ସୁପ୍ତସିଂହକୁ ଜାଗ୍ରତ କରିବାର ସାହସ ରଖୁଥିଲା ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଏହି ୧୦ ବାଣୀ

ଭାରତକୁ ସ୍ୱାଧିନତା ଦେବାରେ ମହତ୍ତ୍ୱପୂର୍ଣ୍ଣ ଯୋଗଦାନ ଦେଇଥିଲେ ନେତାଜୀ ସୁଭାଷ ଚନ୍ଦ୍ର ବୋଷ। ତାଙ୍କର ଜନ୍ମ ୨୩ ଜାନୁଆରୀ, ୧୮୯୭ ରେ ଓଡିଶାର କଟକ ସହରରେ ହୋଇଥିଲା । ତାଙ୍କ ପିତାଙ୍କ ନାମ ଜାନକୀ ନାଥ ବୋଷ ଏବଂ ମା’ଙ୍କ ନାଁ ପ୍ରଭାବତୀ ଦେବୀ । ମହାତ୍ମା ଗାନ୍ଧୀଙ୍କ ଅହିଂସା ବିଚାରରେ ସୁଭାଷ ଚନ୍ଦ୍ର ବୋଷ ସହମତି ନଥିଲେ । ୧୮ ଅଗଷ୍ଟ ୧୯୪୫ ରେ ଏକ ବିମାନ ଦୂର୍ଘଟଣାରେ ତାଙ୍କ ଦେହାନ୍ତ ହୋଇଯାଇଥିଲା । କିନ୍ତୁ ତାଙ୍କ ମୃତ୍ୟୁ ସମ୍ବନ୍ଧରେ ଅନେକ ଲୋକ ବିଭିନ୍ନ ମନ୍ତବ୍ୟ ଦେଇଥାନ୍ତି । ଆଜାଦ୍ ହିନ୍ଦ୍ ଫୌଜର ଗଠନ କରିଥିବା ଭାରତମାତାର ଏହି ବୀର ସୁପୁତ୍ରଙ୍କର ଆଜି ହେଉଛି ଜନ୍ମତିଥି ।

subhash_bose

ନେତାଜୀ ନିଜର ଆଜାଦ୍ ହିନ୍ଦ ଫୌଜ ଗଠନ କରିବା ସହିତ ଜୁଲାଇ ୪ ରେ ୧୯୪୪ରେ ବର୍ମାରେ ପହଁଚିଥିଲେ। ତାଙ୍କ ପ୍ରସିଦ୍ଧ ନାରା ମଧ୍ୟରେ ଥିଲା, ‘ତୁମେ ମୋତେ ରକ୍ତ ଦିଅ, ମୁଁ ତୁମକୁ ସ୍ୱାଧିନତା ଦେବି ।’ ଜୟ ହିନ୍ଦ୍ ଭଳି ନାରା ବି ସେ ହିଁ ଦେଇଥିଲେ । ତାଙ୍କ ବଚନରେ ଏତେ ଦମ୍ଭ ଥିଲା ଯେ ତାଙ୍କର ଗୋଟିଏ କଥାରେ ଭାରତବାସୀଙ୍କ ଶରୀରର ରକ୍ତ ଗରମ ହୋଇଯାଉଥିଲା । ସମସ୍ତଙ୍କ ମନରୁ ଡରକୁ ବାହାର କରି ନିର୍ଭିକତାର ପାଠ ପଢାଉଥିଲେ ନେତାଜୀ ବୋଷ୍ । ତେବେ ଆଜି ଆସନ୍ତୁ ତାଙ୍କର ଏଭଳି କିଛି ବାଣୀ ବିଷୟରେ ଜାଣିବା ।

subhaschanderbose

୧ .ସଫଳତା ସବୁବେଳେ ଅସଫଳତାର ସ୍ତମ୍ଭରେ ଛିଡା ହୋଇଥାଏ।

୨ . ମୋର ଅନୁଭବ ଯେ ସବୁବେଳେ ଆଶାର କୌଣସି ନା କୌଣସି କିରଣ ଆସିଥାଏ, ଯାହା ଆମକୁ ରାସ୍ଥା ଭୁଲିବାକୁ ଦିଏ ନାହିଁ।

୩ . ମା’ଙ୍କର ଭଲପାଇବା ସବୁଠାରୁ ଗଭୀର ହୋଇଥାଏ, ଏହାକୁ କାହା ସହିତ ମଧ୍ୟ ତୁଳନା କରାଯାଇପାରିବ ନାହିଁ।

୪ . ଧ୍ୟାନ ରଖନ୍ତୁ ସବୁଠାରୁ ବଡ ଅପରାଧ ଅନ୍ୟାୟକୁ ସହ୍ୟ କରିବା ଏବଂ ଭୁଲ୍ ସହ ସାଲିସ୍ କରିବା ।

୫ . ଯଦି ଜୀବନରେ କେବେ ଅସ୍ଥାୟୀ ରୁପରେ ମୁଣ୍ଡ ନୁଆଁଇବାକୁ ପଡେ ତେବେ ବୀର ଭଳି ନୁଆଁଇବ ।

୬ . ସମୟପୂର୍ବର ପରିପକ୍ୱତା ଆଦୌ ଠିକ୍ ହୋଇନଥାଏ । ଏହା କୌଣସି ବୃକ୍ଷ ହେଉ କିମ୍ବା କୌଣସି ବ୍ୟକ୍ତି ଏହାର ହାନି ଭବିଷ୍ୟତରେ ଭୋଗିବାକୁ ପଡିଥାଏ ।

୭ . ଯଦି ଜୀବନରେ ସଂଘର୍ଷ ନାହିଁ , କାହା ପାଇଁ ଭୟ ନାହିଁ ତେବେ ଜୀବନର ଅଧା ସ୍ୱାଦ ହିଁ ଶେଷ ହୋଇଯାଏ ।

୮ . ନେତାଜୀଙ୍କ ଭାଷାରେ ସେ ଜୀବନରେ କେବେ କାହାର ଖୁସାମତୀ କରି ନାହାନ୍ତି । ଅନ୍ୟକୁ ଭଲ ଲାଗିବା ଭଳି କଥା ହେବା ମତେ କେବେ ଆସିନାହିଁ ।

୯ . ସଫଳତାର ରାସ୍ତା ଅବଶ୍ୟ ଲମ୍ବା ହୋଇଥାଏ କିନ୍ତୁ ତାହା ଆସିବା ସୁନିଶ୍ଚିତ । ତେଣୁ ଆମକୁ ନିରନ୍ତର ଆଗକୁ ବଢିବା ଦରକାର ।

୧୦ . ଉଚ୍ଚ ବିଚାରରେ ଦୂର୍ବଳତା ଦୂର ହୋଇଥାଏ । ତେଣୁ ଆମକୁ ନିଜ ହୃଦୟରେ ଉଚ୍ଚବିଚାର ଆଣିବାକୁ ପଡିବ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.