Below header

ତୀବ୍ରତର ହେଉଛି ୟୁକ୍ରେନ ଉପରେ ରୁଷର ଆକ୍ରମଣ : ୧୧ ହଜାର ରୁଷ ସୈନ୍ୟ ନିହତ

ନୂଆଦିଲ୍ଲୀ : ତୀବ୍ରତର ହେଉଛି ୟୁକ୍ରେନ ଉପରେ ରୁଷର ଆକ୍ରମଣ। ରୁଷ୍‌ର ବିଶାଳ ସୈନ୍ୟ ବାହିନୀ ଓ ଘାତକ ଅସ୍ତ୍ରଶସ୍ତ୍ରର ସାହସିକ ସାମ୍ନା କରୁଛି ୟୁକ୍ରେନ୍‌ । ଲଢ଼ୁଛି ଗରିଲା ଯୁଦ୍ଧ । ପୁଟିନ ସେନା ପାଇଁ ବିପର୍ଯ୍ୟୟ ସୃଷ୍ଟି କରିଛି ଜେଲେନ୍‌ସ୍କି ସେନା । ଯୁଦ୍ଧର ୧୧ ଦିନରେ ରୁଷ୍‌ର ୧୧ ହଜାର ସୈନ୍ୟ ନିହତ ହେଲେଣି। ୟୁକ୍ରେନ୍‌ର ଦାବି, ରୁଷ୍‌ର ୨୮୫ ଟ୍ୟାଙ୍କ ଧ୍ୱଂସ । ୪୪ଟି ଫ୍ଲାଇଟ୍‌ ଓ ୪୮ଟି ହେଲିକପ୍‌ଟରକୁ ଖସାଇ ଦିଆଯାଇଛି । ୧୦୯ଟି ଆର୍ଟିଲାରୀ ଓ ୯୮୫ଟି ସାମରିକ ଯାନକୁ ଧ୍ୱଂସ କରାଯାଇଛି ।

ସେହିପରି ୬୦ଟି ଫୁଏଲ ଟ୍ୟାଙ୍କ୍‌ ଓ ୨୧ଟି ଆଣ୍ଟି-ଏୟାରକ୍ରାଫ୍‌ଟ ଓ୍ଵାରଫେଆରକୁ ଧ୍ୱଂସ କରାଯାଇଛି । ୟୁକ୍ରେନ୍‌ର ଏକ ଲକ୍ଷ ସାଧାରଣ ନାଗରିକ ରୁଷ ସେନା ବିରୋଧରେ ବନ୍ଧୁକ ଧରିଛନ୍ତି । ଖାଲି ହାତରେ ବି ରୁଷ ସେନାର ସାମ୍ନାକୁ ଆସୁଛନ୍ତି ୟୁକ୍ରେନ ସାଧାରଣ ନାଗରିକ । ଖେରସନ୍‌ ସହରରେ ରୁଷ୍‌କୁ ତୀବ୍ର ବିରୋଧ । ୟୁକ୍ରେନ୍‌ ପତାକା ଧରି ରାସ୍ତାକୁ ଓହ୍ଲାଇଛନ୍ତି ହଜାର ହଜାର ଲୋକ । ଛକରେ ଛକରେ ରୁଷ ବିରୋଧୀ ଆନ୍ଦୋଳନ ତେଜୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.