ଅତି ଶସ୍ତାରେ କରନ୍ତୁ ଗୋଆ ଟ୍ରିପ୍‌! IRCTC ଆଣିଲା ଜବରଦସ୍ତ ପ୍ୟାକେଜ୍‌; ରହିବା-ଖାଇବା ମାଗଣା

ଯଦି ଆପଣ ବି ବ୍ୟସ୍ତବହୁଳ ଜୀବନକୁ ବୋର୍‌ ହୋଇଗଲେଣି ଏବଂ କୌଣସି ସ୍ଥାନ ବୁଲି ଯିବାକୁ ଯୋଜନା କରୁଛନ୍ତି, ତ ଆପଣଙ୍କ ପାଇଁ ଏକ ଖାସ୍‌ ଖବର ରହିଛି। ଏହି ଛୁଟିରେ ଆପଣ ଗୋଆ ଯିବାର ପ୍ଲାନ ବନାନ୍ତୁ। କାହିଁକି ନା, ଭାରତୀୟ ରେଳ ଆପଣଙ୍କ ପାଇଁ ସ୍ୱତନ୍ତ୍ର ଟୁର୍ ପ୍ୟାକେଜ୍ ଆଣିଛି। IRCTC ‘Glorious Goa’ ଟୁର୍ ପ୍ୟାକେଜରେ ବହୁତ ଶସ୍ତା ଦାମ୍‌ରେ ଗୋଆର ସୁନ୍ଦର ସ୍ଥାନ ସବୁ ପରିଦର୍ଶନର ସୁଯୋଗ ଦେଉଛି। ଏଥିରେ ଆପଣଙ୍କୁ ସୁନ୍ଦର ବେଳାଭୂମି, ଚର୍ଚ୍ଚ ଏବଂ ଲମ୍ବା ସମୁଦ୍ର ବେଳାଭୂମିରେ ବୁଲିବାର ବଢ଼ିଆ ମଉକା ମିଳିବ। ଆସନ୍ତୁ ଜାଣିବା ଏହି ପ୍ୟାକେଜ୍ ବିଷୟରେ।

‘Glorious Goa’ ଟୁର୍ ପ୍ୟାକେଜ ହେଉଛି ଏକ ସ୍ମାର୍ଟ ପ୍ୟାକେଜ୍, ଯେଉଁଥିରେ ଆପଣ ବହୁତ କମ୍ ପଇସାରେ ଗୋଆ ଭ୍ରମଣ କରିପାରିବେ। ଏହା ୪ ଦିନ ଏବଂ ୩ ରାତିର ପ୍ୟାକେଜ ହେବ, ଯାହାର ପ୍ରାରମ୍ଭିକ ମୂଲ୍ୟ ରହିଛି ୯,୬୬୦ ଟଙ୍କା। ଏହି ସ୍ୱତନ୍ତ୍ର ପ୍ୟାକେଜ୍ ଅଧୀନରେ ଆପଣଙ୍କୁ ମୁମ୍ବାଇରୁ ଟ୍ରେନ୍ ଧରିବାକୁ ହେବ।

IRCTCର ‘Glorious Goa’ ଟୁର୍ ପ୍ୟାକେଜ୍‌ରେ ଥାର୍ଡ ଏସି ଏବଂ ସ୍ଲିପର କ୍ଲାସ୍‌ରେ ଯାତ୍ରା କରିବାକୁ ପଡିବ। ଏହି ଖାସ୍‌ ପ୍ୟାକେଜରେ ଆପଣଙ୍କୁ ଜଳଖିଆ, ରାତ୍ରି ଭୋଜନ ଏବଂ ସେୟାରିଂ ବେସିସ୍‌ରେ ହୋଟେଲରେ ଷ୍ଟେ ମିଳିବ। ଏହି ସମୟରେ ଆପଣଙ୍କୁ ଅଗୁଆଡା, କ୍ୟାଣ୍ଡୋଲିମ୍ ବିଚ୍, ବାଘା ବିଚ୍, ଡୋନା ପାଉଲା, କଲୁଙ୍ଗୁଟ୍ ବିଚ୍, ଓଲ୍ଡ ଗୋଆ ଚର୍ଚ୍ଚ, ମଙ୍ଗୁଶି ମନ୍ଦିର ଆଦି ସ୍ଥାନ ପରିଦର୍ଶନର ମଉକା ମିଳିବ। ଏହି ପ୍ୟାକେଜ୍‌ରେ ବୁକିଂ କରାଇବା ପାଇଁ ଆପଣ IRCTCର ଅଫିସିଆଲ୍ ୱେବସାଇଟ୍ (www.irctctourism.com) ଭିଜିଟ୍‌ କରିପାରିବେ। ଏହା ବ୍ୟତୀତ ଏହାର ଆଞ୍ଚଳିକ ଅଫିସ୍‌ ଯାଇ ବି ନିଜର ବୁକିଂ କରାଇ ପାରିବେ।

ଏହି ସ୍ୱତନ୍ତ୍ର ପ୍ୟାକେଜରେ ବାତିଲ୍ କରିବାର ମଧ୍ୟ ବିକଳ୍ପ ରହିଛି। ଯଦି ଆପଣ ଟୁର୍‌ର ୧୫ ଦିନ ପୂର୍ବରୁ ‘Glorious Goa’ ପ୍ୟାକେଜକୁ ବାତିଲ୍ କରାଉଛନ୍ତି, ତ ପ୍ରତି ବ୍ୟକ୍ତି ପିଛା ୨୫୦ ଟଙ୍କା ଚାର୍ଜ ଦେବାକୁ ପଡିବ। ଯଦି ୭ରୁ ୪ ଦିନ ପୂର୍ବରୁ ବାତିଲ କରନ୍ତି, ତେବେ ୫୦ ପ୍ରତିଶତ ଏବଂ ୪ ଦିନରୁ କମ୍ ସମୟ ମଧ୍ୟରେ ବାତିଲ୍ କଲେ, କୌଣସି ଟଙ୍କା ଫେରସ୍ତ ମିଳିବ ନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.