ଜାଣିଛନ୍ତି କି ? ଆପଣଙ୍କ ପାଇଁ ଡାକ୍ତରଖାନାରେ ରହିଛି ଏହି ସବୁ ଜରୁରୀକାଳୀନ ସୁବିଧା

ଜନ୍ମଠାରୁ ଆରମ୍ଭ କରି ମୃତ୍ୟୁ ପର୍ୟ୍ୟନ୍ତ ଶରୀର ସହ ଲାଗି ରହିଥାଏ ବିଭିନ୍ନ ପ୍ରକାରର ରୋଗ। ଏଥିପାଇଁ ମନୁଷ୍ୟ ରୁପି ଭଗାବାନ ଡ଼ାକ୍ତରଙ୍କ ସହାୟତା ଲୋଡ଼ିଥାନ୍ତି ପ୍ରତ୍ୟେକ ବ୍ୟକ୍ତି। କିନ୍ତୁ ଏଥିରେ ଅଧିକାଂଶ ସମୟରେ ଗ୍ରାହକକୁ ଧୋକା ମିଳିଥାଏ, ତ ଅନେକ ସମୟରେ ଠକାମୀର ଶିକାର ମଧ୍ୟ ହେବାକୁ ପଡିଥାଏ ।
ସାଧାରଣତଃ ମେଡିକାଲରେ ଇମରଜେନ୍ସିରେ ଭର୍ତ୍ତି କରାଯାଇଥାଏ ଅତିଆବଶ୍ୟକୀୟ ରୋଗୀଙ୍କୁ । କିନ୍ତୁ ପରିବର୍ତ୍ତି ସମୟରେ ଚିକିତ୍ସା କିମ୍ବା ବିଲ୍ ପରିଶୋଧକୁ ନେଇ ଅଧିକାଂଶ ସମୟରେ ବିବାଦ ଡ଼ାକ୍ତର ଏବଂ ରୋଗୀଙ୍କ ମଧ୍ୟରେ ବିବାଦ ଦେଖାଦେଇଥାଏ। ଏହି ବିବାଦ କାରଣରୁ ଉଭୟ ରୋଗୀ ଏବଂ ରୋଗୀଙ୍କ ସଂପର୍କିୟଙ୍କୁ ବି ବହୁ ସମସ୍ୟାର ସାମନା କରିବାକୁ ପଡିଥାଏ। ଏଥିପାଇଁ ଆଜି ଆମେ ଆପଣଙ୍କୁ ରୋଗୀଙ୍କୁ ମିଳୁଥିବା କିଛି ସାଧାରଣ ଏବଂ ଜରୁରୀକାଳୀନ ଅଧିକାର ସଂପର୍କରେ ଜଣାଇବୁ ଯାହା ଆପଣଙ୍କ କାମରେ ନିଶ୍ଚୟ ଆସିପାରେ ।
ମେଡିକାଲ ରିପୋର୍ଟ ଏବଂ ରେକର୍ଡ ପାଇବାର ଅଧିକାର
ମେଡିକାଲ ରୋଗୀଙ୍କୁ ସେମାନଙ୍କର ମେଡିକାଲ ରେକର୍ଡ କିମ୍ବା ରିପୋର୍ଟ ଦେବା ପାଇଁ ମନା କରିପାରିବେ ନାହିଁ । ରୋଗୀ କିମ୍ବା ରୋଗୀଙ୍କ ସଂପର୍କୀୟଙ୍କର ଅଧିକାର ରହିଛି କି ସେମାନେ ରୋଗୀର ଉଭୟ ରେକର୍ଡ ଏବଂ ରିପୋର୍ଟର ଫଟୋକପି ନେଇପାରିବେ । ଏହା ରୋଗୀଙ୍କୁ ଭର୍ତ୍ତି କରିବାର ୨୪ ଘଂଟା ପରେ ଏବଂ ଡିସଟାର୍ଜର ୭୨ ଘଂଟା ଭିତରେ ଦିଆଯିବା ଦରକାର ।
ବିନା କୌଣସି ଭେଦଭାବରେ ଚିକିତ୍ସା
କୌଣସି ବି ମେଡିକାଲରେ ରୋଗୀଙ୍କ ସହିତ ଜାତି, ଧର୍ମ, ବର୍ଣ୍ଣ , ପଦ କିମ୍ବା ବୟସ ଆଧାରରେ ଭେଦଭାବ କରାଯାଇପାରିବ ନାହିଁ । ଯଦି କୌଣସି ଭେଦଭାବ ହୁଏ ତେବେ ଏନେଇ ଆପଣ ଅଭିଯୋଗ କରିପାରିବେ ।
ଖର୍ଚ୍ଚ ସଂପର୍କିତ ତଥ୍ୟ
