ରୁଷରେ ଆଉ ପ୍ରଡକ୍ଟ ବିକ୍ରି କରିବନି Microsoft, ବାରମ୍ବାର ଆକ୍ରମଣ ପରେ ଲଗାଇଲା ବ୍ୟାନ

ଗୋଟେ ପଟରେ ରୁଷ ଓ ୟୁକ୍ରେନ ମଧ୍ୟରେ ଘମାଘୋଟ ଯୁଦ୍ଧ ଲାଗି ରହିଥିବାବେଳେ ମାଇକ୍ରୋସଫଟ ପକ୍ଷରୁ ଏକ ବଡ ନିଷ୍ପତ୍ତି ନିଆଯାଇଛି । କମ୍ପାନୀ ନିଷ୍ପତ୍ତି ନେଇଛିକି ଏଣିକି ରୁଷରେ ଆଉ ନିଜ ପ୍ରସ୍ତୁତ ଜିନିଷ ଗୁଡିକୁ ବିକ୍ରି କରିବ ନାହିଁ । ମାସ୍କୋ ଉପରେ ରୁଷ ଆକ୍ରମଣ କରିବା ପରେ ମାଇକ୍ରୋସଫଟ କମ୍ପାନୀ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି । ଏହା ପୂର୍ବରୁ ପଶ୍ଚିମ ଦେଶ ମାନଙ୍କର ସରକାର, ବିଭିନ୍ନ ଖେଳ ସଂଗଠନ ତଥା ବଡ ବଡ କମ୍ପାନୀ ମାନେ ବି ରୁଷର ଏପରି କାମକୁ ନିନ୍ଦା କରିବା ସହିତ ଅନେକ ପ୍ରତିବନ୍ଧ ଲଗାଇଥିଲେ ।

କହିରଖିବା ଉଚିତ ହେବକି, ମାଇକ୍ରୋସଫଟ ଅପରେଟିଙ୍ଗର ବ୍ୟବହାର ବିଶ୍ଵବ୍ୟାପୀ ପ୍ରାୟ ଏକ ବିଲିୟନରୁ ଅଧିକ ୟୁଜର୍ସ କରୁଛନ୍ତି । ରୁଷରେ ବିକ୍ରି ତଥା ସର୍ଭିସ ବନ୍ଦ ହେବା ଫଳରେ ଏହାଦ୍ୱାରା ଲକ୍ଷ ଲକ୍ଷ ୟୁଜର୍ସ ପ୍ରଭାବିତ ହୋଇଛନ୍ତି । ଏନେଇ ମାଇକ୍ରୋସଫଟ ଅଧ୍ୟକ୍ଷ ବ୍ରାଡ଼ ସ୍ମିଥ ଏକ ବ୍ଲଗ ପୋଷ୍ଟ କରି କହିଛନ୍ତିକି, ବିଶ୍ୱର ଅନ୍ୟ ପ୍ରାନ୍ତ ଗୁଡିକ ପରି ଆମେ ମଧ୍ୟ ୟୁକ୍ରେନର ବର୍ତ୍ତମାନ ସ୍ଥିତିକୁ ନେଇ ଭୟଭୀତ ଅଛୁ । ଏହାକୁ ନେଇ ମନରେ ଖୁବ ଜୋରରେ ରାଗ ବି ଆସୁଛି | ରୁଷ ଦ୍ୱାରା କରାଯାଉଥିବା ଏମିତି ଅନୁଚିତ, ଅକାରଣ ଓ ବେଆଇନ ଆକ୍ରମଣକୁ ବିଶ୍ବ ବ୍ୟାପି ନିନ୍ଦା କରାଯାଉଛି ।

ଏହା ପୂର୍ବରୁ ଆପଲ କମ୍ପାନୀ ବି ରୁଷରେ ନିଜ ପ୍ରଡକ୍ଟ ଗୁଡିକର ବିକ୍ରି ଉପରେ ବ୍ୟାନ ଲଗାଇଥିଲା । ରୁଷରେ ନିଜ ପ୍ରଡକ୍ଟ ଗୁଡିକର ବିକ୍ରିକୁ ବନ୍ଦ କରିବା ସହିତ ରୁଷର ନ୍ୟୁଜ ଆପ୍ସ RT ଓ ସ୍ପୁତନିକ ଆପକୁ ବି ନିଜ ଷ୍ଟୋରରୁ ହଟାଇ ଦେଇଥିଲା | ଆପଲର ଆପଲ ପେ ସର୍ଭିସକୁ ବି ରୁଷରେ ବନ୍ଦ କରାଯାଇଛି ।

ରୁଷ ପକ୍ଷରୁ ୟୁକ୍ରେନ ଉପରେ ଆଟାକ କରାଯିବା ପରେ ଆମେରିକା ମଧ୍ୟ ନିଜ ପ୍ରଡକ୍ଟ ଗୁଡିକୁ ରୁଷରେ ବିକ୍ରି ନେଇ ବ୍ୟାନ ଲଗାଇଛି । ଏହାବାଦ ରୁଷର ବ୍ରାଣ୍ଡ ଗୁଡିକ ଉପରେ ବି ଆମେରିକା ଏକ ପ୍ରକାର ପ୍ରତିବନ୍ଧକ ଲଗାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.