ଆରମ୍ଭ ହେଲା ଟାଟା ଷ୍ଟିଲ୍ ହାଫ୍ ମାରାଥନ୍ ୨୦୧୯

ଭୁବନେଶ୍ବର (କେନ୍ୟୁଜ୍) : ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରୁ ଏହି ମାରାଥନ୍ ଆରମ୍ଭ ହୋଇଛି। ଜାତୀୟ ଯୁବ ଦିବସ ଅବସରରେ ୨୦୧୬ରୁ ପ୍ରତିବର୍ଷ ଜାନୁୟାରୀ ମାସରେ ଏହି ମାରାଥନ୍ କରାଯାଉଛି। କ୍ରୀଡା ଓ ଯୁବସେବା ବିଭାଗ ଓ ଟାଟାଷ୍ଟିଲର ମିଳିତ ପ୍ରୟାସରେ ଆରମ୍ଭ ହୋଇଛି ଏହି ମାରାଥନ କାଯ୍ୟକ୍ରମ ।

marathone 2

ଟାଟା ଷ୍ଟିଲର ବ୍ରାଣ୍ଡ ଆମ୍ବାସଡର ଅଭିନେତା ସବ୍ୟସାଚ୍ଚୀ ଓ ଅଭିନେତ୍ରୀ ଅର୍ଚ୍ଚିତାଙ୍କ ସହ ଟାଟା ଷ୍ଟିଲ କର୍ପୋରେଟ ସର୍ଭିସେସର ଉପସଭାପତି ଚାଣକ୍ୟ ଚୌଧୁରୀ ପ୍ରମୁଖ ଉପସ୍ଥିତ ରହି କାଯ୍ୟକ୍ରମକୁ ଉଦଘାଟନ କରିଥିଲେ । ଏଥିରେ ପ୍ରାୟ ୫ହଜାର ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ । ଏହି ମାରାଥନକୁ ତିନୋଟି ପଯ୍ୟାୟରେ ଅନ୍ତଭୁକ୍ତ କରାଯାଇଛି । ୨୧ କିଲୋମିଟର ମାରାଥନରେ ମହିଳା ବିଭାଗରେ ମହାରାଷ୍ଟ୍ରର ସ୍ୱାତୀ ଓ ପୁରୁଷ ବର୍ଗରେ ରାଜସ୍ଥାନର ଗୋବିନ୍ଦ ସିଂ ବିଜୟୀ ହୋଇଛନ୍ତି। ଉଭୟଙ୍କୁ ୧ଲକ୍ଷ ଟଙ୍କା ପୁରସ୍କାର ପ୍ରଦାନ କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.