ରୋଗୀ କିମ୍ବା ରୋଗୀଙ୍କ ସଂପର୍କିୟଙ୍କୁ ମେଡିକାଲ ତରଫରୁ ସୂଚନା ଦେବା ଦରକାର କି ସେ କେଉଁ ରୋଗରେ ଆକ୍ରାନ୍ତ ଅଛନ୍ତି ଏବଂ ଏଥିପାଇଁ ଚିକିତ୍ସା ଖର୍ଚ୍ଚ କେତେ ଟଙ୍କା ଲାଗିବ । ଚିକିତ୍ସା ଉପରେ ଖର୍ଚ୍ଚ , ଫାଇଦା, କ୍ଷତି ଏବଂ ବିକଳ୍ପ ସଂପର୍କରେ ବି ରୋଗୀଙ୍କୁ ଜଣାଇବାକୁ ହେବ ।
ଅନ୍ୟ ଡାକ୍ତରଙ୍କଠାରୁ ପରାମର୍ଶ ନେବାର ଅଧିକାର
ଯଦି କୌଣସି ଡାକ୍ତରଙ୍କର ତରିକା କିମ୍ବା ଚିକିତ୍ସାରୁ ଆପଣ ତଥା ରୋଗୀ ଖୁସି ନାହାନ୍ତି ତେବେ ଏସଂପର୍କରେ ଆପଣ ଅନ୍ୟ କୌଣସି ଡାକ୍ତରଙ୍କର ପରାମର୍ଶ ଲୋଡିପାରିବେ ।
ଡିସଟାର୍ଜର ଅଧିକାର
ଅଧିକାଂଶ ମେଡିକାଲ ବିଲ୍ ସଂପୂର୍ଣ୍ଣ ପରିଶୋଧ ନକରିବା କାରଣରୁ ରୋଗୀଙ୍କୁ ଡିସଟାର୍ଜ କରିନଥାନ୍ତି । ଅନେକ ସମୟରେ ତ ରୋଗୀର ମୃତ୍ୟୁ ହୋଇଯିବା ପରେ ସୁଦ୍ଧା ଶବ ଛାଡିବାକୁ ବି ମେଡିକାଲ କର୍ତ୍ତୃପକ୍ଷ ନାରାଜ୍ । ହେଲେ ଏଭଳି କାମ କରିବାର ଅଧିକାର କୌଣସି ବି ମେଡିକାଲ ନିକଟରେ ନାହିଁ ।
ଗୋପନୀୟତା ଅଧିକାର
ରୋଗୀଙ୍କୁ ରୋଗ ଏବଂ ଅନ୍ୟାନ୍ୟ ସୂଚନା ଗୋପନୀୟ ରଖିବାର ଅଧିକାର ରହିଛି । ଡାକ୍ତରଙ୍କୁ କିଛି ଏଭଳି କଥା ଜଣାଥାଏ ଯାହା ରୋଗୀଙ୍କର ବ୍ୟକ୍ତିଗତ ଜୀବନ ସହ ଜଡିତ ହୋଇଥାଏ ।
ଅପରେସନ ପୂର୍ବରୁ ସୂଚନା ଦେବା ଅଧିକାର
କୌଣସି ବି ବଡ ସର୍ଜରୀ ପୂର୍ବରୁ ରୋଗୀଙ୍କୁ ସେ ସଂପର୍କରେ ଜାଣିବାର ପୂରା ଅଧିକାର ରହିଛି । ଡାକ୍ତରଙ୍କୁ ରୋଗୀ କିମ୍ବା ରୋଗୀଙ୍କ ସଂପର୍କିୟଙ୍କୁ ପଚାରିବା ଜରୁରୀ କି ସେ ସର୍ଜରୀ କରିବାକୁ ଚାହୁଁଛନ୍ତି କି ନାହିଁ ? ସେମାନଙ୍କ ସହମତିରେ ଦସ୍ତଖତ କରନ୍ତୁ ।
ମେଡିକାଲ ଷ୍ଟୋର କିମ୍ବା ଡାଏଗ୍ନୋଷ୍ଟିକ ସେଂଟର ଚୟନ କରିବାର ଅଧିକାର
ସାଧାରଣତଃ ଅଧିକାଂଶ ଡାକ୍ତର କିଛି ବଛାବଛି ଜାଗା ବା ଷ୍ଟୋରରୁ ମେଡିସିନ କିଣିବାକୁ ତଥା ଟେଷ୍ଟ ପାଇଁ ପରାମର୍ଶ ଦେଇଥାନ୍ତି । କିନ୍ତୁ ସେ ଏଭଳି କରିପାରିବେ ନାହିଁ । ରୋଗୀଙ୍କ ନିକଟରେ ଅଧିକାର ରହିଛି କି, ସେ ଯେଉଁଠି ଚାହିଁବେ ସେଠି ଔଷଧ ଏବଂ ଟେଷ୍ଟ କରିପାରିବେ ।