିନ୍ଧନ୍ତି । ଯାହା ଦ୍ୱାରା ପବନ ସେମାନଙ୍କ ଉପରେ ପ୍ରଭାବ ପକାଇବ ନାହିଁ । ପବନ ହେତୁ ସେମାନଙ୍କ ସ୍ପିଡ ଉପରେ ଖରାପ ପ୍ରଭାବ ନପଡୁ ସେଥିପାଇଁ ସେମାନେ ଏଭଳି କପଡା ବ୍ୟବହାର କରନ୍ତି ।