KYC ଠକାମିରୁ ବଞ୍ଚିବା ପାଇଁ ଗ୍ରାହକଙ୍କୁ ସତର୍କ କରାଇଲା ଏସବିଆଇ, ଟ୍ଵିଟ ଦ୍ୱାରା ଦେଲା ନିର୍ଦ୍ଦେଶ

ଗ୍ରାହକଙ୍କ ପ୍ରଥମ ପସନ୍ଦ ଓ ବିଶ୍ୱସନୀୟ ବ୍ୟାଙ୍କ ହେଉଛି ଭାରତୀୟ ଷ୍ଟେଟ ବ୍ୟାଙ୍କ । ଯେଉଁଥିରେ ଅନେକ ଗ୍ରାହକ ଯୋଡି ହୋଇ ରହିଛନ୍ତି। ଏଥର ଏସବିଆଇ ଗ୍ରାହକଙ୍କ ସୁବିଧା ପାଇଁ ଏକ ନୂଆ ପ୍ଲାନ ବାହାର କରିଛି। ଯାହାଦ୍ୱାରା ଆପଣ ଘରେ ବସି ବ୍ୟାଙ୍କ ସମ୍ବନ୍ଧୀୟ ନିଜର ସବୁ କାମ କରିପାରିବେ। ଷ୍ଟେଟବ୍ୟାଙ୍କ ଭାରତର ଲାର୍ଜେଷ୍ଟ ପବ୍ଲିକ ସେକ୍ଟର ବ୍ୟାଙ୍କ । ଏହି ବ୍ୟାଙ୍କରେ ଲକ୍ଷାଧିକ ଲୋକ ବିଶ୍ୱାସ କରି ନିଜର ସବୁ ଧନ ରଖିଥାନ୍ତି। ଏମିତିବି କହିପାରିବା ଯେ ଏହି ବ୍ୟାଙ୍କରେ ଲୋକମାନେ ନିଜ ଧନକୁ ସୁରକ୍ଷିତ ଭାବେ ରଖିବାକୁ ବିଶ୍ୱାସ କରିଥାନ୍ତି। ଏବେ ବ୍ୟାଙ୍କ ମଧ୍ୟ ନିଜ ଗ୍ରାହକଙ୍କୁ ସବୁ ପ୍ରକାର ସୁବିଧା ଦେବା ପାଇ ଁ ନିଷ୍ପତ୍ତି ନେଇଛି।
ଦେଶରେ ବ୍ୟାକିଂ ଫ୍ରଡ ମାମଲା ବଢ଼ିବାରେ ଲାଗିଛି। ଏହି ଫ୍ରଡ ମାମଲା ନୂଆ ନୂଆ ରୂପରେ ସାମ୍ନାକୁ ଆସୁଛି। ଏହି ଫ୍ରଡରୁ ବଞ୍ଚିବା ପାଇଁ ଭାରତୀୟ ଷ୍ଟେଟ ବ୍ୟାଙ୍କ ଲଗାତାର ଭାବେ ତାର ଗ୍ରାହକଙ୍କୁ ସତର୍କ କରାଉଛି। ଏହି କ୍ରମରେ ଏସବିଆଇ ବ୍ୟାଙ୍କ ପୁଣିଥରେ ଏକ ନୂଆ ଟ୍ଵିଟ ପୋଷ୍ଟ କରିଛି।
ଦିନକୁ ଦିନ ଦେଶରେ ଫ୍ରଡ ମାମଲା ବଢ଼ିବାରେ ଲାଗିଛି । ଯେଉଁ ଅନୁପାତରେ ଏହି ମାମଲା ବଢୁଛି ସେହି ଅନୁପାତରେ ଠକେଇ କାରବାର ମଧ୍ୟ ବଢ଼ିବାରେ ଲାଗିଛି । କେବେ କେବେ ଅନଲାଇନ ଭେରିଫିକେସନ ମାମଲାରେ ତ କେବେ କେବେ ପେମେଣ୍ଟ ମାମଲାରେ ଠକେଇ କାରବାର ବଢ଼ିବାରେ ଲାଗିଛି । କିନ୍ତୁ ଯଦି ଆପଣ ସାମାନ୍ୟ ସାବଧାନ ଅବଲମ୍ବନ କରିବେ ତ ନିଶ୍ଚିତ ରୂପେ ଏହି ସାଇବର ଠକ ମାନଙ୍କ ଠାରୁ ନିଜକୁ ସୁରକ୍ଷିତ ରଖିପାରିବେ ।

ଏସବିଆଇ ବ୍ୟାଙ୍କ ଏଥର ନିଜର ଗ୍ରାହକଙ୍କୁ KYC ଫର୍ମକୁ ନେଇ ସତର୍କ ବାଣୀ ଜାରି କରିଛି। KYC ନାମରେ ଆସୁଥିବା କୌଣସି ମେସେଜ ବା ମେଲ ଜରିଆରେ ଆପଣ ଠକାମିର ଶିକାର ହୋଇପାରନ୍ତି। ଆଉ ଏହାଦ୍ୱାରା ଆପଣଙ୍କ ଆକାଉଣ୍ଟ ଖାଲି ମଧ୍ୟ ହୋଇପାରେ।
ବ୍ୟାଙ୍କ ଚେତାବନୀ ଦେଇଛି ଯେ ଏହି ନାମରେ ଆସୁଥିବା ସମସ୍ତ ମେସେଜ ବା ଲିଙ୍କକୁ କ୍ଲିକ କରନ୍ତୁ ନାହିଁ। ଏହାକଲେ ହୁଏତ ଗ୍ରାହକଙ୍କ ଆକାଉଣ୍ଟ ଖାଲି ହୋଇଯାଇପାରେ।
Here is an example of #YehWrongNumberHai, KYC fraud. Such SMS can lead to a fraud, and you can lose your savings. Do not click on embedded links. Check for the correct short code of SBI on receiving an SMS. Stay alert and stay #SafeWithSBI.#SBI #AmritMahotsav pic.twitter.com/z1goSyhGXq
— State Bank of India (@TheOfficialSBI) March 4, 2022
ଏହାସହିତ ଏସବିଆଇ ନାମରେ ମଧ୍ୟ ଆସୁଥିବା ସମସ୍ତ ମେସେଜ ପ୍ରତି ଧ୍ୟାନ ରଖନ୍ତୁ। ବ୍ୟାଙ୍କ ଏଥିପାଇଁ ଏକ୍ସଟ୍ରା ଆଡଭାଇଜ ଜାରି କରିଛି। ଯଦି କିଏ ଭୁଲରେ ବି ଏହି ଲିଙ୍କ କ୍ଳିକ କରନ୍ତି ତେବେ ବଡ଼ ସମସ୍ୟା ଆସିପାରେ। ଏହା ସମ୍ପର୍କରେ ସମସ୍ତ ସୂଚନା ସେ ଟ୍ଵିଟ ମାଧ୍ୟମରେ ଜଣାଇଛନ୍ତି।