କେଉଁ କଥା ଲୁଚାଉଛନ୍ତି କ୍ରିତି ଏବଂ କର୍ତ୍ତିକ୍ ?

ମୁମ୍ବାଇ : ଫିଲ୍ମ ସୋନୁ କି ଟିଟୁ କି ସ୍ବିଟି ଦ୍ବାରା ନିଜର ଅଭିନୟର ଦକ୍ଷତାକୁ ପ୍ରମାଣ କରିବା ପରେ ଏବେ ଅଭିନେତା କାର୍ତ୍ତିକ ଆର୍ୟନ ଆଗାମୀ ଫିଲ୍ମର ପୋଷ୍ଟର ରିଲିଜ୍ ହୋଇଛି। ଏଥିରେ ତାଙ୍କ ବିପକ୍ଷରେ ଅଭିନେତ୍ରୀ କ୍ରିତି ସାନନଙ୍କୁ ଦେଖିବାକୁ ମିଳିଛି। ଆଜି ଫିଲ୍ମର ପ୍ରଥମ ପୋଷ୍ଟର ରିଲିଜ୍ ହୋଇଛି। ଏହା ବିଷୟରେ ଅଭିନେତ୍ରୀ କ୍ରିତି ନିଜ ଇନଷ୍ଟାଗ୍ରାମରେ ସୂଚନା ଦେଇଛନ୍ତି। ଏଥିସହ ସେ ଫିଲ୍ମର ଟ୍ରେଲର ୨୪ ଜାନୁଆରୀରେ ରିଲିଜ୍ ହେବ ନେଇ ଘୋଷଣା କରିଛନ୍ତି।
ତେବେ କ୍ରିତି ଏବଂ କାର୍ତ୍ତିକ ପ୍ରଥମ ଥର ପାଇଁ ବଡ଼ ପରଦାରେ ଏକା ସାଥିରେ ନଜର ଆସିବାକୁ ଯାଉଛନ୍ତି। କ୍ରିତି ପୋଷ୍ଟର ଶେୟାର କରିବା ସହ ଲେଖିଛନ୍ତି, ଧରା ପଡ଼ିବୁ ଅଥବା ଦେବୁ ସମସ୍ତଙ୍କୁ ଚକମା ? ଫିଲ୍ମର ଟ୍ରେଲର କାଲି ହେବ ରିଲିଜ୍ । କାର୍ତ୍ତିକ ମଧ୍ୟ ଏହି ସମାନ କ୍ୟାପସନ୍ ସହ ଫିଲ୍ମର ପୋଷ୍ଟର ଶେୟାର କରିଛନ୍ତି। ଫିଲ୍ମରେ କାର୍ତ୍ତକ ଏକ ସ୍ଥାନିୟ ରିପୋର୍ଟର ଭାବେ ନଜର ଆସୁଛନ୍ତି। ଏହାର ନିର୍ଦ୍ଦେଶନା ଦାୟିତ୍ବରେ ଲକ୍ଷ୍ମଣ ଉଟକର କରିଥିବା ବେଳେ ଫିଲ୍ମଟି ମାର୍ଚ୍ଚ ୧ରେ ରିଲିଜ୍ ହେବାକୁ ଯାଉଛି।