ବିଧାୟକଙ୍କ ଗିରଫ ଦାବିରେ ବେଗୁନିଆ ଥାନାରେ ଭଙ୍ଗାରୁଜା

ବେଗୁନିଆ (କେନ୍ୟୁଜ୍) : ବେଗୁନିଆ ଥାନାରେ ଭଙ୍ଗାରୁଜା । ବିଧାୟକଙ୍କୁ ଗିରଫ ଦାବିରେ ଉତ୍ତ୍ୟକ୍ତ ଲୋକ ଥାନାରେ ପଶି ଭଙ୍ଗାରୁଜା କରିଛନ୍ତି । ଉତ୍ତ୍ୟକ୍ତ ଲୋକଙ୍କ ଆକ୍ରମଣରେ ଥାନାର ଜଣେ ଅଧିକାରୀ ମହେନ୍ଦ୍ର ସେଠୀ ଆହତ ହୋଇଛନ୍ତି । ଏଥିରେ ଥାନାର ବହୁ ଜିନିଷପତ୍ର ନଷ୍ଟ ହୋଇଛି ।

ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ବେଗୁନିଆ ସରପଞ୍ଚ କୁମୁଦିନୀ ସ୍ୱାଇଁ ଓ ତାଙ୍କ ସ୍ୱାମୀଙ୍କୁ ଗାଳିଗୁଲଜ ସହ ମାଡ଼ ମାରିଥିବା ଅଭିଯୋଗ ହୋଇଛି । ଏନେଇ ଥାନାରେ ଏତଲା ସହ ସ୍ଥାନୀୟ ଲୋକ ରାସ୍ତାରୋକ କରିଥିଲେ । ଏହା ପରେ ବି ପୋଲିସ କାର‌୍ୟ୍ୟାନୁଷ୍ଠାନ ନେଇ ନଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ଲୋକ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.